ବାଲେଶ୍ୱରରୁ ଚାନ୍ଦିପୁର ଚାଲିଲା ‘କ୍ରୁଜ୍‌’

ବାଲେଶ୍ୱର ଅଫିସ, ୧୪।୩: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏକ ସୁସଜ୍ଜିତ ଓ ବିଳାସପୂର୍ଣ୍ଣ ଲଞ୍ଚ ‘କ୍ରୁଜ୍‌’ର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଲଞ୍ଚ ପ୍ରତିଦିନ ଅପରାହ୍ନ ୪ଟାରେ ବାଲିଘାଟଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ଯାତ୍ରା କରିବ। ପର୍ଯ୍ୟଟକଙ୍କ ନଦୀ ଭିତରେ ୩ ଘଣ୍ଟା ରହଣି ପରେ ପୁଣି ଘାଟକୁ ଫେରିବ। ଏପରି ଏକ ନିଆରା ପ୍ରୟାସ କରିଛନ୍ତି ଯୁବ ବ୍ୟବସାୟୀ ତଥା ଚଳଚ୍ଚିତ୍ର ଅଭିନେତା ଡା. ଦେବବ୍ରତ ପ୍ରଧାନ। ଏହି ଲଞ୍ଚଯାତ୍ରାକୁ ବାଲେଶ୍ୱରର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଶୁଭାରମ୍ଭ କରିଛନ୍ତି।
ଇନ୍‌ ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟଠାରୁ ଅନୁମତି ନେଇ ଏହି କ୍ରୁଜ୍‌ ସେବା ଆରମ୍ଭ ହୋଇଛି। ୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୫ଜଣ କାରିଗର ବର୍ଷେ ହେଲା କାମରେ ଲାଗିଥିଲେ। ଲଞ୍ଚର ସାଜସଜ୍ଜା ସହିତ ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ଉପଲବ୍ଧ ରହିଛି। ଏଥିରେ ରହିବା, ଖାଇବା, ରାତ୍ରିଯାପନ ସୁବିଧା ସହିତ ବିଭିନ୍ନ ଉତ୍ସବ ମନାଇବାର ମଧ୍ୟ ସୁବିଧା ରହିଛି। ଶୌଚାଳୟ ସହ ୬ଟି ରୁମ୍‌ର ବ୍ୟବସ୍ଥା ଥିବା ବେଳେ ଏଥିରେ ଏକକାଳୀନ ୫୦ ଜଣ ପର୍ଯ୍ୟଟକ ଯାତ୍ରା କରିପାରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ, ବାସ୍ତୁବିତ୍‌ ପଣ୍ଡିତ ମନ୍ମଥ ମିଶ୍ର, ସ୍ଥାନୀୟ କାଉନ୍‌ସିଲର ମୀନା ମହାନ୍ତି, କାଉନସିଲର ଅନିନ୍ଦେୟ ପଣ୍ଡା, ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ମନୋରଞ୍ଜନ ପାଇଁ ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ ବୋଲି ପ୍ରକାଶ କରିଥିଲେ। ଦେବାଶିଷ ମଲ୍ଲିକ, ହେମନ୍ତ ରାଜ, ଶୁଭଙ୍କର ପିରୀ, କାର୍ତ୍ତିକ ଭଟ୍ଟାଚାର୍ଯ୍ୟ, ନମିତା ବେହେରା, ସତ୍ୟଜିତ ପରିଡ଼ା ଓ ସନ୍ତୋଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଏନେଇ ଡା. ଦେବବ୍ରତ ପ୍ରଧାନ କହନ୍ତି, ବାଲିଘାଟରୁ ଲୋକଙ୍କୁ ନେବା ଓ ଆଣିବା ପାଇଁ ସ୍ବତନ୍ତ୍ର ପାହାଚ ବ୍ୟବସ୍ଥା ନାହିଁ। ଏବେ ବାଉଁଶ ପୋଲ ତିଆରି କରି ଯାତାୟାତ ସୁବିଧା କରାଯାଇଛି। ପାହାଚ ସୁବିଧା ହେଲେ ଆହୁରି ଭଲ ହୋଇପାରନ୍ତା। ପର୍ଯ୍ୟଟକଙ୍କ ଚାହିଦା ବଢ଼ିଲେ ଆଗାମୀ ଦିନରେ ଏହି କ୍ରୁଜ୍‌ ଟୁର୍‌କୁ ପୁରୀ ପର୍ଯ୍ୟନ୍ତ ନିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri