‘ନାଟୁ ନାଟୁ’କୁ ଗୋଲ୍ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ

ଓ୍ବାଶିଂଟନ୍‌,୧୨।୧: ଗତବର୍ଷର ସୁପରହିଟ୍‌ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’କୁ ‘ଗୋଲ୍ଡେନ୍‌ ଗ୍ଲୋବ୍‌’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ କାଟାଗୋରି ପାଇଁ ଏହି ପୁରସ୍କାର ଦିଆଯାଇଥିବାବେଳେ ଏହା ହେଉଛି ଭାରତୀୟ ମନୋରଞ୍ଜନ ଜଗତ ପାଇଁ ପ୍ରଥମ ଗୋଲ୍ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ। ବେଷ୍ଟ୍‌ ନନ୍‌-ଇଂଲିଶ ଲାଙ୍ଗୁଏଜ୍‌ ଫିଲ୍ମ ବର୍ଗର ଦୌଡ଼ରେ ଜର୍ମାନୀର ‘ଓ୍ବେଷ୍ଟର୍ନ ଫ୍ରଣ୍ଟ୍‌’ ବେଲଜିୟମ୍‌ର ‘କ୍ଲୋଜ୍‌’ ଏବଂ ଦକ୍ଷିଣ କୋରିଆର ‘ଡିସିସନ୍‌ ଟୁ ଲିଭ୍‌’କୁ ଫିଲ୍ମ ଆର୍‌ଆର୍‌ଆର୍‌ ପଛରେ ପକାଇଦେଇଛି।

ନାଟୁନାଟୁ ଗୀତର କମ୍ପୋଜର ଏମ୍‌ଏମ୍‌ କୀରଭାନି ମଞ୍ଚକୁ ଯାଇ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ କୀରଭାନି ଭାବବିହ୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ସହ ସେ ବହୁ ଫିଲ୍ମରେ କାମ କରିଥିବାବେଳେ ଏହି ସଫଳତା ପାଇଁ ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ ଯୋଗଦାନ ରହିଥିବା ସେ କହିଛନ୍ତି। ଏଥିସହ ଗୋଲ୍ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ଚଳଚ୍ଚିତ୍ର ଜଗତରେ କାମ କରିବା ପର୍ଯ୍ୟନ୍ତ ସେ ନୂଆ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରିବେ ବୋଲି କୀରଭାନି କହିଛନ୍ତି। ଚଳିତବର୍ଷର ୮୦ତମ ଗ୍ଲୋବାଲ ଗୋଲ୍ଡ ଆଓ୍ବାର୍ଡ ସମାରୋହ ଲସ୍‌ଏଞ୍ଜେଲ୍ସରେ ଅନୁଷ୍ଠିତ ହୋଇଥିଲା। ହାସ୍ୟ ଅଭିନେତା ଜେରୋଦ କାର୍ମିଚିଲ କାର୍ଯ୍ୟକ୍ରମର ହୋଷ୍ଟ ସାଜିଥିଲେ। ନାଟୁନାଟୁର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାକାର ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

୧୯୨୦ ମସିହା ବ୍ରିଟିଶ ଶାସନାଧୀନ ଭାରତ ଉପରେ ଏହି ଫିଲ୍ମର କାହାଣୀ ଆଧାରିତ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ ଏବଂ ରାମଚରଣ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଅଜୟ ଦେବଗନ, ଆଲିଆ ଭଟ୍ଟ ଓ ବ୍ରିଟିଶ ଅଭିନେତା ରେ ଷ୍ଟେଭେନ୍‌ସନ୍‌, ଆଲିସନ୍‌ ଡୁଡି ଏବଂ ଓଲିଭିଆ ମୋରିସ୍‌ ମଧ୍ୟ ଅଭିନୟର ଯାଦୁକରୀରେ ଦର୍ଶକଙ୍କ ମନ ମୋହିଛନ୍ତି॥ ଫିଲ୍ମଟି ବିଶ୍ୱବ୍ୟାପୀ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଛି। ଗ୍ଲୋବାଲ ଗୋଲ୍ଡ ଆଓ୍ବାର୍ଡରେ ସମ୍ମାନିତ ହେବା ପୂର୍ବରୁ ନିର୍ଦ୍ଦେଶକ ରାଜାମୌଲିଙ୍କୁ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍‌ ସର୍କଲ୍‌ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ଅନ୍ୟପକ୍ଷେ ଓସ୍କାର ଆଓ୍ବାର୍ଡ ପାଇଁ ଫିଲ୍ମକୁ ବିଭିନ୍ନ କାଟାଗୋରିରେ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri