ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ, ସିନେଟ କମିଟି ନାମାଙ୍କନକୁ ଅନୁମୋଦନ କଲା…

ଓ୍ବାଶିଂଟନ,୯।୩ : ଏରିକ ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ନିଶ୍ଚିତ ହୋଇଛି। ସିନେଟ କମିଟି ତାଙ୍କ ନାମାଙ୍କନକୁ ଅନୁମୋଦନ କରିଛି। ସିନେଟର ବୈଦେଶିକ ସମ୍ପର୍କ କମିଟି, ଆମେରିକା କଂଗ୍ରେସ (ସଂସଦ)ର ଉଚ୍ଚ ସଦନରେ ଭାରତରେ ରାଷ୍ଟ୍ରଦୂତଙ୍କ ପାଇଁ ଲସ ଏଞ୍ଜେଲ୍ସର ପୂର୍ବତନ ମେୟର ଏରିକ ଗାର୍ସେଟିଙ୍କ ନାମକୁ ମଞ୍ଜୁର କରିଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ସିନେଟ କମିଟି ଗାର୍ସେଟିଙ୍କ ସପକ୍ଷରେ ମତ ଦେଇଥିଲେ। ଏଥିସହ ତାଙ୍କ ନାମ ସିନେଟକୁ ପଠାଯାଇଛି।

 

ରିପୋର୍ଟ ଅନୁଯାୟୀ, କମିଟି ବୁଧବାର ଦିନ ୧୩-୮ ବ୍ୟବଧାନରେ ଗାସେର୍ଟିଙ୍କ ନାମାଙ୍କନକୁ ଅନୁମୋଦନ କରିଛି। ରିପବ୍ଲିକାନ ସିନେଟର ଟଡ ୟଙ୍ଗ ଏବଂ ବିଲ ହେଗର୍ଟି ମଧ୍ୟ ଗାର୍ସେଟିଙ୍କ ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଆଜି ଆମେ ସିନେଟରୁ କାର୍ଯ୍ୟାନୁଷ୍ଠାନ ଦେଖିଛୁ। ଆମେ ହୃଦୟରୁ ଏହାକୁ ପ୍ରଶଂସା କରୁଛୁ। ଆମେରିକା ଭାରତରେ ଏକ ସ୍ଥାୟୀ ରାଷ୍ଟ୍ରଦୂତ ଆବଶ୍ୟକ କରେ।

ସ୍ଥାୟୀ ରାଷ୍ଟ୍ରଦୂତ ରହିବା ଉଭୟ ଦେଶର ହିତରେ ରହିବ ବୋଲି ପ୍ରାଇସ କହିଛନ୍ତି। ଆମେ ଆଶା କରୁଛୁ ଭବିଷ୍ୟତର ରାଷ୍ଟ୍ରଦୂତ ଏରିକ ଗାର୍ସେଟି ଶୀଘ୍ର ଏହି ପଦବୀ ଗ୍ରହଣ କରିବାକୁ ସକ୍ଷମ ହେବେ। ସେ କହିଛନ୍ତି ଯେ ବିଶ୍ୱରେ କୌଣସି ଦେଶ ନାହିଁ ଯାହା ଭାରତ ଭଳି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ତଥା ମୂଲ୍ୟବାନ ଦେଶରେ ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରାଷ୍ଟ୍ରଦୂତ ପଦ ଖାଲି ରଖିବ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲାଇ ୨୦୨୧ ରେ ଗାସେର୍ଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିଥିଲେ। ବୈଦେଶିକ ସମ୍ପର୍କ କମିଟି ଜାନୁଆରୀ ୨୦୨୨ ରେ ତାଙ୍କ ନାମକୁ ଅନୁମୋଦନ କରିଥିଲା। କିନ୍ତୁ ତାଙ୍କ ନାମାଙ୍କନ ଏକ ବର୍ଷ ପାଇଁ ଲଟକି ରହିଥିଲା। ଅଭିଯୋଗ ଆସିଥିଲା ଯେ ଗାର୍ସେଟି ତାଙ୍କର ଜଣେ ପୂର୍ବତନ ଉପଦେଷ୍ଟାଙ୍କ ଯୌନ ଶୋଷଣ ବିଷୟରେ ଜାଣିଥିଲେ, କିନ୍ତୁ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri