ଋଷିକୁଲ୍ୟା ମୁହାଣରେ ଛୁଆ ଅଲିଭ୍‌ ରିଡ୍‌ଲେଙ୍କ ଆଗମନ

ନୂଆ ଠିକଣା ପାଇଲେ ଲକ୍ଷାଧିକ କଇଁଛ
ଗଞ୍ଜାମ,୧୮।୪(ଡି.ଏନ.ଏ.) ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ସମ୍ପ୍ରତି ଲକ୍ଷ ଲକ୍ଷ ସଂଖ୍ୟାରେ ବେବି ଅଲିଭ ରିଡଲେ ନୂଆଁ ଠିକଣା ପାଇବା ଲକ୍ଷ୍ୟ କରାଯାଇଛି। ଗତ ୧୫ ତାରିଖରୁ ଉକ୍ତ ପ୍ରକ୍ରିୟା ଜାରି ରହିଛି। ଗତ ଦିନରେ ୬ ଲକ୍ଷ ୩୭ ହଜାର ୮ ଗୋଟି ସାମୁଦ୍ରିକ କଇଁଚ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିରେ ଗଣ ଅଣ୍ଡାଦାନ କରିଥିବା ବେଳେ ୪୫ ଦିନ ପରେ ସେଇ ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ଆରମ୍ଭ କରିଛି। ଫଳରେ ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡାରୁ ଗୋଟାକ ପରେ ଗୋଟେ ଛୁଆ ଉପରକୁ ଉଠି ଆସିବାପରେ ସମୁଦ୍ର ଲହରିର ଶବ୍ଧ ଓ ଲହରୀରୁ ଉତ୍ପନ ହେଉଥିବା ତେଜକ୍ରିୟ ରଶ୍ମି ଛୁଆ ଗୁଡିକ ସମୁଦ୍ର ଜଳ ରାଶି ଆଡକୁ ମୁହାଁଉଥିବା ଦେଖିବାକୁ ମିଳିଛି। ଛୁଆ ଗୁଡିକର ପେଟ ଭାଗରେ ଥିବା କେଶର ସେମାନଙ୍କୁ ଶକ୍ତି ଯୋଗାଉଥିବା ବେଳେ ସେହି ଶକ୍ତି ପ୍ରଭାବରେ ଛୋଟ ଛୁଆ ଗୁଡିକ ସମୁଦ୍ରର ଗଭୀର ଜଳ ମଧ୍ୟକୁ ପହଁରି ଚାଲି ଯାଉଥିବା ପରିବେଶବିତ ମାନେ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର ବେଳାଭୂମିରେ ପହଞ୍ଚି ଉକ୍ତ ବେବି ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ସୁରକ୍ଷା ଦାୟତ୍ୱରେ ତୁଲାଉଛନ୍ତି। ଅନ୍ୟପଟେ ଗଞ୍ଜାମ ଅଞ୍ଚଳର ଦିଗଦର୍ଶନ ଫାଉଣ୍ଡେଶନ ଓ ପୋଇରାଶି ପଞ୍ଚାୟତର ତାରିଣୀପଲ୍ଲୀ ଗ୍ରାମର ୟୁଥ ଫର ଭିଲେଜ ତରଫରୁ ବେବି ଅଲିଭ ରିଡଲେଙ୍କ ସୁରକ୍ଷାକୁ ନେଇ ସ୍ବେଚ୍ଛାସେବୀମାନେ ବେଳାଭୂମିରେ ଭୋରରେ ପହଞ୍ଚି ଛୁଆ ଗୁଡିକୁ ବାଟବଣା ହୋଇଯାଉଥିବା ଏବଂ ପ୍ଳାଷ୍ଟିକ ବାଡ଼ରେ ସଲଗ୍ନ ଜାଲ ସହ ଛନ୍ଦୀ ହୋଇଯାଉଥିବା ଛୁଆ କଇଁଚ ଗୁଡିକୁ ପ୍ଲାଷ୍ଟିକ ବାଲତିରେ ସଂଗ୍ରହ କରି ସମୁଦ୍ର ଜଳରେ ଛାଡ଼ୁଛନ୍ତି। ଉମାକାନ୍ତ ବେହେରା, ଡି. ଦେବହରି ରେଡି, ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଜି. ଗଙ୍ଗା, ସୁରଜ ପଣ୍ଡା, ଚୈତନ୍ୟ ରେଡି, ଦୀପକ କୁମାର ସାହୁ, ୟୁ. ସୀମା, ସୁଦର୍ଶନ ପାଢ଼ୀ ପ୍ରମୁଖ ଦିଗଦର୍ଶନ ଫାଉଣ୍ଡେସନ ଏବଂ ୱାଇ ଫର ଭିର କର୍ମକର୍ତ୍ତାଙ୍କ ସହ ଶିଶୁ ସ୍ବେଚ୍ଛାସେବୀ ଡି. ବ୍ରିଶାଙ୍କ ଉପସ୍ଥିତ ରହି ସାମୁଦ୍ରିକ କଇଁଚ ଛୁଆ ଗୁଡିକୁ ଛାଡିବାର ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri