Posted inଫୁରସତ

ଅଜବ ମୋବାଇଲ୍‌ କଭର୍‌

ମୋବାଇଲ ଆମ ଜୀବନର ଏମିତି ଏକ ଅଂଶ ପାଲଟିଯାଇଛି ଯେ, ଏହାଠୁ ଘଡିଏ ଦୂରେଇ ରହିବା କଷ୍ଟକର ହୋଇଯାଉଛି। ଆଉ ଏହାର କିଛି କ୍ଷତି ହୋଇଗଲେ ତ ଭାରି ବାଧେ। ତେଣୁ ଏହା ଯେମିତି ସୁରକ୍ଷିତ ରହିବ ସେଥିଲାଗି ସମସ୍ତେ ଦାମୀ ମୋବାଇଲ୍‌ କଭର୍‌ ଲଗାଇଥାନ୍ତି। ତେବେ ଜାଣନ୍ତି କି ଏମିତି ବି କିଛି ମୋବାଇଲ କଭର୍‌ ଅଛି ଯାହା ଦେଖିବାକୁ ଏତେ ଅଜବ ଯେ, ପ୍ରଥମ ଦେଖାରେ ଜାଣି ହେବନି ତାହା ମୋବାଇଲ କଭର୍‌ ବୋଲି…

ନୋଷ୍ଟ୍ରିଲ ମୋବାଇଲ୍‌ କଭର୍‌: ମଣିଷର ନାକ ପରି ଦେଖାଯାଉଥିବା ଏହି ଜିନିଷଟି ଏକ ଆଇଫୋନ୍‌ ମୋବାଇଲ୍‌ କଭର୍‌। କଥା ହେବାବେଳେ ଏହାର ଦୁଇ ନାକ ପୁଡା ଭିତରେ ଆଙ୍ଗୁଳି ପୁରାଇ ମୋବାଇଲ୍‌କୁ ଭଲଭାବେ ଧରିହେବ। ତା’ ଭିତରେ ଇୟର ବଡ୍‌ସ ବି ରଖିପାରିବେ।

ଷ୍ଟିକ୍‌ ଆଇସ୍‌କ୍ରିମ୍‌/ପପ୍‌ସିକଲ୍‌ ମୋବାଇଲ କଭର୍‌: ଯେଉଁମାନଙ୍କୁ ଆଇସ୍‌କ୍ରିମ ଭଲଲାଗେ ସେମାନେ ଏହାକୁ ଦେଖିବାମାତ୍ରେ ପାଟିରୁ ଲାଳ ଗଡାଇବେ। ସତସତିକା ପପ୍‌ସିକଲ୍‌ ବା ଷ୍ଟିକ୍‌ ଆଇସ୍‌କ୍ରିମ ପରି ଦେଖାଯାଉଥିବା ଏହି ଜିନିଷଟି କିନ୍ତୁ ପ୍ରକୃତରେ ଏକ ମୋବାଇଲ୍‌ କଭର୍‌। ଏହାର ଉପରଭାଗର ଏକ ପାର୍ଶ୍ୱରୁ କିଛି ଅଂଶ ଖାଇବା ପରି ଦେଖାଯାଏ। ତେବେ ଏହି ଡିଜାଇନ୍‌ ଏଇଥିପାଇଁ କରାଯାଇଛି ଯେମିତିକି ଫୋନ୍‌ର କ୍ୟାମେରା ଘୋଡେଇ ନ ହୁଏ।

ହେୟାର ବ୍ରଶ୍‌ କଭର୍‌: ସେଲ୍ଫି ନେବା ପାଇଁ ଏହି ମୋବାଇଲ୍‌ କଭର୍‌ ପରଫେକ୍ଟ। କାରଣ ସେଲ୍ଫି ନେବା ପୂର୍ବରୁ କେଶ ସଜାଡିବା ଓ ସଜବାଜ ହେବା ଲାଗି ଏଥିରେ ବ୍ୟବସ୍ଥା ଅଛି। ଏହା ହେଉଛି ଏକ ହେୟାର ବ୍ରଶ ମୋବାଇଲ୍‌ କଭର୍‌। ଖାସ୍‌କରି ଆଇଫୋନ୍‌ ପାଇଁ ଉଦ୍ଦିଷ୍ଟ ଏହି କଭର୍‌ର ଗୋଟିଏ ପାର୍ଶ୍ୱରେ ହେୟାର୍‌ ବ୍ରଶ୍‌ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଫୋନ୍‌ କେସ୍‌ ଅଛି। ସେଲ୍ଫି ନେବା ପୂର୍ବରୁ ମୁହଁକୁ ସଜାଇବା ପାଇଁ ମୋବାଇଲ କେସ୍‌ ପାଖରେ ଏକ ମିରର୍‌ ବି ଅଛି।

ମଣିଷ କାନ ପରି କଭର୍‌: ଏହି ମୋବାଇଲ୍‌ କଭର୍‌ ଦେଖିବାକୁ ମଣିଷର କାନ ପରି। ଏହା ମୋବାଇଲ୍‌କୁ ସୁରକ୍ଷିତ ରଖେ ସତ। ହେଲେ କଥା ହେବାବେଳେ ଏହି ବଡ କାନର କଭର୍‌ ବେଶ୍‌ ଅଜବ ଦେଖାଯାଏ।

ଫ୍ରାଇଡ୍‌ ଚିକେନ୍‌ ମୋବାଇଲ୍‌ କଭର୍‌: ଆମେରିକୀୟ ବ୍ୟବସାୟୀ କୋଲୋନେଲ ସାଣ୍ଡର୍ସଙ୍କ ଜନ୍ମ ଦିବସ ପାଳନ ଅବସରରେ ଜାପାନରେ କେଏଫ୍‌ସି ଦେଇଥିଲା ଫ୍ରାଇଡ୍‌ ଚିକେନ୍‌ ଲେଗ୍‌ ପିସ୍‌ ପରି ଦେଖାଯାଉଥିବା ଆଇଫୋନ୍‌ କେସ୍‌। ଏହି ଫୋନ୍‌ କଭର୍‌ର ଆକାର ଥିଲା ଖୁବ୍‌ ବଡ। ଆଉ କଥା ହେବାବେଳେ କାନ ପାଖରେ ଏତେ ବଡ ଫ୍ରାଇଡ ଚିକେନ ମୋବାଇଲ୍‌ କଭର୍‌ ବେଶ୍‌ ଅଜବ ଲାଗୁଥିଲା।

ଆଇସୋପଡ୍‌ ମୋବାଇଲ୍‌ କଭର୍‌: ଜାପାନରେ ଆଇସୋପଡ (ଏକ ସାମୁଦ୍ରିକ ପ୍ରାଣୀ) କୁ ସୁନ୍ଦର ମନେ କରନ୍ତି। ବହୁତ ଭଲ ବି ପାଆନ୍ତି। ତେଣୁ ଏଠାରେ ମିଳେ ଏହି ଆଇସୋପଡ ପରି ମୋବାଇଲ୍‌ କଭର୍‌। ଏଥିରେ ଫୋନ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ରହେ। ହେଲେ ଏକ ପୋକ ପରି ମୋବାଇଲ କଭର୍‌ ବହୁତ ଅଜବ ଲାଗେ।

ଖାଦ୍ୟ ପ୍ଲେଟ୍‌ ମୋବାଇଲ୍‌ କଭର୍‌: ଏହି ମୋବାଇଲ କଭରକୁ ଓଲଟାଇ ରଖିଦେଲେ ଲାଗିବ ସତେ ଯେମିତି କିଏ ପ୍ଲେଟ୍‌ରେ ସୁସ୍ବାଦୁ ଖାଦ୍ୟ ପରଷି ଦେଇଛି। ତେଣୁ ଏହା ଖାଦ୍ୟ ପ୍ରିୟ ଲୋକଙ୍କୁ ବେଶ୍‌ ଭଲ ଲାଗିବ।

କ୍ୟାସେଟ୍‌ ମୋବାଇଲ୍‌ କଭର: କିଛି ବର୍ଷ ପୂର୍ବେ ଗୀତ ଶୁଣିବା ପାଇଁ କ୍ୟାସେଟ୍‌ର ବ୍ୟବହାର କରାଯାଉଥିଲା। ଏବେ ତ ଆଉ ଏହାର ବ୍ୟବହାର ନାହିଁ। ତେବେ କ୍ୟାସେଟ୍‌ ପରି ଦେଖାଯାଉଥିବା ମୋବାଇଲ୍‌ କଭର୍‌ କିନ୍ତୁ ଅଛି।

ଲୋବଷ୍ଟର ମୋବାଇଲ୍‌ କଭର: ଏହି ମୋବାଇଲ୍‌ କଭର୍‌ ଦେଖିବାକୁ ପୂରାପୁରି ସାମୁଦ୍ରିକ ଜୀବ ଲୋବଷ୍ଟର ପରି। ଏଥିରେ ମୋବାଇଲ୍‌ ରଖି କଥା ହେବାବେଳେ ସତସତିକା ଲୋବଷ୍ଟର ଧରି ଥିବା ଭଳି ଲାଗିବ। କେହି କେହି ଏହାକୁ ଦେଖି ଡରିଯିବେ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri