ଫାର୍ମ ହାଉସ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପାଣିକୋଇଲି,୧୨।୨(ଡି.ଏନ.ଏ.): ପାଣିକୋଇଲି ଥାନା ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଫାର୍ମ ହାଉସରେ ଥିବା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଓ ଗଛ ଜଳି ପାଉଁଶ ହୋଇଯାଇଛି। ଏନେଇ ଫାର୍ମ ହାଉସ ମାଲିକ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ମଣିପୁର ଗ୍ରାମର ଅଙ୍କୁର ଚରଣ ପଣ୍ଡା ମଣିପୁର ମୌଜାର ୮ ଏକର ପରିମିତ ଅଞ୍ଚଳରେ ମା’ ତାରିଣୀ ଫାର୍ମ ହାଉସ କରିଛନ୍ତି। ୨୦୧୬/୧୭ରେ ଉଦ୍ୟାନ ବିଭାଗ ସହାୟତରେ ସେ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ପାର୍ମ ହାଉସରେ ୩ ଏକର ପରିମିତ ଅଞ୍ଚଳରେ ପୋଖରୀ ଖୋଳି ମାଛ ଚାଷ କରୁଥବାବେଳେ ଅନ୍ୟ ୫ ଏକରରେ ଆମ୍ବ, ନଡିଆ, ପିଜୁଳି, ତେଜପତ୍ର, କଦଳୀ, ଅଳଁା, କୋଳି ଆଦି ଗଛ ଲଗାଇଛନ୍ତି। ବହୁମୁଖି କୃଷି ଉଦ୍ୟୋଗ କରି ପଣ୍ଡା ବହୁବାର ପୁରସ୍କୃତ ହୋଇଛନ୍ତି। ଏଥିସହିତ ୫ ଏକର ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିବା ସହ ଫସଲ ସଂରକ୍ଷତ୍ତ ପାଇଁ ଏକ କ୍ଷୁଦ୍ର ଶୀତଳ ଭଣ୍ଡାର ନିର୍ମାଣ କରିଛନ୍ତି। ତେବେ ପଣ୍ଡାଙ୍କ ନାତିଙ୍କ ବ୍ରତଘର ଯୋଗୁ ଫାର୍ମରେ କେହି ନ ଥିଲେ। ଏହାର ସୁଯୋଗରେ ଦୁର୍ବୃତ୍ତ ନିଅଁା ଲଗାଇଦେଇଥିଲା। ଅଗ୍ନିକାଣ୍ଡ ଯୋଗୁ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବୁନ୍ଦା ଜଳସେଚନ ପାଇପ ସହ ୫ ଲକ୍ଷ ଟଙ୍କାର ଶୀତଳ ଭଣ୍ଡାର କୁଲ ପାୱାର ମେଶିନ ପୋଡିଯାଇଛି। ଏଥିସହିତ ଆମ୍ବ, ପିଜୁଳି, ତେଜପତ୍ର ଶତାଧିକ ଗଛ ପୋଡି ଯାଇଛି, ଯାହାର ସମସ୍ତ ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ଫାର୍ମ ହାଉସକୁ ଶ୍ରୀହୀନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପଣ୍ଡା। ଅନ୍ୟପକ୍ଷରେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri