ପାକିସ୍ତାନ ଭାତଥାଳିରୁ ଡାଲି ଅଦୃଶ୍ୟ,ବନ୍ଦରରେ ପଡ଼ି ରହିଛି ୬ ହଜାରରୁ ଅଧିକ କଣ୍ଟେନର…

ଇସଲାମାବାଦ,୧୪।୧ : ଅନ୍ୟ ଏକ ଅତ୍ୟାବଶ୍ୟକ ରୋଷେଇ ସାମଗ୍ରୀ ପାକିସ୍ତାନରେ ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ମହଙ୍ଗା ହେବା ଆରମ୍ଭ କରିଛି। ଡନ ଖବରକାଗଜ ରିପୋର୍ଟ ଅନୁଯାୟୀ, ବନ୍ଦରରେ ଆମଦାନୀ ହୋଇଥିବା ସାମଗ୍ରୀଗୁଡିକ କ୍ଲିୟରାନ୍ସ ନହେବା କାରଣରୁ ଦେଶରେ ଡାଲିର ମୂଲ୍ୟ ବୃଦ୍ଧି ପାଉଛି।

କରାଚି ହୋଲସେଲ୍ସ ଗ୍ରୋସର ଆସୋସିଏସନ (କେଡବ୍ଲୁଏଜିଏ) ର ସଭାପତି ରୌଫ ଇବ୍ରାହିମ କହିଛନ୍ତି ଯେ ଡଲାର ଅଭାବ ଯୋଗୁ ଗତ ଦୁଇ ମାସ ଧରି ବନ୍ଦରରେ ୬ ହଜାରରୁ ଅଧିକ ଡାଲି କଣ୍ଟେନର କ୍ଲିୟରାନ୍ସ ହୋଇ ପାରିନାହିଁ। ଦାମ ବୃଦ୍ଧି ଯୋଗୁ ଲୋକଙ୍କ ଭାତଥାଳିରୁ ଡାଲି ଅଦୃଶ୍ୟ ହୋଇ ଯାଇଛି।

ସାମଗ୍ରୀ ଆମଦାନୀ / ରପ୍ତାନି କରୁଥିବା ଫୈସଲ ଆନିଜ ମାଜିଦ ଡନକୁ କହିଛନ୍ତି ଯେ ଖୁଚୁରା ବଜାରରେ ମସୁର, ମୁଗ, ବୁଟ ଡାଲିର ଦାମ କିଲୋଗ୍ରାମ ପିଛା ଯଥାକ୍ରମେ ୨୭୦-୨୮୦ ପାକିସ୍ତାନୀ ମୁଦ୍ରା, ୨୫୦-୩୦୦, ୩୮୦-୪୦୦ ରେ ପହଞ୍ଚିଛି। ବନ୍ଦରରୁ ଡାଲି କଣ୍ଟେନର ଗୁଡିକର କ୍ଲିୟରାନ୍ସ ନହେବା ଯୋଗୁ ଖୁଚୁରା ମୂଲ୍ୟ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri