ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଗୁରୁବାର, ୧୦ ବର୍ଷ ପରେ ହାଇବ୍ରିଡ୍‌ ପରାଗ, ଭାରତରେ ପାଳନ ହେବନି ସୂତକ…

ନୂଆଦିଲ୍ଲୀ,୧୯।୪ : ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଗୁରୁବାର ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ବୈଶାଖ ମାସର ଅମାବାସ୍ୟା ଦିନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟପରାଗର ବିଶେଷ ମହତ୍ତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,୨୦୨୩ବର୍ଷର ଏହି ସୂର୍ଯ୍ୟ ପରାଗ ଅନୁଯାୟୀ ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷରେ ରହିବେ।
ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟପରାଗ ସକାଳ ୭ଟା ୪ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ ପର୍ଯ୍ୟନ୍ତ ଚାଲିବ। ଏହି ସୂର୍ଯ୍ୟ ଗ୍ରହଣର ସମୁଦାୟ ଅବଧି ୫ ଘଣ୍ଟା ୨୪ ମିନିଟ ପାଇଁ ରହିବ ।

ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ଭାରତର ଲୋକମାନେ ସୂର୍ଯ୍ୟ ପରାଗର ଦୃଶ୍ୟ ଦେଖି ପାରିବେ ନାହିଁ। ଏହି ସୂର୍ଯ୍ୟ ପରାଗ ଅଷ୍ଟ୍ରେଲିଆ ସମେତ ଅନେକ ଦେଶରେ ଦେଖିବାକୁ ମିଳିବ। ଏହା ଚାଇନା, ଥାଇଲାଣ୍ଡ, ଆମେରିକା, ମାଲେସିଆ, ଜାପାନ, ନ୍ୟୁଜିଲାଣ୍ଡ, ଭାରତ ମହାସାଗରୀୟ ଅଞ୍ଚଳ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଆଦିଠାରେ ଦୃଶ୍ୟମାନ ହେବ।

ଭାରତରେ ଏହା ଦୃଶ୍ୟମାନ ନ ହେବା କାରଣରୁ କୌଣସି ସୂତକ ପାଳନ କରାଯିବ ନାହିଁ । ଶାସ୍ତ୍ର ଅନୁଯାୟୀ, ଯେଉଁଠାରେ ସୂର୍ଯ୍ୟ ପରାଗର ପ୍ରଭାବ ଥାଏ, ସେଠାରେ ସୂତକ ସମୟ ପାଳନ କରାଯାଇଥାଏ। ଏହି କାରଣରୁ ସୂତକ ଅବଧି ଭାରତରେ ପାଳନ ହେବ ନାହିଁ। ସୂର୍ଯ୍ୟ ପରାଗ ସମୟରେ ସୂତକ ଅବଧି ପରାଗର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇ ପରାଗ ଶେଷ ପର୍ଯ୍ୟନ୍ତ ରହିଥାଏ। ଏପ୍ରିଲ ୨୦ ପରେ, ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ୧୪ ରେ ଘଟିବ। ଏହା ମଧ୍ୟ ଭାରତକୁ ଦୃଶ୍ୟମାନ ହେବ ନାହିଁ।
ଏହି ପରାଗ ସ୍ବତନ୍ତ୍ର ହେବ। ଏହା ଏକ କଙ୍କଣାକୃତି ସୂର୍ଯ୍ୟ ପରାଗ ହେବ। ଜ୍ୟୋର୍ତିବିଜ୍ଞାନଙ୍କ ଅନୁଯାୟୀ, କଙ୍କଣାକୃତି ସୂର୍ଯ୍ୟ ପରାଗ ଏକ ପ୍ରକାର ହାଇବ୍ରିଡ ପରାଗ। ଯେଉଁଥିରେ ପରାଗ ଏକ କୁଣ୍ଡଳାକାର ଭାବରେ ଆରମ୍ଭ ହୁଏ, ତା’ପରେ ଧୀରେ ଧୀରେ ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ପରିଣତ ହୁଏ ଏବଂ ତା’ପରେ ପୁଣି ଏକ କୁଣ୍ଡଳାକାର ପରାଗରେ ପରିଣତ ହୁଏ। ଏହାପୂର୍ବରୁ, ୨୦୧୩ରେ ଏହି ପ୍ରକାରର କଙ୍କଣାକୃତି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri