ଭୁବନ, ୨୫ା୩(ଡି.ଏନ୍.ଏ.): ସରିଥିଲା ମାଟ୍ରିକ୍ ପରୀକ୍ଷା। ସ୍କୁଲ ଛୁଟି ହୋଇଯାଇଥିବାରୁ ଛୁଟି କଟାଇବାକୁ ବାପାଙ୍କ ସହ ଆସୁଥିଲେ ମାମୁଘରକୁ। ହେଲେ ଏହି ଖୁସି ଉଭେଇଗଲା ଅଧାବାଟରେ। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ବାଇକ୍କୁ ଧକ୍କା ଦେବାରୁ ଅକାଳରେ ଲିଭିଗଲା ଝିଅଙ୍କ ଜୀବନ। ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ନିକଟ ଯମୁନାକୋଟ ଛକରେ ଶୁକ୍ରବାର ସକାଳେ ଘଟିଛି ଏଭଳି ଏକ ଛାତିଥରା ଦୁର୍ଘଟଣା। ମୃତା ନାବାଳିକା ହେଲେ ପରଜଙ୍ଗ ଥାନା ପାଣିଭଣ୍ଡାର ଗ୍ରାମର ଶ୍ୱାତୀ ସୁଚରିତା ଜେନା (୧୬)। ଏଥିରେ ତାଙ୍କ ବାପା ଅଭିରାମ ଜେନା ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ପରିବାର ଲୋକଙ୍କ କହିବା କଥା, ଶ୍ୱାତୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସ୍କୁଲ ଛୁଟି ହୋଇଯାଇଥିବାରୁ ସେ ବାପାଙ୍କ ସହ ଭୁବନ ଥାନା ଧଳପଡ଼ା ଗ୍ରାମରେ ରହୁଥିବା ତାଙ୍କ ମାମୁଘରକୁ ବାଇକ୍ (ନଂ. ଓଡ଼ି ୧୯ ଇ ୯୬୧୯)ରେ ଆସୁଥିଲେ। ଏହି ସମୟରେ ଯମୁନାକୋଟ ଛକ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ (ନଂ. ଓଡ଼ି ୦୯ ଆର ୨୫୩୧) ପଛପଟୁ ଧକ୍କା ଦେଇଥଲା। ଫଳରେ ବାପଝିଅ ବାଇକ୍ରୁ ଛିଟିକି ପଡ଼ିଥିଲେ। ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଅଶୋକ କୁମାର ତ୍ରିପାଠୀ ପହଞ୍ଚତ୍ ଉଭୟଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ୱାତୀଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନା ପାଇ ମାମୁଘର ଲୋକେ ଏବଂ ଅନ୍ୟ ନିକଟ ସମ୍ପର୍କୀୟମାନେ ମେଡିକାଲରେ ପହଞ୍ଚତ୍ଥିଲେ। କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡ଼ିଥିଲା। ଶ୍ୱାତୀଙ୍କ ଏଭଳି ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଟ୍ରକ୍ ଚାଳକ ତଥା କେନ୍ଦୁଝର ଜିଲା ଆନନ୍ଦପୁର ଗ୍ରାମର ଲକ୍ଷ୍ମଣ ଦେହୁରୀଙ୍କୁ ଗିରଫ କରିଛି। ସେ ଜିନ୍ଦଲରୁ ସାମଗ୍ରୀ ଖଲାସ କରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏ ନେଇ ନଂ. ୯୪/୨୩ରେ ଏକ ମାମଲା ରୁଜୁ ହୋଇଛି।
Posted inHome Left, ଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…
ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
Archives


