ଦୂରଦୃଷ୍ଟି ଅଭାବ,ସରକାରୀ ଅର୍ଥ ବରବାଦ୍‌: ମାଟିରେ ମିଶିଲା ଦୋକାନ ଗୃହ

ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ ଜାରି ରହିଛି। ବୁଧବାର ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ କେନାଲ ଛକ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ନିକଟରେ ରହିଥିବା ଦୋକାନ ଗୃହ ଉଚ୍ଛେଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୌର ପ୍ରଶାସନ ପକ୍ଷରୁ ନିର୍ମିତ ଏହି ଦୋକାନ ଗୃହ ଗୁଡ଼ିକ ମାତ୍ର ୨ବର୍ଷ ପୂର୍ବରୁ ଉଦ୍‌ଘାଟିତ ହୋଇଥିଲା। ମାତ୍ର ବୁଧବାର ପୌର ପ୍ରଶାସନ ବୋଲଡ଼ୋଜର ଲଗାଇ ସେହି ଦୋକାନ ଗୁଡ଼ିକୁ ଧୂଳିସାତ୍‌ କରି ଦେଇଛି। ସହରକୁ ବିକଶିତ କରିବା ଉଦ୍ଦେଶ୍ୟରେ ଏହି ଉଚ୍ଛେଦ କରାଯାଇଥିବା କୁହାଯାଉଛି, ମାତ୍ର ପୌର ପରିଷଦର ଦୂରଦୃଷ୍ଟି ଅଭାବ ଯୋଗୁ ଆଜି ଲକ୍ଷାଧିକ ସରକାରୀ ଅର୍ଥ ବରବାଦ୍‌ ହେଲା ବୋଲି ସାଧାରଣରେ ଆଲୋଚିତ ହେଉଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ସ୍ଥାନରେ ପୌର ପରିଷଦ ପକ୍ଷରୁ ୮ଟି ଦୋକାନ ଗୃହ ନିର୍ମିତ ହୋଇଥିଲା। ସେଥିପାଇଁ ଲକ୍ଷଲକ୍ଷ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲା। ଦୋକାନ ଗୃହ ନିର୍ମାଣ ହେବା ପରେ ସେହି ଗୃହ ଗୁଡ଼ିକୁ ବିଭିନ୍ନ ଦୋକାନୀଙ୍କ ମଧ୍ୟରେ ଆବଣ୍ଟିତ କରାଯାଇଥିଲା ଏବଂ ସେଠାରେ ନାନା ପ୍ରକାର ଦୋକାନ ଗଢ଼ି ଉଠିଥିଲା। ସେହି ଦୋକାନ ଗୁଡ଼ିକରୁ ଦୋକାନୀମାନେ ରୋଜଗାର ମଧ୍ୟ କରି ଆସୁଥିଲେ। ଅନ୍ୟପଟେ ସମ୍ପୃକ୍ତ ଦୋକାନ ଗୃହ ଗୁଡ଼ିକ ନିର୍ମାଣ ହେବା ଦିନଠାରୁ ତାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ଚାଲି ଆସୁଥିଲା। ସେଠାରୁ କେନାଲ ପାର୍ଶ୍ୱ ଦେଇ ଏକ ରାସ୍ତା ସହର ମଧ୍ୟକୁ ସଂଯୋଗ କରୁଛି। ସେହିପରି ପାଖରେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ଥିବାବେଳେ ନିକଟରେ ମୁଖ୍ୟରାସ୍ତା ଯାଇଛି। ଏଭଳି ସ୍ଥିତିରେ ସେଠାରେ ଦୋକାନ ଗୃହ ଗୁଡ଼ିକର ନିର୍ମାଣକୁ ନେଇ ଆରମ୍ଭରୁ ବିଭିନ୍ନ ମହଲ ନାପସନ୍ଦ କରି ଆସୁଥିଲେ।
ତେବେ ଉଚ୍ଛେଦ ପରେ ଦୋକାନ ଗୁଡ଼ିକ ମାଟିରେ ମିଶି ଯାଇଛି। ଦୋକାନୀ ଗୁଡ଼ିକ ସେଠାରେ ନିଜ ଜୀବିକା ହରାଇଛନ୍ତି। ଅନ୍ୟପଟେ ଉଚ୍ଛେଦ ପୂର୍ବରୁ ସମ୍ପୃକ୍ତ ଦୋକାନୀମାନଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ପୌର ପ୍ରଶାସନ ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଦୋକାନୀମାନେ ଦୋକାନ ଗୁଡ଼ିକୁ ଖାଲି କରି ଦେଇଥିଲେ ଏବଂ ସେଠାକୁ ବୋଲଡ଼ୋଜର ମାଡ଼ି ବସିଥିଲା। ତେବେ ଉଚ୍ଛେଦ ପରେ ଦୋକାନୀମାନଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ମିଳିଛି ସତ, ମାତ୍ର ସେହି ଦୋକାନ ଗୃହ ଗୁଡ଼ିକ ନିର୍ମାଣ କରିବାରେ ଯେଉଁ ଲକ୍ଷଲକ୍ଷ ଟଙ୍କା ସରକାରୀ ଅର୍ଥ ବିନିଯୋଗ ହୋଇଥିଲା, ତାକୁ ଏବେ କିଏ ଭରଣା କରିବ ବୋଲି ସହରସାରା ଚର୍ଚ୍ଚା ଜୋର୍‌ ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

ପ୍ରତିଦିନ ୮ ଘଣ୍ଟାର ଅଧ୍ୟବସାୟ: ଦ୍ୱିତୀୟ ପ୍ରୟାସରେ ନିଟ୍‌ରେ ସଫଳ ହେଲେ ଚିନ୍ମୟନନ୍ଦ

ଅମରପାଲି, ୧୮।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତର ତିକୁଡ଼ା ଗ୍ରାମର ପ୍ରତିଭାବାନ ଛାତ୍ର ଚିନ୍ମୟନନ୍ଦ ମିଶ୍ର ଚଳିତ ବର୍ଷର ନିଟ୍…

ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, କଲେ ଆର୍ଥିକ ସହାୟତା

ଗଞ୍ଜାମ, ୧୮।୭(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ପଲାଇ ବର୍ତ୍ତମାନ ଏକ ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ପ୍ରେରଣାର ଉତ୍ସ ଯୁବ ସ୍ୱେଚ୍ଛାସେବୀ: ଜନ୍ମଦିନରେ ମୃତ୍ୟୁଞ୍ଜୟଙ୍କ ରକ୍ତଦାନ ଓ ବୃକ୍ଷରୋପଣ

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା ନିଜ ଜନ୍ମଦିନକୁ ଅତ୍ୟନ୍ତ ନିଆରା ଓ ପ୍ରେରଣାଦାୟକ…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

ହାଟଡିହୀ ବ୍ଲକର ଗୌରବ: ନିଟ୍ ପରୀକ୍ଷାରେ ଚନ୍ଦନ, ଅଭିଜିତ ଓ ଆଶୁତୋଷଙ୍କ ବାଜିମାତ୍

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩ ଜଣ ମେଧାବୀ ଛାତ୍ର ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (UG)’ରେ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri