Posted inଫୁରସତ

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌ ହେବାର ସ୍ବପ୍ନ ଉଙ୍କି ମାରୁଥିଲା। କିନ୍ତୁ ଅର୍ଥାଭାବ ତାଙ୍କ ସ୍ବପ୍ନ ମଝିରେ ଟାଣିଥିଲା ଲକ୍ଷ୍ମଣରେଖା। ଜୟଗଣେଶଙ୍କ ପିତା ଏକ ଚମଡ଼ା ଫ୍ୟାକ୍ଟ୍ରିରେ ସୁପର୍‌ଭାଇଜର୍‌ ରୂପେ ମାସିକ ୪୫ ଶହ ଟଙ୍କା ବେତନରେ ଚାକିରି କରୁଥିଲେ। ଏତିକି ଦରମାରେ ଘର ଚଳିବା ଏବଂ ପାଠପଢ଼ା ଖର୍ଚ୍ଚ ତୁଲାଇବା ବହୁତ କଷ୍ଟକର ଥିଲା। ଦଶମ ପରୀକ୍ଷା ପରେ ସେ ପଲିଟେକ୍‌ନିକ୍‌ କଲେଜରେ ନାମ ଲେଖାଇଲେ। ଭାବିନେଲେ ଏହାରି ମାଧ୍ୟମରେ ତାଙ୍କୁ ଖୁବଶୀଘ୍ର ଚାକିରି ଖଣ୍ଡେ ମିଳିଯିବ। ଏଥିର ଅର୍ଜିତ ଅର୍ଥରେ ସେ ନିଜ ପଢ଼ା ଖର୍ଚ୍ଚ ତୁଲାଇବା ସହ ପରିବାର ପୋଷିି ପାରିବେ। ଏମିତିରେ ଜୟଙ୍କ ଗଁାର ଅଧିକାଂଶ ପିଲା ଦଶମ ପରେ ଦୋକାନ, ଡ୍ରାଇଭିଙ୍ଗ୍‌, ଅଟୋ ରିକ୍ସା ଚଳାଇବା କିମ୍ବା କୁଲି କାମରେ ନିଯୁକ୍ତ ହେଉଥିଲେ। କିନ୍ତୁ ଜୟଙ୍କ ସ୍ବପ୍ନ ଥିଲା ତାଙ୍କ ଜୀବନର ସବୁକିଛି। ପାଠପଢ଼ା ପ୍ରତି ସେ କଦାପି ଅବହେଳା କରୁ ନ ଥିଲେ। ପଢ଼ା ଖର୍ଚ୍ଚ ତୁଲାଇବାକୁ ସେ ୱେଟର୍‌ ଭାବେ ମଧ୍ୟ କାମ କରିବାକୁ ପଛାଇ ନ ଥିଲେ। ଏହି ଆଗ୍ରହକୁ ଦେଖି ତାଙ୍କ ପିତା ଯଥାସାଧ୍ୟ ସାହାଯ୍ୟ କଲେ। କିନ୍ତୁ ଛଅ ଥର ୟୁପିଏସ୍‌ସି ପରୀକ୍ଷା ଦେଇ ବିଫଳ ହେବା ପରେ ସପ୍ତମ ଥର ବେଳକୁ ପରିଶ୍ରମର ଫଳ ପାଇଲେ। ତାଙ୍କ ସଫଳତା ଆଜି ଗଁାର ଯୁବପିଢ଼ିଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri