ମହାମାରୀ ପରେ ସ୍କୁଲ ନାମ ଲେଖାରେ ୯୮.୪ ପ୍ରତିଶତ ବୃଦ୍ଧି, ସରକାରୀ ସ୍କୁଲରେ ଶିକ୍ଷାସ୍ତରରେ ସୁଧାର…

ନୂଆଦିଲ୍ଲୀ,୧୯।୧ : କରୋନା ମହାମାରୀ ପରେ, ବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ରୀଛାତ୍ରମାନଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୬ ରୁ ୧୪ ବର୍ଷ ବୟସର ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ନାମଲେଖା ହାର ୨୦୧୮ ରେ ୯୭.୨ ପ୍ରତିଶତରୁ ୨୦୨୨ ରେ ୯୮.୪ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରଙ୍କ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ଯୋଗୁ ୧୧ ରୁ ୧୪ ବର୍ଷ ବୟସର ୯୮ ପ୍ରତିଶତ ବାଳିକାଙ୍କ ହାତରେ କଲମ ଏବଂ ବହି ଧରାଇ ଦିଆଯାଇଛି। ଏନଜିଓ ପ୍ରଥମ ଦ୍ୱାରା ପ୍ରକାଶିତ ବାର୍ଷିକ ସ୍ଥିତି ଶିକ୍ଷା ରିପୋର୍ଟ ଏଏସଇଆର-୨୦୨୦୨ରେ ଏହା ପ୍ରକାଶ ପାଇଛି ।

ଚାରି ବର୍ଷର ବ୍ୟବଧାନ ପରେ, ବିଶେଷଜ୍ଞ ଦଳ ୬୧୬ ଟି ଗ୍ରାମାଞ୍ଚଳର ୧୯,୦୬୦ ଟି ଗାଁର ୩,୭୪,୫୪୪ ପରିବାର ପରିଦର୍ଶନ କରି ୬,୯୯,୫୯୭ ପିଲାଙ୍କ ଉପରେ ସର୍ଭେ କରିଥିଲେ। ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ନାମଲେଖା ହାର ୯୫ ପ୍ରତିଶତରୁ ଅଧିକ ରହିଛି।

ପ୍ରତ୍ୟେକ ରାଜ୍ୟ ବାଳିକାମାନଙ୍କୁ ଶିକ୍ଷା ସହ ଯୋଡିଛନ୍ତି। ସରକାରଙ୍କ ଉଦ୍ୟମ ଯୋଗୁଁ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ସଫଳ ହୋଇଥିବା ଜଣାପଡିଛି। ୨୦୦୬ ରେ, ୧୧ରୁ ୧୪ ବର୍ଷ ବୟସର ୧୦.୩ ପ୍ରତିଶତ ବାଳିକା ସାରା ଦେଶରେ ବିଦ୍ୟାଳୟ ବାହାରେ ଥିଲେ। ତେବେ ୨୦୨୨ ମସିହାରେ, କେବଳ ଦୁଇ ପ୍ରତିଶତ ବାଳିକା ଶିକ୍ଷାଠାରୁ ଦୂରରେ ଅଛନ୍ତି।
୨୦୦୮ରେ, ୧୫ରୁ ୧୬ ବର୍ଷ ବୟସର ୨୦ ପ୍ରତିଶତ ବାଳିକା ବିଦ୍ୟାଳୟ ଛାଡିଥିଲେ। ସରକାରଙ୍କ ଉଦ୍ୟମ ଏବଂ ବିଭିନ୍ନ ଯୋଜନା ଯୋଗୁଁ ୨୦୨୨୨ ମସିହାରେ କେବଳ ୭.୯ ପ୍ରତିଶତ ବାଳିକା ବିଦ୍ୟାଳୟ ଛାଡିଛନ୍ତି।

ଗତ ସାତ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ତଥା ସୁବିଧାଗୁଡ଼ିକର ଉନ୍ନତି ଯୋଗୁ ଘରୋଇ ବିଦ୍ୟାଳୟ ତୁଳାନାରେ ସରକାରୀ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସମଗ୍ର ଦେଶରେ, ୬ ରୁ ୧୪ ବର୍ଷ ବୟସର ୭୨.୯ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟରେ ପଢୁଛନ୍ତି। ଏହାପୂର୍ବର ୨୦୦୬ ରୁ ୨୦୧୪ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନଙ୍କ ଅନୁପାତରେ ଏକ ସ୍ଥିର ହ୍ରାସ ପରିଲକ୍ଷିତ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ୩ରୁ୫ ବର୍ଷ ବୟସ ବର୍ଗରେ ଛୋଟ ପିଲାମାନଙ୍କର ନାମଲେଖାରେ କ୍ରମାଗତ ବୃଦ୍ଧି ଘଟିଛି। ଗ୍ରାମାଞ୍ଚଳରେ ତିନି ବର୍ଷର ୬୬.୮ ପ୍ରତିଶତ ଏବଂ ଚାରି ବର୍ଷର ୬୧.୨ ପ୍ରତିଶତ ପିଲା ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri