Posted inଜାତୀୟ

ଗୁଜରାଟ ନିର୍ବାଚନରେ ଧୀବରଙ୍କ ପାଇଁ ଆଲୋଡା ପ୍ରତିଶ୍ରୁତି, ଚାହୁଁଛନ୍ତି ପାକିସ୍ତାନ ଜେଲରୁ ସେମାନଙ୍କ ପରିବାର ସଦସ୍ୟଙ୍କ ମୁକ୍ତି…

ଅହମଦାବାଦ,୨୮।୧୧ : ଡିସେମ୍ବର ୧ ଏବଂ ୫ ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। କିନ୍ତୁ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଧୀବରମାନଙ୍କ ପାଇଁ ଏହି ନିର୍ବାଚନ ପ୍ରତିଶ୍ରୁତି ଆଲୋଡ଼ା ହୋଇପଡ଼ିଛି।

ସେମାନେ କହିଛନ୍ତି ଯେ ଆମେ କୌଣସି ଭତ୍ତା କିମ୍ବା ପ୍ରତିଶ୍ରୁତି ପାଇଁ ଆଗ୍ରହୀ ନୁହଁ। ଆମର ଭୋଟ ସେହି ପାର୍ଟିକୁ ଯିବ ଯେଉଁଦଳ ପାକିସ୍ତାନର ଜେଲରେ ବନ୍ଦୀ ଥିବା ଆମ ପୁଅମାନଙ୍କୁ ଫେରାଇ ଆଣିବ। ବାସ୍ତବରେ, ଶହ ଶହ ଭାରତୀୟ ଧୀବର ଗତ କିଛି ବର୍ଷ ଧରି ପାକିସ୍ତାନୀ ଜେଲରେ ଅଛନ୍ତି। ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ସମୟରେ ସେମାନଙ୍କୁ ପାକିସ୍ତାନ ତଟରକ୍ଷୀ ବାହିନୀ ଗିରଫ କରିଥିଲେ। ସେମାନଙ୍କ ପରିବାର ଆଶା କରୁଛନ୍ତି ଯେ ନୂଆ ସରକାର ସେମାନଙ୍କୁ ଫେରାଇ ଆଣିବେ।

ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରାୟ ୬୫୫ ମତ୍ସ୍ୟଜୀବୀ ପରିବାରର ସଦସ୍ୟ ପାକିସ୍ତାନର ଜେଲରେ ରହିଛନ୍ତି। ସେମାନଙ୍କ ପରିବାର କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ସେମାନେ ସେହି ଦଳକୁ ଭୋଟ ଦେବେ, ଯିଏ ସେମାନଙ୍କ ସମ୍ପର୍କୀୟଙ୍କୁ ଫେରାଇ ଆଣିବାକୁ ନିଶ୍ଚିତ କରିବ।

ଏହି ମତ୍ସ୍ୟଜୀବୀଙ୍କ ପରିବାର କହିଛନ୍ତି ଯେ ସେମାନେ ସରକାରଙ୍କ ଠାରୁ ଦୈନିକ ୩୦୦ ଟଙ୍କା ଭତ୍ତା ପାଇଥାନ୍ତି। ତେବେ ପରିବାର ଚଳାଇବା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ଅଲ ଇଣ୍ଡିଆ ମତ୍ସ୍ୟଜୀବୀ ସଂଘର ଜାତୀୟ ସଭାପତି ଭେଲଜୀଭାଇ ମସାନି କହିଛନ୍ତି ଯେ ଗୁଜରାଟ ସରକାରଙ୍କ ନିୟମ ଅନୁଯାୟୀ ସରକାର କେବଳ ସେହି ପରିବାରକୁ ଦିନକୁ ୩୦୦ ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି ଯେଉଁମାନଙ୍କୁ ପାକିସ୍ତାନୀ ଜେଲରେ ପ୍ରଥମ ଥର ପାଇଁ ବନ୍ଦୀ ରହିଛନ୍ତି।

ଯଦି ସମାନ ବ୍ୟକ୍ତିଙ୍କୁ ଦ୍ୱିତୀୟ ଥର ଧରାଯାଏ, ତେବେ ସରକାର କୌଣସି ଭତ୍ତା ଦିଅନ୍ତି ନାହିଁ। ଯଦି ଜଣେ ଧୀବର ପ୍ରଥମ ଥର ପାଇଁ ପାକିସ୍ତାନୀ ଜଳକୁ ପ୍ରବେଶ କରନ୍ତି, ଏହା ଏକ ଅଜଣା ଭୁଲ ଭାବରେ ବିବେଚନା କରାଯାଏ। କିନ୍ତୁ ଯଦି ସେ ଦ୍ୱିତୀୟ ଥର ପାଇଁ ଗିରଫ ହୁଅନ୍ତି ତେବେ ତାହାକୁ ଉଦ୍ଦେଶ୍ୟମୂଳକ ବୋଲି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri