ଜମିିରେ ପଚୁଛି ବିଲାତି: ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ

କେନ୍ଦୁଝର,୨୫ା୧୨: କେନ୍ଦୁଝର ଜିଲାରେ ବିଲାତିର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉ ନ ଥିବାରୁ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିଲେ ମଧ୍ୟ ଚାଷୀ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସି ରହୁଛନ୍ତି। ମାତ୍ର କମ୍‌ ଦରରେ ବ୍ୟବସାୟୀ ବିଲାତି ନେଉନାହାନ୍ତି। ଚାଷୀ ୨୫ କିଲୋ ବିଲାତି ଟ୍ରେକୁ ୧୫୦ ଟଙ୍କାରେ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ଉଦ୍ୟାନ ଓ କୃଷି ବିଭାଗ ପ୍ରୋତ୍ସାହନରେ ଚାଷୀମାନେ ବିଲାତି ତଥା ଅନ୍ୟ ପନିପରିବା ଚାଷ କରୁଥିଲେ ହେଁ ସେସବୁ ବିକ୍ରିବଟା ପାଇଁ କୌଣସି ବଜାର ସୁବିଧା ନାହିଁ। ଏବେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ୱ ଟନ୍‌ ବିଲାତି ଅମଳ ହେଉଥିଲେ ହେଁ ବିକ୍ରି ହୋଇ ପାରୁ ନ ଥିବାରୁ ବହୁ ବିଲାତି ନଷ୍ଟ ହେଉଛି ବୋଲି ଚାଷୀ ପ୍ରଦୀପ ସେଠୀ କହିଛନ୍ତି। ଅଭାବୀ ବିକ୍ରିକୁ ଦୂରେଇବା ପାଇଁ ଅଞ୍ଚଳରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଦାବି ହେଉଛି।

ପ୍ରକାଶ ଯେ, କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଟିକରପଡ଼ା, ରାଜବନ୍ଧ, ନୂଆଗାଁ, ରାଇସୁଆଁ, ମହାଦେଇଯୋଡ଼ା, ପଦ୍ମପୁର ଆଦି ଅଞ୍ଚଳରେ ବିଲାତି ଚାଷ ଅଧିକ ହୋଇଛି। ଏହା ବ୍ୟତୀତ ମଇଦାନକେଲ, କାଠବାରି ଆଦି ଅଞ୍ଚଳରେ ଚାଷୀମାନେ ମୁଖ୍ୟତଃ ବିଲାତି ଚାଷ କରିଥାନ୍ତି। ଏବେ ବିଲାତି ଅମଳ ହେଉଥିଲେ ହେଁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ନାହିଁ। ଫଳରେ ଚାଷୀମାନେ ନଷ୍ଟ ହେବା ଭୟରେ କିଲୋ ପିଛା ୬ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାରରେ ବିଲାତି ଅଧିକ ହେତୁ ବ୍ୟବସାୟୀ କ୍ଷତି ସହି ନେବାକୁ ଅମଙ୍ଗ ହେଉଛନ୍ତି। ଅନେକ ଚାଷୀ ନିଜ ଖର୍ଚ୍ଚରେ ପମ୍ପ ବସାଇ ପାଣି ଆଣି ବିଲାତି ଚାଷ କରିଛନ୍ତି। କିନ୍ତୁ ବାହାର ରାଜ୍ୟ ବିହାର, ଝାଡ଼ଖଣ୍ଡ ତଥା ବାହାର ଜିଲାର ବିଲାତି ଜିଲାକୁ ଆସି ବିକ୍ରି କରାଯାଉଥିଲେ ହେଁ ଏଠାକାର ଚାଷୀ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ସାର ଓ ବିହନ ମୂଲ୍ୟ ଭରଣା ପାଇଁ ନିଜେ ବଜାରରେ ବସି ବ୍ୟବସାୟ କରିବାକୁ ପଡ଼ୁଛି ବୋଲି ଚାଷୀ ଲଘୁ ସୋରେନ କହିଛନ୍ତି। ଅଭାବୀ ବିକ୍ରି କାରଣରୁ ଅନେକ ଚାଷୀ କ୍ଷେତରୁ ବିଲାତି ତୋଳୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଅଭାବୀ ଜିଲା ସହିତ ସମନ୍ବୟ ରକ୍ଷା କରି ବିଲାତି ଚାଲାଣ କରାଯାଇ ପାରିଲେ ଚାଷୀମାନେ ଉଚିତ ମୂଲ୍ୟ ପାଇପାରିବେ ବୋଲି ବିଶ୍ୱମ୍ବର ମାଝୀଙ୍କ ସମେତ ବହୁ ଚାଷୀ ମତବ୍ୟକ୍ତ କରୁଛନ୍ତି। ଟନରୁ ଊର୍ଦ୍ଧ୍ୱ ବିଲାତି ବାହାରୁ ଥିବାରୁ କୌଣସି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ (ଫୁଡ୍‌ ପ୍ରୋସେସିଂ ୟୁନିଟ୍‌) ପ୍ରତିଷ୍ଠା କରି ବିଲାତି ସସ୍‌ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ସିଧାସଳଖ ବିକ୍ରି କରାଯାଇପାରନ୍ତା। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ପ୍ରତ୍ୟେକ ବର୍ଷ ଜମିବାଡ଼ିରେ ବିଲାତି ତୋଳା ହୋଇ ନ ପାରି ପଚୁଛି। ସେହିପରି ବିଭିନ୍ନ ହଷ୍ଟେଲକୁ ବିଲାତି ଯୋଗାଣ ହେଲେ ଛାତ୍ରୀଛାତ୍ରମାନେ ଭଲ ପରିବା ଖାଇବାକୁ ପାଇପାରିବେ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ମତ ଦେଇଛନ୍ତି ।

ଏନେଇ ଉଦ୍ୟାନ ଉପନିର୍ଦ୍ଦେଶକ ଡ. ଜୟନ୍ତ ନାଏକ କହିଛନ୍ତି, ଏପିସି (ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର) ଗୁଡ଼ିକ ଏହାର ମାର୍କେଟିଂ କରୁଛନ୍ତି। ଆଗରୁ ଚାଷୀ ନିଜେ ଚୟନ କରୁଥିଲେ। ଏବେ ବଜାରର ଚାହିଦାକୁ ଦେଖି ଚାଷ କରିବା ପାଇଁ ଏପିସିମାନେ ପଦକ୍ଷେପ ନେଉଛନ୍ତି। ଫଳରେ ଆଗକୁ ଅଭାବୀ ବିକ୍ରି ସମସ୍ୟା ହେବ ନାହିଁ। ସେହିପରି ବିଭିନ୍ନ ଛାତ୍ରାବାସକୁ ବିଲାତି ପଠାଇବା ଓ ପ୍ରୋସେସିଂ ୟୁନିଟ ସ୍ଥାପନା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଥିଲେ।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri