ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି କ୍ରୀଡ଼ା ପ୍ରତିଭା

ଧର୍ମଶାଳା,୨୮ା୩(ଡି.ଏନ.ଏ.):ଦୁର୍ଘଟଣା ବଦଳାଇଦେଲା ଜୀବନର ଗତିପଥ। ସାଧାରଣ ମଣିଷଙ୍କ ପରି ବେଶ ସୁସ୍ଥ ଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ କୁମାରୀ ଗ୍ରାମର କ୍ରୀଡ଼ା ପ୍ରତିଭା ସରୋଜ ସାହୁ (୪୬) ଏକ ଦୁର୍ଘଟଣାର ଶିକାର ହୋଇ ଏବେ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ହେଲେ ସେ ପୁରୀ ଅଞ୍ଚଳର ଜଣେ ଯୁବକଙ୍କ ପ୍ରେରଣାକ୍ରମେ ପାରାଅଥଲେଟିକ୍ସରେ ଭାଗ ନେଇ ପ୍ରଶଂସା ସାଉଣ୍ଟି ପାରିଛନ୍ତି। ଦୁର୍ଘଟଣା ପୂର୍ବରୁ ସରୋଜ କ୍ରିକେଟ, ଫୁଟ୍‌ବଲ, କବାଡ଼ି ଆଦି ପ୍ରତିଯୋଗିତାରେ ଭାଗ ନେଉଥିଲେ। ଦୁର୍ଘଟଣା ପରେ ହ୍ବିଲ୍‌ ଚେୟାର୍‌ରେ ଏବେ ସମୟ ବିତୁଛି। ହେଲେ ତାଙ୍କର ପୂର୍ବ ମନୋବଳ ଭାଙ୍ଗିଯାଇନି। ହ୍ବିଲ୍‌ ଚେୟାରରେ ସେ ବାସ୍କେଟବଲ୍‌, ଶଟ୍‌ପୁଟ୍‌, ଜାଭେଲିନ୍‌ ଥ୍ରୋ, ଡିସ୍‌କସ୍‌ ଥ୍ରୋ, ମାରାଥନ ଓ ତୀରନ୍ଦାଜୀ ଆଦିରେ ଜଣେ ପାରା ଅଥଲେଟ ଭାବେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ପଦକ ଓ ପ୍ରମାଣ ପତ୍ର ପାଇଛନ୍ତି।
ତାଙ୍କ ବାପା ରସୁଲପୁର ବ୍ଲକ୍‌ କଲଣ ଗ୍ରାମର ବ୍ୟବସାୟୀ ସ୍ବର୍ଗତ ପରମାନନ୍ଦ ସାହୁ ପରିବାର ସହିତ ୧୯୯୬ରୁ ଆସି କୁମାରୀରେ ରହୁଥିଲେ। ୨୦୧୭ ନଭେମ୍ବର ୧ ତାରିଖ କାର୍ତ୍ତିକ ମାସରେ ସରୋଜ ଗଁାକୁ ଯାଇ ଓଉ ଗଛରେ ଚଢ଼ିଥିଲେ। ଭାରସାମ୍ୟ ହରାଇ ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସା ସତ୍ତ୍ୱେ ସେହିଦିନଠାରୁ ସେ ଆଉ ଚାଲିପାରୁ ନାହାନ୍ତି। ଏବେ ସେ କୁମାରୀ ଗଁାରେ ଛୋଟ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଟାଟା ଷ୍ଟିଲ୍‌ ଓ ଷ୍ଟେଟ୍‌ ବ୍ୟାଙ୍କ୍‌ ପକ୍ଷରୁ ଦିଲ୍ଲୀ, ପଞ୍ଜାବ, ଚେନ୍ନାଇ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଆୟୋଜିତ ଆନ୍ତଃରାଜ୍ୟସ୍ତରୀୟ ପାରା ଆଥଲେଟିକ୍ସରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ, ପ୍ରମାଣପତ୍ର ଓ ଆର୍ଥତ୍କ ପୁରସ୍କାର ପାଇଛନ୍ତି। ତୀରନ୍ଦାଜୀ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେ ଜାତୀୟ ବାସ୍କେଟବଲ୍‌ ଦଳରେ ସ୍ଥାନ ପାଇଛନ୍ତି। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସରୋଜଙ୍କୁ ଆଗାମୀ ଦିନରେ ବିହାର ଓ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ କରାଯାଇଛି। ପୂର୍ବରୁ ଝାଡ଼ଖଣ୍ଡରେ ହୋଟେଲ୍‌ ବ୍ୟବସାୟ କରୁଥିବା ସରୋଜ ଏହି ସ୍ବଳ୍ପ ଆୟରେ ପରିବାର ଚଳାଇ ପାରୁନାହାନ୍ତି। ଘରୋଇ ସ୍କୁଲରେ ଶିକ୍ଷା ଲାଭ କରୁଥିବା ପୁଅଝିଅ ଏବେ ସରକାରୀ ବିଦ୍ୟାଳୟରେ ପଢୁଛନ୍ତି। ବୃଦ୍ଧା ମା’, ସ୍ତ୍ରୀ, ପୁଅ ଓ ଝିଅଙ୍କ ମୁହଁରେ ଦାନାମୁଠେ ଦେବାକୁ ହ୍ବିଲଚେୟାରରେ ବସି ସଂଘର୍ଷ କରୁଛନ୍ତି। ତାଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳିନାହିଁ। ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସରୋଜଙ୍କୁ ସହାୟତା ମିଳିଲେ ସେ ପାରା ଅଥଲେଟରେ ଭାଗ ନେଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri