ପାଟଣା ରେଞ୍ଜ୍‌କୁ ଆସିନାହାନ୍ତି ବିଦେଶୀ ପକ୍ଷୀ

କେନ୍ଦୁଝର/ପାଟଣା, ୧୧।୧ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ପକ୍ଷୀ ଗଣନା କରାଯାଇଛି। କେନ୍ଦୁଝର ଡିଭିଜନର ବିଭିନ୍ନ ଜଳାଶୟରେ ଗଣନା କରାଯାଇଥିଲା। କେନ୍ଦୁଝର ରେଞ୍ଜ୍‌ର ନଳପଙ୍ଗା ଡ୍ୟାମ୍‌, ବଡ଼ଶାସନ ପୋଖରୀ, ମାଧପୁର ଫାର୍ମ ପୋଖରୀ, ଟିକରପଡା ଡ୍ୟାମ, ଚାନ୍ଦିନୀ ପୋଖରୀ, ସାପୁଆ ଡ୍ୟାମ୍‌, କୋଡିପଶା ଡ୍ୟାମ, କାଂଜାରୀ ଡ୍ୟାମ୍‌, ଜଗଦଳା ଡ୍ୟାମ୍‌, ଧୂଳିଆବେଡା ଡ୍ୟାମ୍‌, ଘଟଗଁା ରେଞ୍ଜ୍‌ର ମାନପୁର ଡ୍ୟାମ୍‌, କାଳିମାଟି ଡ୍ୟାମ, କାଣ୍ଡସର ଡ୍ୟାମ୍‌, ଭୂୟଁା ଜୁଆଙ୍ଗ ପୀଢ ରେଞ୍ଜ୍‌ର ବଡଘାଗରା ଜଳଭଣ୍ଡାର, ତେଲକୋଇ ରେଞ୍ଜ୍‌ର ଖଜୁରଆ, ଦଣ୍ଡାଧର, ଖୁଣ୍ଟାପଡା, ସଲେଇକେନା ଡ୍ୟାମ୍‌, କାକୁଡିଅମ୍ବା, ଚମ୍ପୁଆ ରେଞ୍ଜ୍‌ର ସ୍ଲିମ ଡ୍ୟାମ୍‌ ଓ ପାଟଣା ରେଞ୍ଜ୍‌ର ଖିରେଇଟାଙ୍ଗିରୀ ବଡ଼ପୋଖରୀ ଆଦିରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ହୋଇଥିଲା। ୨୦୨୦ରେ ୪୪୨୬ ଏବଂ ୨୦୨୧ରେ ୫୮୯୨ ଏବଂ ୨୦୨୨ରେ ୬୯୦୦ ବହିରାଗତ ପକ୍ଷୀ ଗଣନା ହୋଇଥିଲା। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ଜଳାଶୟ ପରିମାଣ ହ୍ରାସ, ପକ୍ଷୀ ଶିକାର ଆଦି କାରଣରୁ ଚଳିତବର୍ଷ କମ୍‌ ପକ୍ଷୀ ଆସିଥିବା କୁହାଯାଇଛି। ଚଳିତବର୍ଷ ୨୦ ଟିମ୍‌ ପକ୍ଷୀ ଗଣନାରେ ନିୟୋଜିତ ଥିଲେ। ଏଥର କେତେ ସଂଖ୍ୟାରେ ଏବଂ କେଉଁ କେଉଁ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଛନ୍ତି, ଗଣନା ସଂଖ୍ୟା ମିଳିବା ପରେ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ଡିଏଫ୍‌ଓ ଧନରାଜ ଏଚ୍‌.ଡି. କହିଛନ୍ତି। ଚଳିତବର୍ଷ କେନ୍ଦୁଝର ସହରର ମାଧପୁରସ୍ଥିତ ୧୫ ନମ୍ବର ୱାର୍ଡର ଫାର୍ମ ପୋଖରୀରେ ବିରଳ ହଂସ ଲେସର ହୁଇସଲିଂ ପକ୍ଷୀ ଆଗମନ ହେବା ପରେ ଏହି ପୋଖରୀରେ ପ୍ରଥମଥର ପାଇଁ ଗଣନା କରାଯାଇଛି। ପାଟଣା ରେଞ୍ଜ୍‌ରେ କ୍ଷୀରେଇଟାଙ୍ଗିରୀ ସେକ୍ସନ କ୍ଷୀରେଇଟାଙ୍ଗିରୀ ବଡ଼ବନ୍ଧକୁ ମୋଟ ୧୩ଟି ପକ୍ଷୀଙ୍କ ଆଗମନ ହୋଇଛି। ଚଳିତବର୍ଷ ବିଦେଶୀ ପକ୍ଷୀ ଏଠାକୁ ଆସି ନ ଥିବା ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି। ମାତ୍ରାଧିକ ପ୍ରଦୂଷଣ ଏବଂ ଏହି ବନ୍ଧ ନିକଟ ଦେଇ ୪୯ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ଗାଡ଼ି ମୋଟର ଚଳାଚଳ କରୁଥିବାରୁ ଏଥର ଏହି ରେଞ୍ଜ୍‌କୁ ଖୁବ୍‌ କମ୍‌ ସଂଖ୍ୟକ ପକ୍ଷୀଙ୍କ ଆଗମନ ହୋଇଥିବା ସେ ଅନୁମାନ କରିଛନ୍ତି। ରେଞ୍ଜର ପାତ୍ରଙ୍କ ସହ କ୍ଷୀରେଇଟାଙ୍ଗିରୀ ବନପାଳ ସୁନିତା ବଘେଲ ଏବଂ ପାରାଷ୍ଟାଫ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri