ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ-କଛାରପଡାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟର ଏକ ନାଳର ପୋଲ ମଙ୍ଗଳବାର ମଧ୍ୟାହ୍ନରେ ହଠାତ ଭୁଷୁଡି ପଡିଥିଲା। ଫଳରେ କଛାରପଡାଠାରୁ ଗୌଡଛେଣ୍ଡିଆକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପଛପଟେ ହାତୀନଦୀ ଓ ଆଗପଟେ ଏହି ନାଳ ଥିବାରୁ ପଡାବାସୀ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି। ବର୍ତ୍ତମାନ ଅତି ଜରୁରୀ କାମ ପାଇଁ ବିପଦସଙ୍କୁଳ ଅବସ୍ଥାରେ ପଡାବାସୀ ନାଳରେ ପାର ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ହେବ ଏହି ପୋଲ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ଏଠାରେ ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ପଡାବାସୀ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ପଡାବାସୀ ଅଭିଯୋଗ କରିଛନ୍ତି । କଛାରପଡା-ଗୌଡଛେଣ୍ଡିଆ ଅଢେଇ କି.ମି. ରାସ୍ତାକୁ ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି। ଜୈନିକ ଠିକାଦାର ବର୍ତ୍ତମାନ ରାସ୍ତା କାମ ଆରମ୍ଭ କରି ମାଟି ଓ ମୋରୁମ ପକାଉଛନ୍ତି। ତେବେ ଏହି ପୋଲ ନିର୍ମାଣ ପାଇଁ କୌଣସି ଇଷ୍ଟିମେଣ୍ଟ ନ ଥିବା ଜଣାପଡିଛି। ଏହାକୁ ନେଇ କଛରାପଡାବାସୀ ଏବେ ଚିନ୍ତାରେ ରହିଛନ୍ତି। ଏହି ପଡାରେ ଥିବା ପ୍ରାଥମିକ ବିଦ୍ୟାଳୟ କମ୍‌ ଛାତ୍ରୀଛାତ୍ର ଯୋଗୁ ଗତ କିଛିଦିନ ତଳେ ବନ୍ଦ ହୋଇଯାଇଛି। ଫଳରେ ଏଠାକାର ଛାତ୍ରୀଛାତ୍ର ଅଢେଇ କି.ମି. ଦୂର ଗୌଡଛେଣ୍ଡିଆ ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତି। ଏବେ ପୋଲ ଭୁଶୁଡିଯିବାରୁ ଛୋଟ ପିଲାମାନେ କିପରି ନାଳ ପାର ହୋଇ ସ୍କୁଲକୁ ଯିବେ ତାହାକୁ ନେଇ ସ୍ଥାନୀୟ ଅଭିଭାବକ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ଏପଟେ ପୋଲ ଭୁଶୁଡିବା ଖବର ପାଇ ଗୌଡଛେଣ୍ଡିଆ ସରପଞ୍ଚ ମଞ୍ଜୁଳା ହାତୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନ ବିଭାଗର କନିଷ୍ଟ ଯନ୍ତ୍ରୀ ଭଗବାନ ଗୌଡଙ୍କୁ ପଚାରିବାରୁ ବୁଧବାର ଘଟଣାସ୍ଥଳ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri