Posted inଖେଳ

ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ, ଟିମ୍‌ ଇଣ୍ଡିଆରେ ଖେଳିବେନି ରୋହିତ ଶର୍ମା…

ମୁମ୍ବାଇ,୧୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫି ପରେ ଏକଦିବଦୀୟ ସିରିଜରେ ମୁକାବିଲା କରିବାକୁ ପ୍ରସ୍ତୁ ହେଉଛନ୍ତି। ମାର୍ଚ୍ଚ ୧୭ ଶୁକ୍ରବାରଠାରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଉଭୟ ଦଳର ସବୁଠାରୁ ବଡ ପରିବର୍ତ୍ତନ ଅଧିନାୟକଙ୍କ ବିଷୟରେ ଘଟିଛି।

ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆରେ ରୋହିତ ଶର୍ମା ଅନୁପସ୍ଥିତ ରହିବେ। ଏଭଳିସ୍ଥିତିରେ ଭାରତୀୟ ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ କରିବେ। ଏଥି ସହିତ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପାଟ କମିନ୍ସଙ୍କୁ ଏହି ସମଗ୍ର ସିରିଜରୁ ବାଦ ଦିଆଯାଇଛି। ଫଳରେ କଙ୍ଗାରୁ ଦଳର କମାଣ୍ଡ ଷ୍ଟିଭ ସ୍ମିଥଙ୍କ ହାତରେ ରହିବ।

ଏହା ପ୍ରଥମ ଥର ହେବ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ହେବେ। ଏପର୍ଯ୍ୟନ୍ତ ସେ ୧୧ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ଅଧିନାୟକତ୍ୱ କରିଛନ୍ତି। ଅନ୍ୟପକ୍ଷରେ ଷ୍ଟିଭ ସ୍ମିଥ ୫ ବର୍ଷ ପରେ ଏକଦିବସୀୟରେ ଅଧିନାୟକ ନଜର ଆସିବେ। ସେ ୨୦୧୪ ରୁ ୨୦୧୮ ମଧ୍ୟରେ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ରହିଆସିଥିଲେ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ ୧୭ ତାରିଖ ଅପରାହ୍ନ ସାଢ଼େ ଗୋଟାଏରେ ଆରମ୍ଭ ହେବ। ଏହି ମ୍ୟାଚ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କର ବିଭିନ୍ନ ଚ୍ୟାନେଲରେ କରାଯିବ। ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନି ପ୍ଲସ ହଟଷ୍ଟାର୍‌ ଆପରେ ଉପଲବ୍ଧ ହେବ ।

ଭାରତୀୟ ଦଳ: ଇଶାନ କିଶନ, ଶୁବମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରବିନ୍ଦ୍ର ଜାଡେଜା, ଆକ୍ସାର ପଟେଲ, ୟୁଜବେନ୍ଦ୍ର ଚହଲ, ଉମରନ ମଲିକ, ମହମ୍ମଦ ସିରାଜ, ଶର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକର ।

ଅଷ୍ଟ୍ରେଲିୟ ଦଳ: ଡେଭିଡ ୱାର୍ନର, କ୍ୟାମେରନ ଗ୍ରୀନ, ଷ୍ଟିଭ ସ୍ମିଥ (ଅଧିନାୟକ), ଟ୍ରାଭିସ ହେଡ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ସିଓନିସ, ଜୋସ ଇଂଲିସ, ମିଚେଲ ମାର୍ଶ, ଆଷ୍ଟନ ଅଗର, ଆଦାମ ଜାମ୍ପା, ନାଥାନ ଏଲିସ, ସଚନ ଆବଟ, ମାର୍ନସ ଲାବୁସାଗ୍ନେ, ଆଲେକ୍ସ କେରେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri