କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁକୁଳା ଡ୍ରେନ୍‌, କାହାରି ନଜର ପଡୁନି

କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁଖ୍ୟ ଡ୍ରେନ ଦୀର୍ଘ ବର୍ଷ ହେଲା ଭାଙ୍ଗି ମୁକୁଳା ଅବସ୍ଥାରେ ରହିଛି। ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିଲେ ହେଁ ଏଥିପ୍ରତି କାହାରି ନଜର ପଡୁନାହିଁ। ବିପଦପୂଣ୍ଣର୍ର୍ ଅବସ୍ଥାରେ ଯାତାୟାତ କରୁଥିବା ବେଳେ ଅନେକ ସମୟରେ ଡ୍ରେନ୍‌ରେ ପଡ଼ି ବହୁ ଲୋକ ଖଣ୍ଡିଆ ଖାବରା ହେଉଛନ୍ତି। ଅନେକ ସମୟରେ ଟ୍ରାଫିକ ସତ୍ତ୍ୱେ ଡ୍ରେନରୁ ତଳକୁ ଓହ୍ଲାଇ ରାସ୍ତାରେ ଚଳାଚଳ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି ବୋଲି ବରିଷ୍ଠ ଖବରଦାତା ପ୍ରଦୀପ ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ, ଜିଲାପାଳ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଫିସକୁ ଦୈନିକ ବହୁ ସଂଖ୍ୟାରେ ଲୋକେ ଆସିଥାନ୍ତି। ବିଶେଷ କରି ଅଭିଯୋଗ ଶୁଣାଣି ଦିନ ଶହରୁ ଊର୍ଦ୍ଧ୍ୱ ଲୋକ ଗାଁ ଗଣ୍ଡାରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥାନ୍ତି। ଜିଲାପାଳଙ୍କ ଅଫିସ ଆଗରେ ଟ୍ରାଫିକ ଛକ ଥିବାରୁ ସାଧାରଣତଃ ଏହି ଫୁଟ୍‌ପାଥରେ ଅଫିସ୍‌କୁ ଯିବା ଆସିବା କରିଥାନ୍ତି। ଟ୍ରାଫିକ ସିଗନାଲ ଅପେକ୍ଷାରେ ଗାଡ଼ି ଜମା ହୋଇ ରହୁଥିବା ସମୟରେ ଲୋକମାନେ ଡ୍ରେନ୍‌ ଉପରେ ଯିବାଆସିବା କରିଥାନ୍ତି। ଫୁଟ୍‌ପାଥ ଦେଇ କଟକ ବସ୍‌ଷ୍ଟାଣ୍ଡ ତଥା ଆଗକୁ ଅନ୍ୟାନ୍ୟ ଅଫିସକୁ ଯାଇଥାନ୍ତି। ସେହିପରି ଛକରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ବିକ୍ଷୋଭ, ରାଲି ଆଦି ଅନୁଷ୍ଠିତ ହେଲେ ଭିଡ଼ ଜମିଥାଏ। ବିଶେଷ କରି ମହିଳା ଓ ଶିଶୁମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆନ୍ଦୋଳନ ସମୟରେ ପୋଲିସ ମଧ୍ୟ ବହୁ ସଂଖ୍ୟାରେ ଏହି ସ୍ଥାନରେ ଅସୁବିଧା ଭୋଗ କରେ। ଏଣୁ ଏହାର ତୁରନ୍ତ ମରାମତି କରିବାକୁ ଦାବି ହେଉଛି ା ନଚେତ୍‌ କୌଣସି ବଡ଼ଧରଣର ଅଘଟଣ ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ସାମାଜିକ କର୍ମୀ ଦିଲୀପ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri