ଟେଣ୍ଡରକୁ ନେଇ ଅଧ୍ୟକ୍ଷା-ପୌର ଅଧିକାରୀ ମୁହାଁମୁହିଁ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ପିଛା ଛାଡୁନି ବିବାଦ। ପୂର୍ବରୁ ଫାଇଲ ଚୋରିକୁ ନେଇ ମାମଲା ହୋଇଥିବା ବେଳେ ଏବେ କେତେକ ଉନ୍ନୟନ କାର୍ଯ୍ୟ ଟେଣ୍ଡରକୁ ନେଇ ଅଧ୍ୟକ୍ଷ ଓ ପୌର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। କୌଣସି ଆଲୋଚନା କରା ନ ଯାଇ ଟେଣ୍ଡର ହୋଇଥିବାରୁ ବାତିଲ କରିବାକୁ ପୌର ଅଧ୍ୟକ୍ଷା ଦାବି କରିଥିଲେ। ଆଲୋଚନା ପରେ ପୁନର୍ବାର ଟେଣ୍ଡର କରିବାକୁ କହିଥିବା ବେଳେ ପୌର ଅଧିକାରୀ ବିରୋଧ କରିଥିଲେ। ବିବାଦ ମଧ୍ୟରେ ପୌରାଞ୍ଚଳ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଥିବା କାଉନସିଲରମାନେ କହିଛନ୍ତି। ସମସ୍ୟା ସମାଧାନ ନିମନ୍ତେ ଶୁକ୍ରବାର ଉପଜିଲାପାଳ, ତହସିଲଦାରଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରକାଶ ଯେ, ନିକଟରେ ପୌର ପରିଷଦ ଅଧ୍ୟକ୍ଷାଙ୍କ ଚାମ୍ବରରୁ ଫାଇଲ ଚୋରି ହୋଇଥିଲା। ଏଥିରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ୭ ଗୋଟି ଫାଇଲ ରହିଥିଲା। ଘଟଣାରେ ପୌର ଅଧିକାରୀଙ୍କ ପକ୍ଷରୁ ଆନନ୍ଦପୁର ଥାନାରେ ମିସିଂ ରିପୋର୍ଟ ଦାଖଲ ହୋଇଥିଲା। ଥାନା ପକ୍ଷରୁ ଷ୍ଟେଶନ ଡାଏରି କରାଯାଇଛି। ଅଫିସରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆମକୁ ହସ୍ତଗତ ହେବା ପରେ ତଦନ୍ତ ଅଗ୍ରଗତିରେ ସୁବିଧା ହେବ ବୋଲି ଥାନା ଅଧିକାରୀ ଦେବକୀ ନାଇକ କହିଥିଲେ। ଚୋରି ହୋଇଯାଇଥିବା ଉନ୍ନୟନମୂଳକ କାର୍ଯ୍ୟର ପୁନର୍ବାର ଫାଇଲ୍‌ ପ୍ରସ୍ତୁତ କରାଯାଇ ଟେଣ୍ଡର ଡକାଯାଇଥିଲା। ଏଥିରେ ପୌର ପରିଷଦର ସ୍ବାଗତ ଗେଟ୍‌, ଡ୍ରେନେଜ୍‌ ମାଷ୍ଟର ପ୍ଲାନ୍‌, ସାନିଟେଶନ, ଫଗିଂ ମେଶିନ, କେମିକାଲ, ଲେବର, ଡଷ୍ଟବିନ୍‌, ଲାପ୍‌ଟପ୍‌, ମୋବାଇଲ ଟଏଲେଟ୍‌ ଆଦି ଟେଣ୍ଡର ଡକାଯାଇଛି। ଟେଣ୍ଡରକୁ ମଧ୍ୟ ଇଣ୍ଟରନେଟ୍‌ ଜରିଆରେ ଅପ୍‌ଲୋଡ୍‌ କରାଯାଇଥିଲା। ତେବେ ଗତ ବୁଧବାର ଟେଣ୍ଡରକୁ ନେଇ ଆନନ୍ଦପୁର ପୌର ପରିଷଦ ଅଧ୍ୟକ୍ଷା ରଜନୀରାଣୀ ଖଟୁଆ ଏବଂ ପୌର ଅଧିକାରୀ ଅଶୋକ ରାଉତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଟେଣ୍ଡର ସମ୍ପର୍କରେ ପୌର ଅଧ୍ୟକ୍ଷାଙ୍କ ସହିତ କୌଣସି ଆଲୋଚନା କରାଯାଇ ନ ଥିବାରୁ ଏଗୁଡ଼ିକୁ ବାତିଲ କରିବାକୁ କହିଥିଲେ। ବିନା ଆଲୋଚନାରେ କାହିଁକି ଟେଣ୍ଡର ଡକାଗଲା ବୋଲି ପୌର ଅଧିକାରୀଙ୍କୁ ଏକ୍ସପ୍ଲାନେଶନ ମାଗିଥିଲେ। ସମ୍ପୃକ୍ତ କାର୍ଯ୍ୟର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟେଣ୍ଡର ପ୍ରକ୍ରିୟା ଆଗକୁ ନିଆଯାଇଛି ବୋଲି ପୌର ଅଧିକାରୀ ରାଉତ ପ୍ରକାଶ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ଏନେଇ ଶୁକ୍ରବାର ପୁନର୍ବାର ପୌର କାର୍ଯ୍ୟାଳୟ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୌର ଅଧ୍ୟକ୍ଷା, ପୌର ଅଧିକାରୀ, ଆନନ୍ଦପୁର ଉପଜିଲାପାଳ ଅନୀଲ ସେଠୀ, ଆନନ୍ଦପୁର ତହସିଲଦାର ମାନସ ତ୍ରିପାଠୀ, ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ, କାଉନ୍‌ସିଲର ଉପସ୍ଥିତି ରହି ଆଲୋଚନା କରିଥିଲେ। ଅଧ୍ୟକ୍ଷା ବିନା ସୂଚନାରେ ହୋଇଥିବା ଟେଣ୍ଡରକୁ ବାତିଲ କରିବା ଜିଦ୍‌ରେ ଅଟଳ ରହିଥିବା ବେଳେ କାଉନ୍‌ସିଲରମାନେ ଏହାକୁ ସ୍ବାଭାବିକ କରିବାକୁ କହିଥିଲେ। ବୈଠକରେ ସମସ୍ତ ଆଲୋଚନା ପରେ ଡକାଯାଇଥିବା କାର୍ଯ୍ୟର ଟେଣ୍ଡର ମଧ୍ୟରୁ ସ୍ବାଗତ ଗେଟ୍‌ ଟେଣ୍ଡରକୁ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ଠିକ୍‌ ଭାବେ କରାଯିବାକୁ ପ୍ରସ୍ତାବ ଦିଆଯିବା ସହିତ ଅନ୍ୟ ଉନ୍ନୟନ କାର୍ଯ୍ୟର ଟେଣ୍ଡରକୁ ସ୍ବାଭାବିକ ଭାବେ ପରିଚାଳନା କରାଯିବାକୁ ନିଷ୍ପତ୍ତି ହୋଇଥିବା ଉପଜିଲାପାଳ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri