Posted inଜାତୀୟ

ଭାଜପା ପୁସ୍ତକ ପ୍ରକାଶନ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୧୦।୧: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି। ଶାସକ ଭାଜପା ପ୍ରକାଶ କରିବାକୁ ଯାଉଥିବା ଏକ ପୁସ୍ତକର କଭରରେ କଂଗ୍ରେସ ନେତା ସିଦ୍ଧରମୈୟା ଟିପୁ ସୁଲ୍‌ତାନ ପୋଷାକ ପିନ୍ଧି ହାତରେ ଖଣ୍ଡା ଧରିଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ଏହାକୁ ନେଇ ବିବାଦ ଦେଖାଦେବା ସହ କଂଗ୍ରେସ ନେତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନ ପୂର୍ବରୁ ତାଙ୍କ ବଦ୍‌ନାମ କରିବା ପାଇଁ ଏଭଳି ପୁସ୍ତକ ଶାସକ ଦଳ ଛାପୁଥିବା ସିଦ୍ଦରମୈୟା ଅଭିଯୋଗ କରିଥିଲେ। ମାନହାନିକାରୀ ଉକ୍ତ ପୁସ୍ତକର ପ୍ରକାଶନ ଉପରେ ବେଙ୍ଗାଲୁରୁର ଏକ ଅଦାଲତ ସୋମବାର ସ୍ଥଗିତାଦେଶ ଜାରି କରିଛନ୍ତି।
ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲ୍‌ତାନଙ୍କୁ ସିଦ୍ଦରମୈୟା କିଛିଦିନ ପୂର୍ବରୁ ପ୍ରଶଂସା କରିଥିଲେ। ଭାଜପା ସିଦ୍ଦରମୈୟାଙ୍କୁ ଉକ୍ତ ପୁସ୍ତକରେ ସିଦ୍ଦରମୁଲ୍ଲା ଖାନ୍‌ ବୋଲି ଲେଖିଛି। ପୁସ୍ତକର ନାମ ରଖାଯାଇଛି ସିଦ୍ଦୁ ନିଜାକାନାସୁଗାଲୁ (ସିଦ୍ଦୁଙ୍କ ପ୍ରକୃତ ସ୍ବପ୍ନ)। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଅପମାନିତ କରାଯାଇଥିଲା। ଏହା ବିରୋଧରେ ସିଦ୍ଦରମୈୟାଙ୍କ ପୁଅ କଂଗ୍ରେସ ବିଧାୟକ ୟଥିନ୍ଦ୍ର ସିଦ୍ଦରମୈୟା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋମବାର ପୁସ୍ତକ ପ୍ରକାଶ ପାଇବାକୁ ଥିବାବେଳେ ବେଙ୍ଗାଲୁରୁର ସେସନ୍ସ କୋର୍ଟ ଏହା ଉପରେ ରୋକ୍‌ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉକ୍ତ ପୁସ୍ତକର ପ୍ରକାଶନ, ଉନ୍ମୋଚନ, ବିକ୍ରି କିମ୍ବା ପ୍ରଦର୍ଶନ କରାଯାଇପାରିବ ନାହଁ ବୋଲି କୋର୍ଟ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସି.ଏନ୍‌. ଅଶ୍ୱଥ ନାରାୟଣ ଓ ଅନ୍ୟମାନଙ୍କୁ କହିଛନ୍ତି। ମନ୍ତ୍ରୀ ଅଶ୍ୱଥ ଉକ୍ତ ପୁସ୍ତକ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri