୨ ସରକାରୀ ବସ୍‌କୁ ଅଟକ ରଖିଲେ ଡ୍ରାଇଭର ସଂଘ: ଯାତ୍ରୀ ହଇରାଣ

ପାଟଣା,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ତରଫରୁ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପାଟଣା ବ୍ଲକ ସମ୍ପାଦକ ଗୌରାଙ୍ଗ ବେହେରାଙ୍କ ନେତୃତ୍ୱରେ ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଉପରେ ମଙ୍ଗଳପୁର ନିକଟରେ ଅବରୋଧ କରାଯାଇଥିଲା। ଏହିରାସ୍ତାର ସାହାରପଡା ବ୍ଲକ ଛକ ଓ ତୁରୁମୁଙ୍ଗା କେନ୍ଦୁଝରଦେଇ ଯାଇଥିବା ୪୯ ନମ୍ବର ୪ ଲେନ ବିଶିଷ୍ଟ ଜାତୀୟ ରାଜପଥର ବାଉଁଷୁଳି ନିକଟରେ ବାମ ପାର୍ଶରେ ଓ ଡାହାଣ ପାର୍ଶରେ ଝୁମ୍ପୁରା ବ୍ଲକ ଡ୍ରାଇଭର ସଂଘ ଯୁଗଳ କିଶୋର ବାରିକଙ୍କ ନେତୃତ୍ୱରେ ୯ ଦଫା ଦାବିରେ ଧାରଣାରେ ବସି ପ୍ରତିବାଦ ଜାରି ରଖିଛନ୍ତି। ପାଟଣା ଡ୍ରାଇଭର ସଂଘ ଭୁବନେଶ୍ୱର ଯାଉଥିବା ଯାତ୍ରୀ ବାହୀ ବସକୁ ଛାଡି ଦେଇଥିବାବେଳେ ବାଉଁଷୁଳିରେ କେନ୍ଦୁଝରରୁ ଟାଟା ଓ ରାଞ୍ଚି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଝୁମ୍ପୁରା ବ୍ଲକ ଡ୍ରାଇଭର ସଂଘ ତରଫରୁ ଅଟକ ରଖାଯାଇଛି । ଅନୁରୁପ ଭାବେ ତୁରୁମୁଙ୍ଗା ପାର୍ଶ୍ୱରୁ ଆସୁଥିବା ଏକ ସରକାରୀ ବସକୁ ଅଟକ ରଖିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାତ୍ରୀ ମାନେ ମଝି ରାସ୍ତାରେ ଅଟକି ରହି ହଇରାଣ ହୋଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନାଧିକାରୀ ମଦନମୋହନ ନାଏକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହି ସ୍ଥିତି ଉପରେ ନଜର ରଖିଛନ୍ତି।
ପାଟଣାରେ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଫଳରେ ଯାତ୍ରୀବାହୀ ବସ ଓ ମାଲବାହୀ ଟ୍ରକ ପ୍ରଭାବିତ ହୋଥିବାବେଳେ ଆମ୍ବୁଲାନ୍ସ, ସ୍କୁଲ ବସ, କ୍ଷୀର ଗାଡି, ପ୍ରେସ ଗାଡି, ଘରୋଇ ଗାଡି ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରୁଥିବା ଗାଡି ଓ ସରକାରୀ କର୍ମଚାରୀଙ୍କ ଗାଡିକୁ ଛାଡି ଦିଆଯାଇଛି। ପାଟଣାର ଧାରଣା ଡ୍ରାଇଭର ସଂଘ ସଭାପତି ସଞ୍ଜୟ ଭୂମିଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସଞ୍ଜୟ ସରକାର ସବୁ ଶ୍ରେଣୀର ନାଗରିକଙ୍କ ସମସ୍ୟା କଥା ବୁଝୁଥିବାବେଳେ ଡ୍ରାଇଭରଙ୍କ ସମସ୍ୟାକୁ ଅଣଦେଖା କରିବା ପରିତାପର ବିଷୟ ବୋଲି କହିଛନ୍ତି। ଏଥିରେ ବ୍ଲକ ଉପସଭାପତି ବିଶ୍ୱନାଥ ମହାନ୍ତ, ସମ୍ପାଦକ ଗୌରାଙ୍ଗ ବେହେରା, କୋଷାଧକ୍ଷ ନିରଞ୍ଜନ ମହାନ୍ତ, ଉପଦେଷ୍ଟା ପ୍ରଫୁଲ ମହାନ୍ତ, ଶିବ ନାଥ ମହାନ୍ତଙ୍କ ନେତୃତ୍ୱରେ ମହମଦ ହବିବୁଲ୍ଲା ଅନସାରି, ବିଜୟ କୁମାର ଭଞ୍ଜ, ସଚିତ୍ର ମହାନ୍ତ, ଶ୍ରୀକାନ୍ତ ଦାସ, ନିରାକାର ମହାନ୍ତ, କୁଶଧର ମହାନ୍ତ, ସୁବ୍ରତ ନାଏକଙ୍କ ଶହ ୫ ଶହରୁ ଊର୍ଦ୍ଧ୍ୱ ଡ୍ରାଇଭର ସ୍ଲୋଗାନ ଦେଇ ରାଜରାସ୍ତାରେ ବସିଛନ୍ତି। ଡ୍ରାଇଭରଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଡ୍ରାଇଭର ଇନ୍ସୁରାନସ, ସେମାନଙ୍କ ପିଲାମାନଙ୍କ ପାଠପଢା, ଭତ୍ତା ବ୍ୟବସ୍ଥା, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଆଦି ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri