ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ହନ୍ତସନ୍ତ

ବାଲେଶ୍ୱର ଅଫିସ,୧୫।୫-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନସର୍ର୍ମାନେ ମଙ୍ଗଳବାର ପୂର୍ବାହ୍ନ ସାଢେ ୮ଟା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାରୁ ୱାର୍ଡ଼ରେ ଥିବା ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୱାର୍ଡ଼ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ନିୟମିତ ଔଷଧ, ଇଞ୍ଜେକଶନ୍‌ ଏବଂ ସାଲାଇନ୍‌ ଦିଆ ନ ଯିବାରୁ ଡାକ୍ତରମାନେ ଏକାକୀ ୱାର୍ଡ଼ ପରିକ୍ରମା କରି ରୋଗୀଙ୍କୁ ଚିକିତ୍ସା କରିଥିଲେ। ଡାକ୍ତର ଲେଖିଥିବା ଔଷଧ ଓ ଇଞ୍ଜେକଶନ ଦୀର୍ଘ ୬ଘଣ୍ଟା ଧରି ଦିଆଯାଇ ପାରି ନ ଥିଲା। ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ବାରମ୍ବାର ନର୍ସ ରୁମ୍‌କୁ ଯାଇଥିଲେ। ହେଲେ ସେଠାରେ କାହାରିକୁ ନ ପାଇବାରୁ ଡାକ୍ତର ଏବଂ ଜିଲା ଚିକିତ୍ସାଧିକାରୀ ଡା. ରଞ୍ଜନ କୁମାର ପାଢ଼ୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ନର୍ସମାନେ ୬ଘଣ୍ଟା ଧରି କାର୍ଯ୍ୟ ବନ୍ଦ କରି ଦାବି ପୂରଣ ପାଇଁ ଅଡ଼ି ଧରି ବସିଥିଲେ।

ଗତ ୧୦ତାରିଖରେ ପ୍ରସୂତି ବିଭାଗରେ ଜଣେ ନର୍ସ ରୋଗୀଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଲୋକଙ୍କ ମାଡ଼ରେ ନର୍ସ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇଥିଲେ। ଏନେଇ ଉଭୟଙ୍କ ପକ୍ଷରୁ ଡାକ୍ତରଖାନା ଫାଣ୍ଡିରେ ମାମଲା ରୁଜୁ ହୋଇଛି। ଏହାର ପ୍ରତିବାଦରେ ଗଣ୍ଡଗୋଳକାରୀଙ୍କୁ ଗିରଫ କରିବା ଏବଂ ସୁରକ୍ଷା ଦାବିରେ  ନର୍ସମାନେ କାର୍ଯ୍ୟ ବନ୍ଦ କରି ଜିଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ବିଭିନ୍ନ ୱାର୍ଡ଼ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କର ଔଷଧ ବିତରଣ, ସାଲାଇନ୍‌ ଦେବା, ଇଞ୍ଜେକଶନ ଦେବାରେ ବ୍ୟାଘାତ ହୋଇଛି। ଡାକ୍ତର ମଧ୍ୟ ୱାର୍ଡ଼ରେ ରୋଗୀ ଦେଖିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶରେ ଉପ-ଜିଲାପାଳ ନୀଲୁ ମହାପାତ୍ର ଏବଂ ଡିଏସ୍‌ପି ଉମେଶ ପଣ୍ଡା ପହଞ୍ଚତ୍ ନର୍ସମାନେ ସର୍ଭିସ କୋଡ୍‌ ନିୟମ ଅନୁସାରେ ସେମାନେ କୌଣସି ପ୍ରକାର ଆନ୍ଦୋଳନରେ ଭାଗନେଇ ରୋଗୀମାନଙ୍କ ସେବାରେ ବ୍ୟାଘାତ କରିପାରିବେ ନାହଁି ବୋଲି ଅବଗତ କରାଇଥିଲେ। ବିନା ସର୍ତ୍ତରେ ସର୍ବପ୍ରଥମେ ଆନ୍ଦୋଳନରୁ ଓହରି ରୋଗୀଙ୍କ ସେବାରେ ଯୋଗଦେବା ପାଇଁ କହିଥିଲେ। ଗଣ୍ଡଗୋଳ ସମ୍ପର୍କରେ ପୋଲିସ ତଦନ୍ତ କରୁଥିବା ବାଧା ନ ଉପୁଜାଇବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ନର୍ସମାନେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡ଼ିଛି। ୨ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ନର୍ସମାନେ ସାମୂହିକ ଭାବରେ କାର୍ଯ୍ୟଛାଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri