କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ

ଭୁବନେଶ୍ୱର,୨୮।୩: ବହୁ ରାଷ୍ଟ୍ରୀୟ ସାମାଜିକ ପ୍ରତିଷ୍ଠାନ ୱାଲ୍‌ମାର୍ଟ ଫାଉଣ୍ଡେଶନ ପକ୍ଷରୁ ଏକ ୫ ବର୍ଷିଆ କୃଷି ରଣନୀତି ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କୃଷକମାନଙ୍କ ଜୀବିକା ଉନ୍ନତ କରିବା ପ୍ରତି ଫାଉଣ୍ଡେଶନ ନିଜର ପ୍ରତିବଦ୍ଧତାକୁ ବିସ୍ତାର କରିବ, ଯାହା ସର୍ବନିମ୍ନ ୫୦% ମହିଳାଙ୍କ ସମେତ ୨୦୨୮ ସୁଦ୍ଧା ୧୦ ଲକ୍ଷ କ୍ଷୁଦ୍ରଚାଷୀଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏପରିକି ଦେଶର ପ୍ରମୁଖ କୃଷିଭିତ୍ତିକ ରାଜ୍ୟ ଉତ୍ତରପ୍ରଦେଶ, କର୍ନାଟକ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଭଳି ରାଜ୍ୟରେ ଚାଷୀମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟ ସହିତ କୃଷି ବର୍ଗୀକରଣ ଓ ଏକୀକରଣ କ୍ଷେତ୍ରରେ କାର୍ଯ୍ୟରତ ଅଣଲାଭକାରୀ ସଂସ୍ଥାଗୁଡିକୁ ଆବଶ୍ୟକ ପରିମାଣର ଅନୁଦାନ ପ୍ରଦାନ କରାଯିବ। ସେହିଭଳି ୱାଲ୍‌ମାର୍ଟ ଫାଉଣ୍ଡେଶନ ଅନୁଦାନ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେଶନ (ଏଫ୍‌ପିଓ) ଗୁଡିକ ପାଇଁ କ୍ଷମତା ନିର୍ମାଣରେ ସହଯୋଗ କରିବା, ବଜାର ସଂଯୋଗ ପାଇଁ ପହଞ୍ଚକୁ ବିସ୍ତାର କରିବା ପାଇଁ ସ୍ଥାନୀୟ ଅନୁଦାନଗ୍ରାହୀଙ୍କୁ ସକ୍ଷମ କରିବା ଉପରେ ଗୁରୁତ୍ୱ ଦେବ। ଫାଉଣ୍ଡେଶନର ୫ ବର୍ଷିଆ ରଣନୀତି ସମେତ ଦୁଇଟି ନୂଆ ଅନୁଦାନର ଘୋଷଣା ମଧ୍ୟ କରାଯାଇଛି।
ଏ ସମ୍ପର୍କରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ କ୍ଷୁଦ୍ରଚାଷୀଙ୍କ କଲ୍ୟାଣ ଭାରତ ସରକାରଙ୍କ ଶୀର୍ଷ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ୱାଲ୍‌ମାର୍ଟ ଫାଉଣ୍ଡେଶନର ଅଧ୍ୟକ୍ଷ କ୍ୟାଥ୍‌ଲିନ୍‌ ମ୍ୟାକ୍‌ଲାଫ୍‌ଲିନ୍‌ କହିଛନ୍ତି, ଭାରତରେ କ୍ଷୁଦ୍ରଚାଷୀଙ୍କ ପାଇଁ ବଜାର ପହଞ୍ଚକୁ ବିସ୍ତାର କରିବା ନେଇ ୱାଲ୍‌ମାର୍ଟ ଫାଉଣ୍ଡେଶନର ପ୍ରତିବଦ୍ଧତା, ସମସ୍ତ ହିତାଧିକାରୀଙ୍କ ପାଇଁ ମିଳିତ ମୂଲ୍ୟ ସୃଷ୍ଟି କରିବାରେ ସାହାଯ୍ୟ କରିପାରୁଥିବା ସମାଧାନଗୁଡିକୁ ଚିହ୍ନଟ କରିବା ନେଇ ଆମର ପ୍ରୟାସ ଉପରେ ନିର୍ମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri