ଡ୍ରେନ୍‌ ପୋତିଲେ ବିଲ୍‌ଡର, ଘଣ୍ଟ ଘୋଡ଼ାଇଲା ବିଏମ୍‌ସି

ଭୁବନେଶ୍ୱର, ୫।୨ (ବ୍ୟୁରୋ): ଜବରଦଖଲ ସମୟରେ ବିଏମ୍‌ସି କାମ ବନ୍ଦ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ନେଉନାହିଁ। କିନ୍ତୁ ଜବରଦଖଲକୁ ଉଚ୍ଛେଦ ପାଇଁ ଅଧିକାରୀମାନେ ଲୋକଙ୍କ ଟଙ୍କାକୁ ପାଣିଭଳି ବୁହାଇ ପକେଟ ଗରମ କରୁଛନ୍ତି। ବିଏମ୍‌ସିର ଏହି ଆଭିମୁଖ୍ୟ ପାଇଁ ସହରରେ ଜବରଦଖଲ ବଢ଼ିଚାଲିଛି। ଓ୍ବାର୍ଡ ନଂ. ୩୭ରେ ଏଭଳି ଏକ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବେହେରାସାହିର ପ୍ଲଟ୍‌ ନଂ.୫୬୫ରେ ଥିବା ସର୍ବସାଧାରଣ ଡ୍ରେନ୍‌କୁ ଜଣେ ବିଲ୍‌ଡର ନିଜର ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପାଇପ ପକାଇ ପୋତି ଦେଇଛନ୍ତି। ବିଲ୍ଡର ଜଣକ ବେଆଇନ ଭାବେ ଘର ନିର୍ମାଣ ଓ ଡ୍ରେନ ଅବରୋଧ କରୁଥିଲେ ମଧ୍ୟ ବିଏମସି ଅଧିକାରୀ ଓ ସ୍ଥାନୀୟ କର୍ପୋରେଟରଙ୍କ ନିରବତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଏହି ବେଆଇନ କାମକୁ ବିରୋଧ କରିବା ସହ ବନ୍ଦ କରି ବିଏମ୍‌ସିକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ବିଲଡର୍‌ ଜଣକ ପୁନର୍ବାର ଜୋର ଜବରଦସ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲୋକେ ତାଙ୍କୁ ବିଏମ୍‌ସିର ଅନୁମତି ପତ୍ର ମାଗିବାରୁ ସେ ଲୋକଙ୍କୁ ନାଲିଆଖି ଦେଖାଉଛନ୍ତି। ଡ୍ରେନ୍‌ ପୋତିବା କାରଣରୁ ନିକଟରେ ରହୁଥିବା ପ୍ରାୟ ୪୦ରୁ ୫୦ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଜଣେ ବିଲ୍‌ଡର ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜବରଦଖଲ କରିବା ଏବଂ ସବୁ ଜାଣି ବିଏମ୍‌ସି ଅଧିକାରୀ ଓ କର୍ପୋରେଟର ଚୁପ୍‌ ରହିବାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି।
ସ୍ଥାନୀୟ କର୍ପୋରେଟର ବନ୍ଦିତା ପାଲ୍‌ କହିଛନ୍ତି, ବିଲ୍‌ଡରଙ୍କ ଏଭଳି ମନମୁଖି କାର୍ଯ୍ୟକୁ ନେଇ ଜାନୁୟାରୀ ୬ରେ ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କୁ ଅବଗତ କରାଇଥିଲୁ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଶୁକ୍ରବାର ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ଅଭିଯୋଗ କରାଯାଇଥିଲା। କମିଶନର ଜେଡିସିଙ୍କୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପରେ ଜେଡିସି ସଫେଇ ସଂସ୍ଥା ଜାଗୃତିକୁ ଡ୍ରେନ୍‌ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କର୍ପୋରେଟର ସଫେଇ ଦେଇଛନ୍ତି। ହେଲେ ଏଯାଏ ବିଏମ୍‌ସି ପକ୍ଷରୁ ଜବରଦଖଲ କରିଥିବା ବିଲ୍‌ଡରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ତାଙ୍କୁ ତାଗିଦା କରାଯାଇ ନାହିଁ। ବରଂ ବିଲ୍‌ଡରଙ୍କ ବେଆଇନ କାର୍ଯ୍ୟକୁ ବିଏମ୍‌ସି ଅଧିକାରୀମାନେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ଡ୍ରେନ ସଫା କରିବାକୁ କହିଦେଇ ବିଏମ୍‌ସି ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାକୁ ଚାହୁଁଛନ୍ତି। ତେଣୁ ବିଏମ୍‌ସି ଅଧିକାରୀ ଏବଂ ବିଲ୍‌ଡରଙ୍କ ମଧ୍ୟରେ ସଲାସୁତରା ହୋଇ ଏଭଳି କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri