ଡିଜିପି କହୁଛନ୍ତି ଶାନ୍ତି, ଚାଲିଛି ଜଳାପୋଡ଼ା

ସମ୍ବଲପୁର,୧୭ା୪(ବ୍ୟୁରୋ): ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ବୁଧବାର ସମ୍ବଲପୁର ସହରରେ ବାଇକ୍‌ ଶୋଭାଯାତ୍ରାବେଳେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଶୁକ୍ରବାର ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ଚାଲିଥିବାବେଳେ ପୁଣି ପଥରମାଡ଼, ପୋଡ଼ାଜଳା, ଭଙ୍ଗାରୁଜା ସମେତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଫଳରେ ସେହିଦିନ ମଧ୍ୟରାତ୍ରିରୁ ସହରରେ କର୍ଫ୍ୟୁ ଜାରି ରହିଛି। ମୁସଲିମ୍‌ ସାହିବସ୍ତି ଅଞ୍ଚଳ, ସମ୍ବେଦନଶୀଳ ସ୍ଥାନ ଏବଂ ପ୍ରମୁଖ ଛକ ଓ ରାସ୍ତା ପୋଲିସ ଛାଉଣୀ ପାଲଟିଛି। ପୋଲିସ ଡିଜି ସୁନୀଲ ବଂଶଲ ଶନିବାରଠାରୁ ସମ୍ବଲପୁରରେ ରହି ସ୍ଥିତି ଅନୁଧ୍ୟାନ କରିବା ସହ ଶାନ୍ତି ଫେରୁଥିବା କହିଛନ୍ତି। କିନ୍ତୁ ରବିବାର ଭୋର୍‌ ସମୟରେ ଟାଉନଥାନା ଅନ୍ତର୍ଗତ ତଅଁଲାପଡ଼ାରେ ରହୁଥିବା ମୁସଲମାନ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଘରେ ନିଅଁା ଲଗାଇ ଦିଆଯାଇଛି। ଏଥିରେ ଘରର କେତେକ ଆସବାବପତ୍ର ପୋଡ଼ିଯାଇଛି। ଏଥିରୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇ ନ ଥିବା ସ୍ପଷ୍ଟ ହେଉଛି। ବୁଧବାର ଘଟଣା ପରେ ଶୁକ୍ରବାର ପୁଣି ବଡ଼ଧରଣର ସାମ୍ପ୍ରଦାୟିକ ହିଂସା ଘଟିବା ପୋଲିସ ଓ ପ୍ରଶାସନର ବିଫଳତାକୁ ପଦାରେ ପକାଇଥିଲା। ତଥାପି ପୋଲିସ ଓ ପ୍ରଶାସନ ତ୍ରୁଟି ସୁଧାରି ପାରି ନ ଥିବାରୁ ରବିବାର ମଧ୍ୟ ପୋଡ଼ାଜଳା ହୋଇଛି। ଶାନ୍ତି ପ୍ରତିଷ୍ଠା ପାଇଁ ଉପଯୁକ୍ତ ପଦକ୍ଷେପ ନିଆ ନ ଯାଇ ଯଦି ସୁରକ୍ଷା ବ୍ୟବସ୍ଥା ହଟାଯାଏ, ତା’ହେଲେ ପୁଣିଥରେ ପୋଡ଼ାଜଳା, ହତ୍ୟାକାଣ୍ଡ ଭଳି ଘଟଣା ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ରବିବାର ଘରେ ନିଅଁା ଲଗାଇ ଦିଆଯିବା ଘଟଣାରେ ପୋଲିସ ୨ ମହିଳାଙ୍କ ସମେତ ତଅଁଲାପଡ଼ାର ୭ରୁ ୮ ଜଣ ଯୁବକଙ୍କୁ ଉଠାଇ ନେଇଛି। ତେବେ ଦୋଷୀମାନଙ୍କ ବଦଳରେ ନିରୀହମାନଙ୍କୁ ପୋଲିସ ଗିରଫ କରୁଥିବା ଅଭିଯୋଗରେ ତଅଁଲାପଡ଼ା,ବାଲିବନ୍ଦା ଓ ଚିତ୍ରଗୁପ୍ତ ମନ୍ଦିର ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଏସ୍‌ପି ଅଫିସରେ ଡିଜିପି ବଂଶଲ ସମୀକ୍ଷା ବୈଠକ କରି କହିଛନ୍ତି, ସ୍ଥିତି ନିୟନ୍ତ୍ରଣକୁ ଆସୁଛି। ୨ ଦିନ ଭିତରେ ସ୍ବାଭାବିକ ହୋଇଯିବ। ଜନସାଧାରଣ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
କର୍ଫ୍ୟୁ ବଳବତ୍ତର ଥିବାରୁ ଦୋକାନ ବଜାର ବନ୍ଦ ରହିଛି। ଏଥିଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିର୍ଦ୍ଧାରିତ କର୍ଫ୍ୟୁ କୋହଳ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାକୁ ଯାହା ସୁଯୋଗ ମିଳୁଛି। ଏଭଳିସ୍ଥଳେ ସୋମବାରଠାରୁ କର୍ଫ୍ୟୁ କୋହଳ ସମୟ ବୃଦ୍ଧି ଘଟିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ସମ୍ବଲପୁର ଉପଜିଲାପାଳ ରବିବାର ସନ୍ଧ୍ୟାରେ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ସୋମବାରଠାରୁ ସକାଳ ସାଢ଼େ ୭ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ଏବଂ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୬ ଯାଏ କର୍ଫ୍ୟୁ କୋହଳ ହେବ। ତେବେ କର୍ଫ୍ୟୁବେଳେ ଲାଗୁଥିବା ଅନ୍ୟ କଟକଣା ଜାରି ରହିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି।
ସହରରେ ଚାପା ଉତ୍ତେଜନା ଥିବାବେଳେ ଲୋକେମାନେ ସମ୍ଭାବ୍ୟ ହିଂସା ଭୟରେ ସେଭଳି ଜରୁରୀ ଆବଶ୍ୟକତା ନ ହେଲେ ଘରୁ ବାହାରୁନାହାନ୍ତ। ଗତ ବୁଧବାର ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରିଥିବାବେଳେ ଶୁକ୍ରବାର ହିଂସା ଘଟଣାରେ ୫୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଭିଡିଓ ଏବଂ ସିସିଟିଭି ଫୁଟେଜ୍‌ ମାଧ୍ୟମରେ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି। ସେହିପରି ଶୋଭାଯାତ୍ରାରେ ସାମିଲ ହୋଇ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରୁଥିବା ଯୁବକ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କୁ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ସୁନାପାଲି ଅଞ୍ଚଳରୁ କେତେଜଣଙ୍କ ଘରେ ପୋଲିସ ଚଢାଉ କରି ୧୫ରୁ ଊର୍ଦ୍ଧ୍ୱ ପେଟ୍ରୋଲ ବୋମା, ୧୮ଟି ପ୍ଲାଷ୍ଟିକ ଟ୍ରେରେ ଧାରୁଆ ପଥର ଜବତ କରିଥିଲା। ଏଥିରୁ ଦଙ୍ଗା ଘଟାଇବା ପାଇଁ ପୂର୍ବରୁ ଯୋଜନା ହୋଇଥିବା ଜଣାପଡ଼ୁଛି ବୋଲି ଏସ୍‌ପି ଗଙ୍ଗାଧର କହିଛନ୍ତି। ଅନ୍ୟପକ୍ଷରେ ସହରରେ
ଇଣ୍ଟରନେଟ୍‌ ସେବା ବନ୍ଦ ଥିବାରୁ ସମସ୍ୟା ସଷ୍ଟି ହୋଇଛି। ଅନେକ ସରକାରୀ, ବେସରକାରୀ ଅଫିସ୍‌ କାର୍ଯ୍ୟ ପ୍ରଭାବିତ ହୋଇଛି।
ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଏସ୍‌ଆର୍‌ସିଙ୍କ ନିବେଦନ
ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରବିବାର ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ସମ୍ମିଳନୀ କକ୍ଷରେ ସହରର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ସେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ସମ୍ବଲପୁର ଭାଇଚାରାର ସହର। ଘଟଣା ଘଟିଯାଇଛି। ଏବେ ପୂର୍ବ ସ୍ଥିତି ଫେରାଇ ଆଣି ପୁଣି ଶାନ୍ତଭାବେ ଜୀବନଯାପନ କରନ୍ତୁ। ଏ ଦିଗରେ ସମସ୍ତେ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ବୈଠକରେ ଆର୍‌ଡିସି ଡ. ସୁରେଶଚନ୍ଦ୍ର ଦଲେଇ, ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ଜିଲାପାଳ ଅନନ୍ୟା ଦାସ, ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) କମିଶନର ପ୍ରଦୀପ କୁମାର ସାହୁ, ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ସମେତ ଏସ୍‌ଏମ୍‌ସି ଅଧୀନରେ ଆସୁଥିବା ବିଡିଓ, ତହସିଲଦାରମାନେ ଉପସ୍ଥିତ ଥିଲେ।
ତାତି ପାଇଁ ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ଛୁଟି
ପ୍ରବଳ ତାତି ପାଇଁ ରାଜ୍ୟ ସରକାର ପୂର୍ବରୁ ରବିବାର ଯାଏ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ। ତେବେ ସମ୍ବଲପୁର ଜିଲାରେ ଭୀଷଣ ରୌଦ୍ରତାପକୁ ଦୃଷ୍ଟିରେ ରଖି ଜିଲାପାଳ ଅନନ୍ୟା ଦାସ ସମସ୍ତ ସ୍କୁଲ ଓ କଲେଜର ଛୁଟିକୁ ଆଉ ଦୁଇଦିନ ପାଇଁ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri