ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…

ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର କରିବାକୁ ଯାଉଛନ୍ତି। ଓଡବ୍ଲୁପି ଧାରକଙ୍କ ପରିବାରକୁ ଏକାଠି ରଖିବା ପାଇଁ ସମସ୍ତ ଅସ୍ଥାୟୀ ବିଦେଶୀ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କାର୍ଯ୍ୟ ଅନୁମତି ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଅର୍ଥାତ ଅସ୍ଥାୟୀ ବିଦେଶୀ କର୍ମଚାରୀଙ୍କ ପରିବାର ସଦସ୍ୟ ମଧ୍ୟ ଏଠାରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ତଥାପି, ଏହା ଏକ ଅସ୍ଥାୟୀ ଦୁଇ ବର୍ଷୀୟ ଯୋଜନା। ଏହା ପର୍ଯ୍ୟାୟକ୍ରମେ ଲାଗୁ ହେବ। ଶ୍ରମିକଙ୍କ ଅଭାବକୁ ଦୂର କରିବା ପାଇଁ କାନାଡା ସରକାର ଏହି ଘୋଷଣା କରିଛନ୍ତି ବୋଲି କୁହାଯାଉଛି।

କାନାଡାର ଇମିଗ୍ରେଶନ, ଶରଣାର୍ଥୀ ଏବଂ ନାଗରିକତ୍ୱ ମନ୍ତ୍ରୀ ସଚିନ ଫ୍ରେଜର ଏହି ଘୋଷଣା କରି କହିଛନ୍ତି ଯେ ଏହି ଘୋଷଣା ନିଯୁକ୍ତିଦାତାଙ୍କୁ ଶ୍ରମିକ ଖୋଜିବା ତଥା ଶ୍ରମିକ ପରିବାରଙ୍କୁ ଏକାଠି ରହିବାକୁ ସହଜ କରିବ।

ସେ କହିଛନ୍ତି ଯେ ତାଙ୍କ ବିଭାଗ ଅସ୍ଥାୟୀ ବିଦେଶୀ ଶ୍ରମିକଙ୍କ ସମ୍ପର୍କୀୟଙ୍କୁ କାମ ଅନୁମତି ଦେଉଛି। ଶ୍ରମିକ ପରିବାର ସଦସ୍ୟଙ୍କ ପାଇଁ କାନାଡା କାର୍ଯ୍ୟ ଅନୁମତି ବିସ୍ତାର କରୁଛି। ୨୦୨୩ ରୁ, ଆବେଦନକାରୀଙ୍କ ସ୍ତ୍ରୀ ଏବଂ ପିଲାମାନେ କାନାଡାରେ କାମ କରିବାକୁ ଯୋଗ୍ୟ ବିବେଚିତ ହେବେ।

ପ୍ରକାଶିତ ଏକ ବିବୃତ୍ତିରେ ଫ୍ରେଜର କହିଛନ୍ତି ଯେ କାର୍ଯ୍ୟ ଅନୁମତି ବିସ୍ତାର କରିବା ନିଯୁକ୍ତିଦାତାଙ୍କୁ ଶ୍ରମିକ ଖୋଜିବାରେ ସାହାଯ୍ୟ କରିବ ଏବଂ ଶ୍ରମ ଅଭାବକୁ ଦୂର କରିବ। ସେ କହିଛନ୍ତି, ସାରା ଦେଶରେ ନିଯୁକ୍ତିଦାତା ଶ୍ରମ ଅଭାବର ସମ୍ମୁଖୀନ ହେଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନୂତନ ପଦକ୍ଷେପ ଦ୍ୱାରା ୨ ଲକ୍ଷରୁ ଅଧିକ ବିଦେଶୀ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କାନାଡାରେ କାମ କରିବା ସୁଯୋଗ ମିଳିବ।

ସଚନ ଫ୍ରେଜର ଆହୁରି ମଧ୍ୟ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ସହ ଯେଉଁମାନେ କାନାଡାରେ ଅଛନ୍ତି, ସେମାନେ ନିଜ ପ୍ରିୟଜନଙ୍କ ସହ ରହି କାର୍ଯ୍ୟ କରି ପାରିବେ। ଏହି ଅସ୍ଥାୟୀ ପଦକ୍ଷେପ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri