Posted inଜାତୀୟ

କଲେଜିୟମ-କେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୧: ବିଚାରପତି ନିଯୁକ୍ତିକୁ ନେଇ କିଛି ମାସ ହେଲା କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ଟଣାଓଟରା ଲାଗିରହିଛି। ବିଚାରପତି ନିଯୁକ୍ତି ଲାଗି କଲେଜିୟମଙ୍କ ସୁପାରିସକୁ ସରକାର ଅନେକ ସମୟରେ କାର୍ଯ୍ୟକାରୀ ନ କରି ଫାଇଲ ଫେରାଇ ଦେଉଛନ୍ତି। କଲେଜିୟମରେ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବା ଲାଗି ୪ ଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଥିଲେ। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ରହିଥିବା କଲେଜିୟମ ବ୍ୟବସ୍ଥା ଉପରେ କେନ୍ଦ୍ରର ହସ୍ତକ୍ଷେପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ବରିଷ୍ଠ ଆଇନଜୀବୀ ସୌରଭ କିର୍ପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ ୫ ବର୍ଷ ମଧ୍ୟରେ ୨ ଥର ସୁପାରିସ କରିଥିଲେ। ତେବେ କିର୍ପାଲ ଜଣେ ସମଲିଙ୍ଗୀ ଏବଂ ତାଙ୍କ ପାର୍ଟନର ଜଣେ ବିଦେଶୀ ହୋଇଥିବା କହି କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିନାହାନ୍ତି। କଲେଜିୟମ ତୃତୀୟ ଥର ପାଇଁ କିର୍ପାଲଙ୍କ ନାମ ସୁପାରିସ କରିଛନ୍ତି। ଫଳରେ ଏହାକୁ ନେଇ କେନ୍ଦ୍ର ଓ କଲେଜିୟମ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। କିର୍ପାଲଙ୍କୁ ବିଚାରପତି ନିଯୁକ୍ତି ଦେବା ପ୍ରସ୍ତାବ ଉପରେ କେନ୍ଦ୍ରର ପ୍ରତିବାଦକୁ କଲେଜିୟମ ଖାରଜ କରିଦେଇଛନ୍ତି। ଏହା ବ୍ୟତୀତ କଲେଜିୟମ ଆଉ ୪ ଜଣଙ୍କ ନାଁ ବିଚାରପତି ନିଯୁକ୍ତି ଲାଗି ସୁପାରିସ କରିଛନ୍ତି। କାଲକାଟା ହାଇକୋର୍ଟ ପାଇଁ ୨ ପ୍ରାର୍ଥୀଙ୍କ ନାମ ପୁନର୍ବାର ସୁପାରିସ କରାଯାଇଛି। କିର୍ପାଲଙ୍କ ନିଯୁକ୍ତି ଫଳରେ ବେଞ୍ଚ୍‌ ସମ୍ମାନ ବଢ଼ିବା ସହ ଏଥିରେ ବିବିଧତାର ସମାବେଶ ହୋଇପାରିବ ବୋଲି ଦର୍ଶାଇ ୨୦୨୧ ନଭେମ୍ବର ୧୧ରେ କଲେଜିୟମ କହିଥିବା ବିଷୟକୁ ଏବେ ନାମ ସୁପାରିସ ବେଳେ ପୁନର୍ବାର ଦୋହରାଇଛନ୍ତି। ସମଲିଙ୍ଗୀ ହେବା ଜଣକ ବ୍ୟକ୍ତିଗତ ଅଭିରୁଚି। ବିଚାରପତି ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ହୋଇ ମଧ୍ୟ ସେ ତାଙ୍କ ଅଭିରୁଚିକୁ ଗୋପନ ରଖିନାହାନ୍ତି। ପ୍ରାର୍ଥୀଙ୍କ ବିବାହ ଅଧିକାରକୁ ସମ୍ବିଧାନ ସ୍ବୀକୃତି ଦେଇଛି। ତେଣୁ ତାଙ୍କୁ ସମଲିଙ୍ଗୀ ଦର୍ଶାଇ ପ୍ରାର୍ଥତ୍ତ୍ୱକୁ ଖାରଜ କରିଦେବା ସାମ୍ବିଧାନିକ ନୀତିର ବିରୁଦ୍ଧାଚରଣ କରୁଛି ବୋଲି ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ୍‌.କେ. କୌଲ ଏବଂ କେ.ଏମ୍‌. ଜୋସେଫ୍‌ଙ୍କୁ ନେଇ ଗଠିତ ୩ ଜଣିଆ କଲେଜିୟମ କହିଛନ୍ତି।
ଏତଦ୍‌ବ୍ୟତୀତ ଗୋଇନ୍ଦା ବ୍ୟୁରୋ ରିପୋର୍ଟକୁ ଅଗ୍ରାହ୍ୟ କରି କଲେଜିୟମ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଆର୍‌ ଜନ୍‌ ସଥ୍ୟନ ଏବଂ ବମ୍ବେ ହାଇକୋର୍ଟ ବିଚାରପତି ଭାବେ ଆଡଭୋକେଟ ସୋମଶେଖର ସୁନ୍ଦେରେସାନଙ୍କ ନାମକୁ ପୁନଃ ସୁପାରିସ କରିଛନ୍ତି। ପୂର୍ବରୁ ସଥ୍ୟନ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ କେତେକ ପୋଷ୍ଟ କରିଥିଲେ। ସେହିପରି ସୁନ୍ଦରେସନ କେତେକ ଗୁରୁତ୍ୱପୂର୍ଣ୍ଣ ନୀତି, ପଦକ୍ଷେପ ଓ ସରକାରଙ୍କ ନିର୍ଦ୍ଦେଶନାମାକୁ ସୋସିଆଲ ମିଡିଆ ଜରିଆରେ ବିରୋଧ କରିଥିଲେ। ଜଣେ ପ୍ରାର୍ଥୀଙ୍କ ଦକ୍ଷତା, ମେଧା ଏବଂ ସାଧୁତାକୁ ଆଧାର କରି ତାଙ୍କୁ ବିଚାରପତି ନିଯୁକ୍ତି ଲାଗି ପ୍ରସ୍ତାବ ଦିଆଯାଇଥିବାବେଳେ ତାଙ୍କର ଅଭିବ୍ୟକ୍ତିକୁ ନେଇ ନିଯୁକ୍ତିରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି କଲେଜିୟମ କହିଛନ୍ତି। ସେହିପରି କାଲକାଟା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଅମିତେଶ ବାନାର୍ଜୀ ଏବଂ ସାକ୍ୟ ସେନ୍‌ଙ୍କ ପଦୋନ୍ନତିକୁ କଲେଜିୟମ ଦ୍ୱିତୀୟ ଥର ସୁପାରିସ କରିଛନ୍ତି। ୨୦୨୧ ସେପ୍ଟେମ୍ବର୧ରେ କଲେଜିୟମ ଉପରୋକ୍ତ ନାମକୁ ପୁନଃ ସୁପାରିସ କରିଥିଲେ। ସରକାରଙ୍କ ଆପତ୍ତିକୁ ବିଚାରକୁ ନେବା ପରେ ପ୍ରାର୍ଥୀମାନଙ୍କ ନାମକୁ ପୁନର୍ବାର ସୁପାରିସ କରାଯାଉଥିବା କଲେଜିୟମ ସ୍ପଷ୍ଟ କରିଛନ୍ତି।
ପୂର୍ବତନ ସିଜେଆଇ ବି.ଏନ୍‌. କିର୍ପାଲଙ୍କ ପୁଅ ସୌରଭ କିର୍ପାଲଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ନିମନ୍ତେ ୨୦୧୭ ଅକ୍ଟୋବର ୧୩ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ସର୍ବସମ୍ମତିକ୍ରମେ ସୁପାରିସ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ କଲେଜିୟମ ୨୦୨୧ ନଭେମ୍ବର ୧୧ରେ ଅନୁମୋଦନ କରିଥିଲେ। ତେବେ କିର୍ପାଲ ଜଣେ ସମଲିଙ୍ଗୀ ଏବଂ ତାଙ୍କ ପାର୍ଟନର ସୁଇଜରଲାଣ୍ଡ ନାଗରିକ ହୋଇଥିବା ଦର୍ଶାଇ ଉକ୍ତ ସୁପାରିସକୁ ଆଇନ ମନ୍ତ୍ରଣାଳୟ ୨୦୨୨ ନଭେମ୍ବର ୨୫ରେ ଫେରାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri