୨୫ କି.ମି.ରେ ୨ ଟୋଲ୍‌ ପ୍ଲାଜା

ଚଣ୍ଡିଖୋଲ,୨୦।୧୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ ଦୁଇଟି ଟୋଲ୍‌ ପ୍ଲାଜାର ବ୍ୟବଧାନ ୬୦ କିଲୋମିଟର ରହିବାର ନିୟମ ରହିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ନିର୍ଦ୍ଦେଶନାମା ଅନୁଯାୟୀ ରାଜପଥ ଉପରେ ନିର୍ମାଣ କରାଯାଉଥିବା ଟୋଲ୍‌ ପ୍ଲାଜାଗୁଡ଼ିକ ଏହି ଦୂରତ୍ୱ ମାନିବାକୁ ବାଧ୍ୟ। ତେଣୁ ୧୬ନଂ. ଜାତୀୟ ରାଜପଥର ଯାଜପୁର ଜିଲା ପାଣିକୋଇଲିଠାରେ ହୋଇଥିବା ଟୋଲ୍‌ ପ୍ଲାଜାଠାରୁ କଟକ ଜିଲା ବନ୍ଦାଳୋ ଟୋଲ୍‌ ପ୍ଲାଜାର ଦୂରତା ୪୮ କିଲୋମିଟର ହୋଇଥିବାରୁ ଦୀର୍ଘ ଦାବି ପରେ ୮ଦିନ ତଳେ ଏହା ଯାଜପୁର-ଭଦ୍ରକ ସୀମାନ୍ତବର୍ତ୍ତୀ ନେଉଳାଛକକୁ ସ୍ଥାନାନ୍ତର ହୋଇଛି। ମାତ୍ର ବନ୍ଦାଳୋ ଟୋଲ୍‌ ପ୍ଲାଜାଠାରୁ ଯାଜପୁର ଜିଲା ୫୩ନଂ. ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟସ୍ଥ ଶ୍ରୀରାମପୁର ଟୋଲପ୍ଲାଜାର ଦୂରତା ମାତ୍ର ୨୫ କିଲୋମିଟର। ଏତେ କମ୍‌ ଦୂରତା ଭିତରେ ଦୁଇ ଦୁଇଟି ଟୋଲ୍‌ ପ୍ଲାଜା ଅତିକ୍ରମ କରୁଥିବା ଗାଡ଼ିମାଲିକଙ୍କୁ ମୋଟା ଅଙ୍କରେ ଟୋଲ ଫି’ ଦେବାକୁ ପଡୁଛି, ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏହି ଟୋଲ ପ୍ଲାଜା ସ୍ଥାନନ୍ତର ହୋଇ ପାରିନାହିଁ। କଟକ ମଙ୍ଗୁଳିଠାରେ ହୋଇଥିବା ଟୋଲ ପ୍ଲାଜା ବନ୍ଦାଳୋ ନିକଟକୁ ଘୁଞ୍ଚତ୍ଆସିଥିବାବେଳେ ଶ୍ରୀରାମପୁର ଟୋଲ ପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇର ମଶାଖଣି ନିକଟରେ କରାଯିବ ବୋଲି ସ୍ଥିରୀକୃତ ହୋଇଛି। ହେଲେ ଏପର୍ଯ୍ୟନ୍ତ ତାହା ସ୍ଥାନାନ୍ତର ହୋଇପାରିନାହିଁ। ଫଳରେ ଟ୍ରକ୍‌, ବସ୍‌ ଓ ଚାରିଚକିଆ ଯାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ପୂର୍ବରୁ ଚଣ୍ଡିଖୋଲ ଟ୍ରକ୍‌ ମାଲିକ ସଂଘ ଆନ୍ଦୋଳନ କରିଥିଲେ ମଧ୍ୟ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହା ଉପରେ ଗୁରୁତ୍ୱ ଦେଇନାହାନ୍ତି। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ଜନସାଧାରଣ ଦୈନିକ ଏହି ରାସ୍ତାଦେଇ କଟକ ଓ ଭୁବନେଶ୍ୱର ଯାତୟାତ କରିଥାନ୍ତି। ଫଳରେ ସେମାନଙ୍କୁ ଦୁଇଟି ଟୋଲ୍‌ ପ୍ଲାଜାର ମୋଟା ଅଙ୍କର ଫି’ଦେବାକୁ ପଡ଼ିଥାଏ।
୨୦୧୬ ଜୁଲାଇରେ ରାଜ୍ୟ ପରିବହନ କମିଶନର ଚିଠିଲେଖି ଶ୍ରୀରାମପୁର ଟୋଲପ୍ଲାଜାକୁ ମଶାଖଣି ସ୍ଥାନାନ୍ତର କରିବା ପାଇଁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ ଏହି ଚିଠି ଉପରେ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଅନ୍ୟପକ୍ଷରେ ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି, ରନତ୍ଗିରି, ଉଦୟଗିରି ସହିତ ଓଳାଶୁଣୀ ଏବଂ ଜାତୀୟ ଉଦ୍ୟାନ ଭିତରକନିକାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ସେମାନେ ଏହି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଗଲାବେଳେ ଦୁଇଟି ଟୋଲ ପ୍ଲାଜା ଦେଇ ଯିବାକୁ ପଡ଼େ। ସେଥିପାଇଁ ଦୈନିକ କେବଳ ଟୋଲଫି ବାବଦରେ ୫ଶହରୁ ୬ଶହ ଟଙ୍କା ଆବଶ୍ୟକ ହୋଇଥାଏ। ଏବେ ଶୀତଋତୁ ଆଗମନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି। ଏହି ପର୍ଯ୍ୟଟକମାନେ ଟୋଲ ପ୍ଲାଜା ଅତିକ୍ରମ କଲାବେଳେ ୨୫ କିଲୋମିଟର ଦୂରତା ମଧ୍ୟରେ ଦୁଇଟି ଟୋଲ ପ୍ଲାଜାର ପଇସା ଦେବାକୁ ପଡୁଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ତୁରନ୍ତ ଟୋଲ ପ୍ଲାଜା ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ ରାମପ୍ରସାଦ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥଟି ୮ଲାଇନ ହେବାକୁ ଯାଉଛି। ଏହି କାର୍ଯ୍ୟ ସମୟରେ ଟୋଲ୍‌ ପ୍ଲାଜା ସ୍ଥାନାନ୍ତର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri