ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ଗୁରୁତର

ଝରିଗାଁ,୨୩।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ନୂଆଁଗୁଡ଼ା ଗ୍ରାମ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଭଟ୍ଟା ଗ୍ରାମର ମଣିଆ ଜାନୀଙ୍କ ପୁଅ ହୀରାଧାର ଜାନୀ(୧୮), ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ମିରୁ ଜାନୀ(୨୨), ଧହଡାକୋଟ ଗ୍ରାମର କାଳିଆ ଜାନୀଙ୍କ ପୁଅ ଟିବୁ ଜାନୀ(୨୨) ଏବଂ ସମ୍ବରୁ ଜାନୀଙ୍କ ପୁଅ ମଙ୍ଗଲୁ ଜାନୀ(୧୭) ଏକ ବାଇକ୍‌ ଯୋଗେ ପାପଡାହାଣ୍ଡି ବ୍ଲକ ଅଧୀନ ବାର୍ଲ୍ଲୀ ଗ୍ରାମକୁ ଯାଇଥିଲେ। କାମ ସାରି ଫେରିବା ବେଳେ ସା ପ୍ରାୟ ୫ଟାରେ ବଡ଼ଟେମେରା ପଞ୍ଚାୟତ ଅଧୀନ ନୂଆଗୁଡ଼ା ଗ୍ରାମ ନିକଟ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ହୀରାଧାର ଏବଂ ମିରୁ ଜାନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ଟିବୁ ଜାନୀଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ମଙ୍ଗଲୁ ଜାନୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଉଭୟଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୨୩ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପରସ୍ପରକୁ ଭେଟିଛନ୍ତି। ସଞ୍ଜୁ ସାମସନଙ୍କ…

‘ଟଙ୍କା ପଡ଼ିଯାଇଛି’ କହି ପୋଷ୍ଟମାଷ୍ଟରଙ୍କୁ ଫସାଇଲେ, ଆଖି ପିଛୁଳାକେ ୮୦ ହଜାର ଟଙ୍କା ଝାମ୍ପି ନେଲେ ୪ ଲୁଟେରା

ଦିଗପହଣ୍ଡି,୨୩|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ – ଆସିକା ମୁଖ୍ୟରାସ୍ତା କଡ଼ରେ ଥିବା ଏକ ହୋଟେଲ ସମ୍ମୁଖରୁ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା ।ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ ଥିବା…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

ଅନ୍ତିମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍‌ ଜିତିଲା ବାଂଲାଦେଶ

ଲକ୍ଷ୍ନୌ,୨୩ା୪: ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ଓ ପରେ ମୁସ୍ତାଫିଜୁର ରହମାନଙ୍କ ୫ ଉଇକେଟ ସଫଳତା ବଳରେ ବାଂଲାଦେଶ ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ…

‘ଇରାନ ଖାଲି କରନ୍ତୁ ଭାରତୀୟ’: ଟ୍ରମ୍ପଙ୍କ ଧମକ ମଧ୍ୟରେ ବିଗୁଡୁଛି ମଧ୍ୟପ୍ରାଚ୍ୟ ପରିସ୍ଥିତି , ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ତେହରାନରେ ଥିବା ଭାରତୀୟ ଦୂତାବାସ ଗୁରୁବାର (୨୩ ଏପ୍ରିଲ, ୨୦୨୬) ଏକ ନୂତନ…

ବ୍ୟାଙ୍କ କାମ ସାରି ଘରକୁ ଫେରୁଥିଲେ, ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି; ଚାଲିଗଲା ପୂର୍ବତନ ଓ୍ବାର୍ଡ ସଦସ୍ୟାଙ୍କ ଜୀବନ…

ଦିଗପହଣ୍ଡି, ୨୩।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ସାନଖେମୁଣ୍ଡି…

ଚାଲିଥିଲା ସଟ୍ଟାଖେଳ: ମାଡି ବସିଲା ସଦର ଥାନା ପୋଲିସ୍, ୫ଅଭିଯୁକ୍ତ…

ବରଗଡ଼, ୨୩।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସଦର ଥାନା ପୋଲିସ୍ ସଟ୍ଟା କାରବାରରେ ବୁଧବାର ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri