Posted inଫୁରସତ

ହୋଲିରେ ବୁଲାବୁଲି

ପାହାଡ଼, ଝରଣା, ଘାଟି ହେଉକି ବେଳାଭୂମି ଅଥବା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ଦୃଶ୍ୟ ତ ଅନେକ ଦେଖିଥିବେ। କିନ୍ତୁ ହୋଲି ଅବସରରେ ଏମିତି କିଛି ଜାଗାକୁ ବୁଲିଯିବାର ପ୍ଲାନିଂ କରନ୍ତୁ; ଯେଉଁଠି ଭ୍ରମଣର ସବୁିଧା ଥିବା ସହିତ କିଛି ନିଆରା ଅନୁଭୂତି ସାଉଁଟିବାର ସୂଯୋଗ ବି ମିଳିପାରୁଥିବ। ଯେମିତିକି…

* ମଥୁରା ଓ ବୃନ୍ଦାବନ: ଏଠାରେ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଇଥାଏ। ହୋଲିରେ ଫଗୁ ଖେଳଠୁ ଆରମ୍ଭ କରି ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ ଏବଂ ନଗର ପରିକ୍ରମା କରିବାର ଦୃଶ୍ୟ ଏଠି ବେଶ୍‌ ନିଆରା ଲାଗେ ଦେଖିବାକୁ। ତା’ଛଡ଼ା ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାର କରି ସ୍ଥାନୀୟ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ନାଟକ ବି କିଛିଟା ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

* ବରସାନା: ଉତ୍ତରପ୍ରଦେଶର ମଥୁରା ଜିଲା ଅନ୍ତର୍ଗତ ଏକ ଐତିହାସିକ ସହର ହେଉଛି ବରସାନା; ଯାହାକି ରାଧାରାଣୀଙ୍କ ଜନ୍ମସ୍ଥାନ ଭାବେ ବି ପରିଚିତ। ପ୍ରତିବର୍ଷ ହୋଲି ଅବସରରେ ନନ୍ଦଗାଓଁରୁ କିଛି ଗୋପ ଯୁବକ ବରସାନାର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। ହେଲେ ଗୋପୀମାନେ ବାଡି ଧରି ସେମାନଙ୍କୁ ଘଉଡାଇଲାବେଳେ ଗୋପ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି; ଯାହା ଦେଖିବାକୁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳକୁ ସ୍ଥାନୀୟ ଲୋକେ ଲଠ୍‌ମାର୍‌ ହୋଲି କହିଥାନ୍ତି। ଏହି ଖେଳରେ ରାଗ କି ହିଂସା ନ ଥାଏ ବରଂ ଏହାକୁ ଏକ ପରମ୍ପରା ଭାବେ ପ୍ରତିବର୍ଷ ଏଠାରେ ପାଳନ କରାଯାଇଥାଏ। କାରଣ ଶ୍ରୀକୃଷ୍ଣ ବି ଏମିତି ରାଧାରାଣୀଙ୍କୁ ହୋଲିରେ ହଇରାଣ କରୁଥିଲେ ଏବଂ ପ୍ରତି ବଦଳରେ ତାଙ୍କଠାରୁ ଲାଠିମାଡ଼ ବି ଖାଉଥିଲେ। ସେହିଦିନଠୁ ଏହି ପରମ୍ପରା ଏଠାରେ ଚାଲିଆସୁଛି; ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ବି ଜମୁଛି।

* ଫୁଲେରା ଦୁଜ୍‌: ଏହା ବି ଏକପ୍ରକାର ନିଆରା ହୋଲି ଉତ୍ସବ। ଏଥିରେ ରଙ୍ଗ ନୁହେଁ ବରଂ ଫୁଲରେ ହୋଲି ଖେଳାଯାଏ। କାରଣ ଏକଦା ପ୍ରଭୂ ଶ୍ରୀକୃଷ୍ଣ କାମରେ ବ୍ୟସ୍ତ ରହି ରାଧାରାଣୀଙ୍କୁ ଦେଖା କରିବାକୁ ନଯିବାରୁ ରାଧା ଦୁଃଖରେ ଥାନ୍ତି। ତାଙ୍କ ଦୁଃଖ ଦେଖି ଅନ୍ୟ ଗୋପୀମାନେ ବି ଦୁଃଖ କରନ୍ତି; ଯାହାର ପ୍ରଭାବ ପ୍ରକୃତି ଉପରେ ପଡେ। ଗଛଲତା, ଫୁଲ, ପତ୍ର ହଠାତ୍‌ ସବୁ ଝାଉଁଳିଯାଏ। ଏହାଦେଖି ଶ୍ରୀକୃ୍‌ଷ୍ଣ ଘଟଣା ସମ୍ପର୍କରେ ଜାଣିପାରି ରାଧାଙ୍କୁ ଦେଖା କରିବାକୁ ଯାଇ ତାଙ୍କୁ ମନେଇବାକୁ ତାଙ୍କ ଉପରକୁ କିଛି ମଉଳି ଯାଇଥିବା ଫୁଲ ପକାନ୍ତି। ରାଧା ଓ ଗୋପୀମାନେ ବି ପ୍ରଭୂଙ୍କ ଉପରକୁ ଫୁଲ ପକାନ୍ତି। ଧୀରେଧୀରେ ମାହୋଲ ହସଖୁସିରେ ଭରିଯାଏ; ଯାହାର ପ୍ରଭାବରେ ମଉଳି ଯାଇଥିବା ଗଛଲତା, ଫୁଲପତ୍ର ବି ପୁଣି ତାଜା ହୋଇଉଠନ୍ତି। ସେବେଠାରୁ ଏହି ପରମ୍ପରାକୁ ଫୁଲେରା ଦୁଜ ଭାବେ ମଧୁରା, ବୃନ୍ଦାବନ ତଥା ବରାସାନାରେ ଥିବା ସମସ୍ତ ରାଧାକୃଷ୍ଣ ମନ୍ଦିରରେ ପାଳନ କରାଯାଇଥାଏ। ଭକ୍ତଗଣ ଦିନତମାମ୍‌ ରାଧାକୃଷ୍ଣଙ୍କ ଉପରେ ଏତେ ଫୁଲ ପକାନ୍ତି ଯେ, ମନ୍ଦିର ପରିସର ଫୁଲରେ ଭର୍ତ୍ତି ହୋଇଯାଏ। ଏହି ଉତ୍ସବଟି ହୋଲିର କିଛିଦିନ ପୂର୍ବରୁ ଏଠାରେ ପାଳିତ ହେଉଥିଲେ ହେଁ; ଏହାକୁ ହୋଲିର ପ୍ରାରମ୍ଭ ବୋଲି ବି କୁହାଯାଇଥାଏ।

* ଶାନ୍ତିନିକେତନ: ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ଲୋକପ୍ରିୟ କବି ରବୀନ୍ଦ୍ରନାଥ ଟାଗୋର ଶାନ୍ତିନିକେତନରେ ଏହି ଉତ୍ସବ ପ୍ରଥମେ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଉତ୍ସବ ଏଠାରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହୋଲି ଖେଳ ସାଙ୍ଗକୁ ଗୀତ ଓ ନାଚର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ୍‌ କରିଦିଏ।

* ପୁରୁଲିଆ: ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ବି ଖୁବ୍‌ ସମୃଦ୍ଧ। ଏଠାରେ ପ୍ରତି ପର୍ବ ସମୟରେ ପାରମ୍ପରିକ ନୃତ୍ୟକଳାର ଝଲକ ଦେଖିବାକୁ ମିଳିଥାଏ। ଖାସ୍‌ କରି ହୋଲିରେ ସ୍ଥାନୀୟ ବାସିନ୍ଦା ଅବିରରେ ହୋଲି ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି; ଯାହା ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

* ଉଦୟପୁର: ରାଜସ୍ଥାନର ଉଦୟପୁରରେ ରୟାଲ୍‌ ହୋଲି ଦେଖିବାର ମଜା ହିଁ କିଛି ନିଆରା ଲାଗେ; ଯାହାର ମୁଖ୍ୟ ଆକର୍ଷଣ ଥାଏ ହୋଲିକା ଦହନ। ଏହାକୁ ମୁଖ୍ୟତଃ ସ୍ଥାନୀୟ ମଓ୍ବୋଡ୍‌ ରାଜ ପରିବାରର ବଂଶଧରମାନେ ପାଳନ କରିଥାନ୍ତି। ହୋଲିକା ଦହନ ପାଇଁ ଯିବା ପୂର୍ବରୁ ରାଜ ପରିବାରର ପ୍ରତ୍ୟେକ ସଦସ୍ୟ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ସେମାନଙ୍କ ସହିତ ସୁସଜ୍ଜିତ ଘୋଡା ଏବଂ ରୟାଲ୍‌ ବ୍ୟାଣ୍ଡ ମଧ୍ୟ ଶୋଭାଯାତ୍ରାରେ ଯାଇଥାଏ; ଯାହା ଦେଖିବାକୁ ବେଶ୍‌ ଆକର୍ଷକ ହୋଇଥାଏ।
ଏସବୁବାଦ୍‌ ହୋଲି ଅବସରରେ ପଞ୍ଜାବର ହୋଲା ମୋହଲ୍ଲା, ମହାରାଷ୍ଟ୍ରର ରଙ୍ଗ ପଞ୍ଚମୀ, କେରଳର ମଞ୍ଜୁଲ୍‌ କୁଲି ତଥା ଦିଲ୍ଲୀର ମ୍ୟୁଜିକାଲ୍‌ ହୋଲି ଦେଖିବାକୁ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri