କେନ୍ଦୁଝର ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା ଡିଏମ୍‌ଏଫ୍‌

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଜିଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍‌.ଏଫ୍‌) ପୋଷ୍ୟ ଭାବେ ଗ୍ରହଣ କରିଛି। କାର୍ଯ୍ୟକ୍ରମର ଅଂଶସ୍ବରୂପ ସମସ୍ତ ଚିକିତ୍ସାଧୀନ ଯକ୍ଷ୍ମାରୋଗୀଙ୍କୁ ଡିଏମ୍‌ଏଫ୍‌ ତରଫରୁ ମଙ୍ଗଳବାର ପୁଷ୍ଟିସାର ଖାଦ୍ୟ ଯୋଗାଣର ଶୁଭାରମ୍ଭ କରାଯାଇଛି। ଜିଲାପାଳ ଆଶିଷ ଠାକ୍‌ରେଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ସହର ଉପକଣ୍ଠ ନରଣପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. କିଶୋର ପୃଷ୍ଟି ଖାଦ୍ୟ ପୁଡ଼ିଆ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଜିଲାର ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ମାସକୁ ଥରେ ସୁଷମ ପୁଷ୍ଟିସାର ଖାଦ୍ୟ ଯକ୍ଷ୍ମାରୋଗୀଙ୍କୁ ଯୋଗାଇଦିଆଯିବ ବୋଲି କୁହାଯାଇଥିଲା।

ଏହି ଅବସରରେ ପୃଷ୍ଟି କହିଥିଲେ, କେନ୍ଦୁଝର ଜିଲା ୨୦୨୫ ସୁଦ୍ଧା ଯକ୍ଷ୍ମା (ଟିବି) ମୁକ୍ତ ଭାରତ ଅଭିଯାନରେ ସାମିଲ୍‌ ହୋଇଛି। ବର୍ତ୍ତମାନ ଜିଲାରେ ୧୩୫୪ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯକ୍ଷ୍ମାରୋଗୀଙ୍କୁ ସର୍ବନିମ୍ନ ଛଅ ମାସ ପର୍ଯ୍ୟନ୍ତ ପୁଷ୍ଟିସାର ଖାଦ୍ୟ ଯୋଗାଇଦେବା ପାଇଁ ଡିଏମ୍‌ଏଫରୁ ବାର୍ଷକ ୪ ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଖାଦ୍ୟ ବଣ୍ଟନ ପାଇଁ ମିଶନ ଶକ୍ତିର ଜିଲାସ୍ତରୀୟ ମହାସଂଘକୁ ଦାୟିତ୍ୱ ଦିଆଯାଇଛି। ଯକ୍ଷ୍ମା ଦୂରୀକରଣ ନିମନ୍ତେ ଏକ ସାମଗ୍ରୀକ ସହଯୋଗର ଆବଶ୍ୟକତା ରହିଛି। ଦେଶର ସମସ୍ତ କ୍ଷେତ୍ରରେ ଏହା ଏକ ଜନ ଆନ୍ଦୋଳନର ରୂପ ନେଲେ ହିଁ ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବାର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ଟିବି) ଡ. ଦେବେନ ଦାସ, ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ୍‌ ଡ. ଶିବ ଚରଣ ବାଗ୍‌, ଡିପିଏମ୍‌ ଏନ୍‌ଏଚ୍‌ଏମ୍‌ ନିତ୍ୟରଞ୍ଜନ ବରାଳ, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସଞ୍ଜୀବ ବାରିକ, ଡିପିସି (ଟିବି) ଏନ୍‌ଏଚ୍‌ଏମ୍‌ ତାପସ ରଞ୍ଜନ ଜେନା, ପିପିସି (ଟିବି) ବିଶ୍ୱଜିତ୍‌ ନନ୍ଦ, ଡିଏମ୍‌ଏଫର ସିନିୟର ପ୍ରୋଜେକ୍ଟ୍‌ ଅଫିସର ଡ. ମୃଣାଳିନୀ ମନ୍ୟତ୍‌କର, ସିନିୟର ପ୍ରୋଜେକ୍ଟ୍‌ ଅଫିସର ଡ. ରୀନା ନାୟକ, ଡିପିସି ମିଶନ ଶକ୍ତି ଶିଶିର ଷଡ଼ଙ୍ଗି, ଜିଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ସହିତ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍‌ଏମ୍‌, ସିଏଚ୍‌ଓ, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri