ଖଣି ଖାଦାନ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାର

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର,୧୦ା୧: ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ଅଗଣିତ ଜଳପ୍ରପାତ ରହିଛି। ପ୍ରାକୃତିକ ପରିବେଶ ମଧ୍ୟରେ ଏହା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଭଳି ଏକ ଜଳପ୍ରପାତ ହେଉଛି ଯୋଡ଼ା ବ୍ଲକ୍‌ ବଲାଣି ନିକଟରେ ଥିବା ଝିଙ୍କ୍‌ରୀ ଜଳପ୍ରପାତ। ଖଣି ଖାଦାନ ଯୋଗୁ ଏହାର ବିକାଶ ହୋଇପାରୁ ନ ଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇ ନ ଥିଲେ ହେଁ ଦୈନିକ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବଣଭୋଜି କରିବାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ସ୍ଥାନୀୟ ବଲାଣି ଆଦିବାସୀ ବିକାଶ ସମିତି ଏହାର ବିକାଶ ଓ ସୁରକ୍ଷା କରୁଥିବା ମୁଖ୍ୟ ପରିଚାଳକ ଅଶୋକ ସୋରେନ କହିଛନ୍ତି।
ବଲାଣି ଖଣି ଲିଜ୍‌ ଅଞ୍ଚଳରେ ଥିବା ଉକ୍ତ ଝିଙ୍କ୍‌ରା ନାଳର ପାଣି ଦେଢ଼ଶହରୁ ଊର୍ଦ୍ଧ୍ୱ ଉଚ୍ଚ ପାହାଡ଼ ଉପରୁ ସିଧାସଳଖ ଖସି ମନୋରମ ପରିବେଶ ସୃଷ୍ଟି କରୁଛି। ପୂର୍ବାହ୍ନ ସମୟରେ ସୂର୍ଯ୍ୟାଲୋକ ପଡ଼ି ଭାସମାନ ଇନ୍ଦ୍ରଧନୁର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ବର୍ଷାଦିନରେ ପାଣିର ସ୍ରୋତ ପ୍ରଖର ହୋଇଥାଏ। ଉଚ୍ଚରୁ ପାଣି ପଡୁଥିବାରୁ ପାଖରୁ ଦେଖିଲେ କେଉଁଠୁ ପାଣି ପଡୁଛି ଦୃଶ୍ୟମାନ ହୋଇ ନ ଥାଏ। ଯେପରି ସ୍ବର୍ଗରୁ ସିଧାସଳଖ ତଳକୁ ପାଣି ଖସୁଥିବା ଭ୍ରମ ସୃଷ୍ଟି ହୋଇଥାଏ। ଜଳପ୍ରପାତ ନିକଟକୁ ଯିବା ପାଇଁ ଆଦିବାସୀ ବିକାଶ ସମିତି ପକ୍ଷରୁ ପଥର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଗାଡ଼ି ପାର୍କିଂ, ବଣଭୋଜିି ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ଜିଲାର ସବୁଠାରୁ ଉଚ୍ଚ ଖଣ୍ଡାଧାର ଜଳପ୍ରପାତଠାରୁ ମଧ୍ୟ ଏହା ଉଚ୍ଚ ବୋଲି ପର୍ଯ୍ୟଟକ ତଥା ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି। ତେଣୁ ଏହାର ବିକାଶ ଖଣି କମ୍ପାନୀ କିମ୍ବା ପର୍ଯ୍ୟଟନ ବିଭାଗ କରିବା ଜରୁରୀ ବୋଲି ସେ ମତ ରଖିଥିଲେ। ଖଣି ଖାଦନ ମଧ୍ୟରେ ରହିଯାଉଥିବାରୁ ଏହାର ବିକାଶ କରାଯିବା ସହ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଲେ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ। ଏଥିସହ ଅଞ୍ଚଳର ବିକାଶ ହେବା ସହ ଅଧିବାସୀ ବିଶେଷକରି ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ପରିବେଶପ୍ରେମୀ ଶିବାଶିଷ ନନ୍ଦ କହିଛନ୍ତି।
ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସ୍ଥାନକୁ ଗସ୍ତକରି ଗୁରୁତ୍ୱ ଉପଲବ୍ଧି କରିଥିଲେ। ଏହା ବଲାଣି ଖଣି ଲିଜ୍‌ ଅଞ୍ଚଳରେ ରହିଥିବାରୁ ସେଲ୍‌ ଏହାର ବିକାଶ କରିବାକୁ ସେ ଦାବି କରିଥିଲେ। ନଚେତ୍‌ ସ୍ଥାନକୁ ଲିଜ୍‌ ଅଞ୍ଚଳରୁ ବାଦ୍‌ ଦେଇ ସରକାରଙ୍କୁ ହସ୍ତାନ୍ତର କଲେ ସରକାରଙ୍କ ପର୍ଯ୍ୟଟନ ବିଭାଗ ବିକାଶ କରିବ ବୋଲି ସେ ସମୟରେ କହିଥିଲେ। ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହାକୁ ପୂର୍ବରୁ ସେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଯାଇ ଅନୁଧ୍ୟାନ କରିଛନ୍ତି। ଏହାର ବିକାଶ ଓ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଖଣ୍ଡପଡ଼ା: ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲକଲେ ଅନୁଭବ

ନୟାଗଡ଼,୪।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ଏଠାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଥିବାରୁ ସମସ୍ତଙ୍କ ନଜର ଏହି...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri