ନୂଆ ଗାଡ଼ି ଖତ ଖାଉଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଭଡ଼ା ଗାଡ଼ି

ଖଣ୍ଡପଡା,୨୮ା୧୧(ସ୍ବ.ପ୍ର.): ଲୋକେ ଉଦାହରଣ ଛଳରେ କୁହନ୍ତି ‘ସରକାର କା ମାଲ ଦରିଆ ମେ ଡ଼ାଲ’। ଠିକ୍‌ ସେପରି ଏକ ଉଦାହରଣ ପାଲଟିଛି କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ନୂତନ ଆମ୍ବୁଲାନ୍ସ ।ଆଜକୁ ୯ ବର୍ଷ ତଳେ ଏହି ଆମ୍ବୁଲାନ୍ସ କିଣା ହୋଇଥିଲା।
ହେଲେ ଥରେ ମାତ୍ର ସେହି ଆମ୍ବୁଲାନ୍ସ ବ୍ୟବହାର କରା ନ ଯାଇ ପଡି ରହିଥିଲା।
ରୋଗୀମାନଙ୍କୁ ସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ଗାଡ଼ି ଭଡାରେ ନିୟୋଜିତ କରିଛି। ଅଥଚ ହୋଇ ଗାଡ଼ିକୁ କାହିଁକି ବ୍ୟବହାର କରାଯାଉନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନୁଯାୟୀ, କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଣ୍ଟିଲୋ ଓ ଏହାର ଆଖପାଖ ୭ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ନିର୍ଭର କରିଥାଆନ୍ତି। ଏହାଛଡା କଣ୍ଟିଲୋ ନୀଳମାଧବ ପୀଠ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରତ୍ୟେହ ଶତାଧିକ ପର୍ଯ୍ୟଟକ ଆସିଥାଆନ୍ତି। ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିଲେ କିମ୍ବା ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀମାନଙ୍କୁ ନୟାଗଡ଼ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାର ଆବଶ୍ୟକତା ପଡିଥାଏ। ହେଲେ କୌଣସି ଯାନବାହାନ ମିଳୁ ନ ଥିବାରୁ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏପରିକି ରୋଗୀ ଉପଯୁକ୍ତ ସେବା ଅଭାବରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିଲା। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୨୦୧୩ ଅଗଷ୍ଟରେ ତତ୍କାଳୀନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ଅନୁଦାନ ପାଣ୍ଠିରୁ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସ୍ବାସ୍ଥ୍ୟ ବିଭାଗ ସୁପାରିଶ କ୍ରମେ ଏକ ଆମ୍ବୁଲାନ୍ସ(ନଂ.ଓଡି୨୫ ୭୭୧୧) କିଣାଯାଇଥିଲାା ତାହା ସେଦିନରୁ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାହା ରଖାଯାଇଛି। ମାତ୍ର ସରକାରଙ୍କ ନିୟମ କ୍ରମେ ସେହି ଗାଡ଼ି ଚଳାଇବା ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ଆମ୍ବୁଲାନ୍ସଟି ଆଜି ପର୍ଯ୍ୟନ୍ତ ସେଠାରେ ପଡି ରହି ଖତ ଖାଉଛି। ଦିନଥିଲା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ନେବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଘରୋଇ ଡ୍ରାଇଭର ବ୍ୟବସ୍ଥା କରାଯାଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସର ବ୍ୟବସ୍ଥା ହେବା ପରେ ଉକ୍ତ ଗାଡ଼ିଟି ପଡି ରହିଛି।
ସମ୍ପ୍ରତି ୧୦୨ ଆମ୍ବୁଲାନ୍ସ ପାଇଁ ବିଭାଗୀୟ ନିର୍ଦ୍ଦେଶ କ୍ରମେ ବୋଲେରୋ ଗାଡ଼ି ଭଡା ସୁତ୍ରରେ ଦିଆଯାଇଛି।ଅନ୍ୟପକ୍ଷେ କଣ୍ଟିଲୋ ମେଡିକାଲ ରୋଗୀକଲ୍ୟାଣ ସମିତି ବୈଠକରେ ଖତ ଖାଉଥିବା ଗାଡ଼ିକୁ ନିଲାମ କରି ସେହି ଅର୍ଥ ରୋଗୀକଲ୍ୟାଣ ସମିତିରେ ଜମା କରାଯିବାକୁ ପ୍ରସ୍ତାବ ନିଆଯାଇଛି।
ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏ ସଂକ୍ରାନ୍ତରେ ନୟାଗଡ଼ ଜିଲାପାଳ ରବିନ୍ଦ୍ରନାଥ ସାହୁଙ୍କ ସହ ଏ ଯୋଗାଯୋଗ କରାଯାଇଥିଲା।
ସରକାରୀ ଅନୁଦାନରେ କିଣାଯାଇଥିବା ଆମ୍ବୁଲାନ୍ସଟି ନଷ୍ଟ ହୋଇ ପଡି ରହିଛି। ସେହି ଗାଡ଼ିକୁ କ’ଣ କରି ହେବ ସେ ଦିଗରେ ବିଚାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri