ସ୍ବାବଲମ୍ବୀ କଲା ଥାଇଲାଣ୍ଡ ବରକୋଳି ଚାଷ

ଡେରାବିଶ,୧୫।୧(ସ୍ବ.ପ୍ର.): ଧାନ ଓ ବିରି ସମେତ ଅନ୍ୟାନ୍ୟ ଫସଲ ଲାଭଜନକ ହେଉ ନ ଥିବାରୁ ଅତ୍ୟାଧୁନିକ ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ଗ୍ରାମାଞ୍ଚଳର ଯୁବକମାନେ ଏବେ ମନ ବଳାଇଛନ୍ତି । କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ ନୋଳସାହି ଗ୍ରାମରେ ଥାଇଲାଣ୍ଡ ବରକୋଳି ଚାଷ ସମସ୍ତଙ୍କ ପାଉଁ ପ୍ରେରଣା ଯୋଗାଇଛି । ଏହି ଗ୍ରାମର ଦେବାଶିଷ ଜେନା ନାମକ ଜଣେ ଯୁବକ ନିଜ ପଡ଼ିଆ ପଡ଼ିଥିବା ୫ ଗୁଣ୍ଠ ଜମିରେ ବରକୋଳି ଚାଷ କରି ଲାଭବାନ ହୋଇଛନ୍ତି । ସେହି ବରକୋଳି ଚାଷ ପାଇଁ ସେ ଅନ୍‌ଲାଇନ୍‌ ଜରିଆରେ ଚାରା ମଗାଇଥିଲେ । ଗୋଟିଏ ଚାରା ପାଇଁ ତାଙ୍କୁ ୧ଶହ ଟଙ୍କା ଦେବାକୁ ପଡିଥିଲା । ସେ ସମୁଦାୟ ୧୦୦ଟି ଚାରା ମଗାଇଛନ୍ତି । ସେହି ଚାରାକୁ ଲଗାଇବା ପରେ ଏବେ ସେଥିରେ ଫଳ ଆସିଛି । ଏହି ବରକୋଳିକୁ ଥାଇଲାଣ୍ଡ ବରକୋଳି ବା ରେଡ୍‌ବାର ଆପୁଲ କୁହାଯାଏ ବୋଲି ସେ କହିଛନ୍ତି ।
ଦେବାଶିଷଙ୍କ ସୂଚନା ଅନୁଯାୟୀ, ଏହି ଗଛ ଲାଗିବାର ୬ ମାସରେ ଫଳ ଆସିଯାଇଥିଲା । ବର୍ତ୍ତମାନ ଗୋଟିଏ ବରକୋଳି ଗଛରୁ ୨୦ରୁ ୨୫ କିଲୋ ବରକୋଳି ଅମଳ ହେବ ବୋଲି ସେ କହିଛନ୍ତି । ଫଳ ଅମଳ ପରେ ମାଟିରୁ ୩ ଫୁଟ ଉଚ୍ଚରୁ ଏହି ଗଛକୁ କାଟି ଦେବାକୁ ହୋଇଥାଏ । ଗଛଟି ପୁରୁଣା ହେଲେ ସେଥିରେ ଥରକୁ ୮୦ରୁ ୧ କୁଇଣ୍ଟାଲ ପର୍ଯ୍ୟନ୍ତ ଫଳ ଫଳିବ ବୋଲି ସେ କହିଛନ୍ତି। ଏହି ଚାଷଟି ଲାଭଦାୟକ ହୋଇଥିବାରୁ ସେ ପରିଶ୍ରମ କରିଚାଲିଛନ୍ତି। ନିଜ ପଡ଼ିଆଜମିରେ ଏହି ବରକୋଳି ଚାଷ କରି ଦେବାଶିଷ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଥିବା ରଘୁଦେଇପୁର ପଞ୍ଚାୟତର ଅଗ୍ରଣୀ ଚାଷୀ ଦିଗମ୍ବର ମିଶ୍ର କହିଛନ୍ତି । ଦିଗମ୍ବରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଧାନ, ମୁଗ ଓ ପନିପରିବା ଚାଷ ଅଧିକ ଅମଳକ୍ଷମ ହୋଇପାରୁ ନ ଥିବା ବେଳେ ଯୁବକମାନେ ଏଭଳି ଅତ୍ୟାଧୁନିକ ଚାଷ କରିପାରିଲେ ସ୍ବାବଲମ୍ବୀ ହୋଇପାରିବେ । ଝଙ୍କାଳିଆ ଗଛରେ ବହୁଳ ପରିମାଣରେ ବରକୋଲି ଫଳିଛି । ସେହି ବରକୋଳି ଫଳକୁ ଦେଖିଲେ ଦେବାଶିଷ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜର ଚାଷ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଦେବାଶିଷ କହିଛନ୍ତି, ସାମାଜିକ ଗଣମାଧ୍ୟମରୁ ଏହି ଚାଷ ଉପରେ ଅଧିକ ଅନୁଧ୍ୟାନ କରି ଗଛ ଲଗାଇଛି । ଜମିରେ ପ୍ରତି ଗଛର ଦୂରତା ୧୦ ଫୁଟ୍‌ ରହିଛି। ଚାଷଜମିକୁ ଭଲ ଭାବେ ଚାଷ କରି ଦେଢ଼ ଫୁଟ୍‌ ଗଭୀରର ଗାତ ଖୋଳିଥିଲି । ଗାତରେ ୬ ଇଞ୍ଚର ଖତ ଓ ମାଟି ଦେଇ ସେଥିରେ କୀଟନାଶକ ଦେବାକୁ ପଡ଼ିଥିଲା। ଚାରା ଲାଗିସାରିବା ପରେ ପ୍ରତି ମାସରେ ଥରେ ସାର ଦିଆଯାଇଥାଏ। ଲାଗିଥିବା ବରକୋଳି ଚାରାଗୁଡ଼ିକ ହେଲା ବଲସୁନ୍ଦରୀ ଓ ନୁରାନୀ କିସମର । ଆସନ୍ତା ଫେବୃୟାରୀରେ ଏହି ବରକୋଳି ଅମଳ ହେବ । କେନ୍ଦ୍ରାପଡ଼ା ଜିଲାରେ ଏହାର ବଜାର ଚାହିଦା ନ ଥିବାରୁ ବାହାର ବ୍ୟବସାୟୀ ଏହି କୋଳି କିଣିବେ ବୋଲି ଦେବାଶିଷ କହିଛନ୍ତି। ଏହି ଚାଷ ପାଇଁ କେବଳ ଦେବାଶିଷ ନୁହନ୍ତି ତାଙ୍କ ପରିବାରର ସମସ୍ତ ସଦସ୍ୟ ଶ୍ରମଦାନ କରୁଛନ୍ତି । ବରକୋଳି ଅମଳ ହେବା ପରେ କିଲୋପିଛା ୮୦ରୁ ୧୦୦ ଟଙ୍କା ବିକ୍ରି ହେବ ବୋଲି ଦେବାଶିଷ କହିଛନ୍ତି । ତେବେ ଅନ୍ୟ ଯୁବକଙ୍କ ପ୍ରେରଣାର ଉତ୍ସ ପାଲଟିଥିବା ଦେବାଶିଷଙ୍କୁ କୃଷି ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଗଲେ ସେ ଉପକୃତ ହୋଇପାରିବେ ବୋଲି ନୋଳସାହି ଗ୍ରାମର ଚାଷୀ ବିଜୟ ମଲିକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri