ରୋମାଞ୍ଚ ଭରିଲେ ଅର୍ଚ୍ଚିତା, ସବ୍ୟସାଚୀ

ପାରଳାଖେମୁଣ୍ଡି, ୨୧ା୧ (ଡି.ଏନ୍‌.ଏ) : ଗଜପତି ଜିଲାର କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧି ପରମ୍ପରାର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ଶନିବାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଛନ୍ତି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା। ଏହି ସନ୍ଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା। ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଜିଲା ତଥା ଅନ୍ୟ ଜିଲାର କଳାକାରମାନେ ନୃତ୍ୟ, ଗୀତ ପରିବେଷଣ କରିଥିଲେ। ପାରଳାଖେମୁଣ୍ଡି ସହରର ନଟରାଜ ନୃତ୍ୟ କଳା କ୍ଷେତ୍ର ଗ୍ରୁପ, ଗଞ୍ଜାମ ଜିଲା ରଣପା ଲୋକନୃତ୍ୟ, ଚନ୍ଦ୍ରଗିରିର ତିବ୍ଦତିଆନ ଗ୍ରୁପ ଦ୍ୱାରା ଲୋକନୃତ୍ୟ, ସୁରଭି ଗଜପତି, ପାରଳାଖେମୁଣ୍ଡିସ୍ଥିତ ଶ୍ରୀଅରବିନ୍ଦ ବିଦ୍ୟାଳୟ, ସେଞ୍ଚୁରିଆନ ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ମହିଳା ସ୍ନାତକ ମହାବିଦ୍ୟାଳୟ, ବନ୍ଦେ ମାତରମ ନୃତ୍ୟ ଦଳ, ଗୋଷାଣି ଓ କାଶୀନଗର ବ୍ଲକର ଲୋକନୃତ୍ୟ, ସମ୍ବଲପୁରର ଲୋକନୃତ୍ୟ, କୋରାପୁଟର ଢେମସା ଲୋକନୃତ୍ୟ ସମେତ ୧୪ଟି ଗ୍ରୁପ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ। ସଭା କାର୍ଯ୍ୟକ୍ରମରେ ଗଜପତି ଜିଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା, ମୋହନା ପଞ୍ଚାୟତ ସମତି ଅଧ୍ୟକ୍ଷ ରାଜୀବ ଶବର, ଆର୍‌.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ନୂଆଗଡ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ରାୟଗଡ଼ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣବାସୀ ନାୟକ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ.ବୀରରାଜୁ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ, କାଶୀନଗର ବ୍ଲକ ଅଧ୍ୟକ୍ଷା ବିସାୟାମ୍ମା, କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏମ.ସୁଧାରାଣୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରତେକ ଦିନ ଅପେକ୍ଷା ଶନିବାର ଜନ
ସମାବେଶ ଢେର ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରେ ପଡ଼ିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ: ଏହି ଯୁବତୀ ହେବେ ଭଦ୍ରା ପରିବାରର ବୋହୂ

ନୂଆଦିଲ୍ଲୀ,୩୦।୧୨:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ପ୍ରେମରେ ପଡ଼ିଛନ୍ତି। ଭଦ୍ରା ପରିବାରର ଭବିଷ୍ୟତ ବୋହୂ ହେଉଛନ୍ତି ଅଭିଭା ବେଗ ।...

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri