ଥାର୍ଡ ସ୍ପେସ୍‌ ଏଣ୍ଡୋସ୍କୋପିର ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ଶିଖାଇଲେ ଡା. ମନୋଜ ସାହୁ

ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦିନକୁ ଦିନ ଓଡ଼ିଶାର ଖ୍ୟାତି ବଢ଼ିବାରେ ଲାଗିଛି। ବିଗତ ଦିନଗୁଡ଼ିକରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା। ମାତ୍ର ଏବେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ରୋଗୀ ଭୁବନେଶ୍ୱର ଆସି ଚିକିତ୍ସିତ ହେଉଛନ୍ତି। ଏପରିକି ଓଡ଼ିଶାର ଡାକ୍ତର ଅନ୍ୟ ରାଜ୍ୟକୁ ଯାଇ ଉନ୍ନତ ଚିକିତ୍ସା ପ୍ରଣାଳୀ ଶିଖାଉଛନ୍ତି। ରାଜ୍ୟର ପେଟରୋଗ ବିଶେଷଜ୍ଞ ପ୍ରଫେସର ଡା. ମନୋଜ ସାହୁ ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଥାର୍ଡ ସ୍ପେସ୍‌ ଏଣ୍ଡୋସ୍କୋପି ଅସ୍ତ୍ରୋପଚାର ପ୍ରକ୍ରିୟା ଶିଖାଇଛନ୍ତି। ଏହି ଅସ୍ତ୍ରୋପଚାରର ଅତ୍ୟାଧୁନିକ ପ୍ରକ୍ରିୟା ଏବଂ ଜ୍ଞାନକୌଶଳକୁ ରୋଗୀ ସେବାରେ ବହୁଳ ବିନିଯୋଗ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ରବୀନ୍ଦ୍ରନାଥ ଟେଗୋର୍‌ ହସ୍ପିଟାଲ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୬୦ରୁ ଊର୍ଦ୍ଧ୍ୱ ଡାକ୍ତର ପ୍ରଫେସର ସାହୁଙ୍କଠାରୁ ଥାର୍ଡ ସ୍ପେସ୍‌ ଏଣ୍ଡୋସ୍କୋପିର ଅତ୍ୟାଧୁନିକ ଅସ୍ତ୍ରୋପଚାର ସଂକ୍ରାନ୍ତ ଜ୍ଞାନ ଆହରଣ କରିଥିଲେ। ଏହାଦ୍ୱାରା ବିନା କୌଣସି କଟାକଟିରେ ବିଭିନ୍ନ ଛାତି ରୋଗ ଓ ପେଟ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇପାରିବ। ରୋଗୀମାନେ ଅସ୍ତ୍ରୋପଚାରର ଦିନେ କିମ୍ବା ଦୁଇଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରି ପାରିବେ।
ସୂଚନାଯୋଗ୍ୟ, ଏହି ଜ୍ଞାନକୌଶଳ ଜାପାନ ଓ ଜର୍ମାନୀ ଆଦି ଦେଶରୁ ଆରମ୍ଭ ହୋଇଥିବାବେଳେ ଭାରତର ମାତ୍ର କିଛି ଡାକ୍ତରଖାନାରେ ଏହାର ବିନିଯୋଗ କରାଯାଉଛି। ଓଡ଼ିଶାର ଭୁବନେଶ୍ୱରଠାରେ ୨୦୧୪ରୁ ଏହି ଜ୍ଞାନକୌଶଳ ଜରିଆରେ ସଫଳ ଅସ୍ତ୍ରୋପଚାର କରାଯାଉଛି। ତେବେ ପୂର୍ବ ଭାରତର ସମସ୍ତ ଛୋଟ ବଡ଼ ହସ୍ପିଟାଲରେ ଏହି ସେବା ଦିଆଯିବା ପାଇଁ ଡା. ସାହୁ ଏପରି ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ।...

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri