Posted inଜାତୀୟ

ଭାରତ ସୀମାରେ ମ୍ୟାନମାରରେ ସେନାର ଏୟାର ଷ୍ଟ୍ରାଇକ…

ନୂଆଦିଲ୍ଲୀ,୧।୨ : କ୍ଷମତା ହାସଲ କରିବାର ଦୁଇ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମ୍ୟାନମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ମ୍ୟାନମାରର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକକୁ ବୃଦ୍ଧି କରୁଛନ୍ତି। ମାନବାଧିକାର ମନିଟରିଂ ଗୋଷ୍ଠୀ କହିଛନ୍ତି ଯେ ଏହି ଏୟାର ଷ୍ଟ୍ରାଇକର ବୃଦ୍ଧି ଦେଶକୁ ଦୀର୍ଘ କାଳୀନ ଗୃହଯୁଦ୍ଧକୁ ଠେଲି ଦେଇଛି। ଏହି ଆକ୍ରମଣ ସମୟରେ ଭାରତ ସୀମାବର୍ତ୍ତୀ ତିଆଉ ନଦୀ ଉପରେ ଏକ ବୋମା ପଡିଥିଲା କିନ୍ତୁ ଏଥିରେ କୌଣସି ବଡ଼ କ୍ଷତି ହୋଇ ନ ଥିଲା।

ଭାରତୀୟ ସୀମାରେ ବୋମା ପଡିବା ଖବର ପ୍ରଥମେ ବ୍ରିଟିଶ ଖବରକାଗଜ ‘ଦ ଗାର୍ଡିଆନ’ ଦ୍ୱାରା ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ପ୍ରକାଶିତ ହୋଇଥିଲା। ସୂଚନା ମୁତାବକ, ଏହା ଦ୍ୱାରା ଏକ ଟ୍ରକର କିଛି ଅଂଶ ଭାଙ୍ଗିରୁଜି ଯାଇଥିଲା।

ମ୍ୟାନମାର ସହିତ ଭାରତର ମିଜୋରାମର ୧,୬୨୪ କିଲୋମିଟର ଲମ୍ବା ସୀମା ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ଏନଜିଓ ମ୍ୟାନମାର ଓ୍ବିଟେନେସ ଏବଂ ଅନ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ମ୍ୟାନମାରର ସେନା ଯୁଦ୍ଧ ବିମାନ ଏବଂ ଏହାର ସହଯୋଗୀ ରୁଷିଆ ଏବଂ ଚାଇନା ଦ୍ୱାରା ପ୍ରଦାନ କରାଯାଇଥିବା ଯୁଦ୍ଧ ହେଲିକପ୍ଟର ଉପରେ ନିର୍ଭରଶୀଳ। ଗତ ବର୍ଷ ଜୁଲାଇରୁ ଡିସେମ୍ବର ମଧ୍ୟଭାଗରେ ହୋଇଥିବା ୧୩୫ ଏୟାରଷ୍ଟ୍ରାଇକ ଘଟଣା ସମ୍ପର୍କରେ ସଂଗଠନ ସୂଚନା ସଂଗ୍ରହ କରି ସେପ୍ଟେମ୍ବରରୁ ଏୟାର ଷ୍ଟ୍ରାଇକ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଯାଇଥିଲା।

ରିପୋର୍ଟ ଅନୁଯାୟୀ, ମ୍ୟାନମାରର ସୈନ୍ୟବାହିନୀ ପ୍ରତିରୋଧ କ୍ଷେତ୍ରକୁ ଧରି ରଖିବା ପାଇଁ ସଂଘର୍ଷ କରୁଥିବାରୁ ଏୟାର ଷ୍ଟ୍ରାଇକ ସେମାନଙ୍କ ଆକ୍ରମଣର ଏକ ପ୍ରମୁଖ ଅଂଶ ପାଲଟିଛି। ଏଥିରେ କୁହାଯାଇଛି ଯେ ସେନା ମ୍ୟାନମାର ଲୋକଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛି। ଏହା ଘର, ବିଦ୍ୟାଳୟ ଏବଂ ପୂଜାପାଠ ସ୍ଥାନକୁ ନଷ୍ଟ କରୁଛି। ଅଣ୍ଡରଗ୍ରାଉଣ୍ଡ ସଂଗଠନ ନ୍ୟାଶନାଲ ୟୁନିଟ ଗଭର୍ନମେଣ୍ଟ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri