କୁକୁର ପାଇଁ ମାଲିକ, ପଶୁପ୍ରେମୀ, କଲୋନିବାସୀ ମୁହାଁମୁହିଁ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ତପସ୍ବିନୀ କଲୋନୀରେ ଜଣେ ନାବାଳକଙ୍କୁ ଏକ ପୋଷା କୁକୁର କାମୁଡିବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କୁକୁରଟିକୁ କଲୋନୀରୁ ବାହାର କରିବା ପାଇଁ ବାସିନ୍ଦା ଅଡି ବସିଥିବାବେଳେ ମାଲିକ କିନ୍ତୁ ଛାଡିବାକୁ ନାରାଜ। ଫଳରେ ଗୋଟିଏପଟେ କଲୋନୀ ବାସିନ୍ଦାଙ୍କ ସହ ଆହତ ଶିଶୁର ପରିବାର ଅନ୍ୟପଟେ କୁକୁର ମାଲିକ ଓ ପଶୁପ୍ରେମୀ ମୁହଁାମୁହିଁ ହୋଇଥିଲେ। ଦୀର୍ଘସମୟ ଧରି ଯୁକ୍ତିତର୍କ, କଥା କଟାକଟି ଓ ଛକାପଞ୍ଝା ଲାଗି ରହିଥିଲାବେଳେ କଲୋନୀବାସୀଙ୍କ ତୀବ୍ର ବିରୋଧ ଯୋଗୁ ପଶୁପ୍ରେମୀ ପୂରବୀ ପାତ୍ର ହଟହଟା ହୋଇଥିଲେ। ଶେଷରେ ପୋଲିସର ହସ୍ତକ୍ଷେପ ପରେ କୁକୁରଟିକୁ ଡଗ୍‌ କେୟାର ସେଣ୍ଟରକୁ ପଠାଯାଇଛି। ଅପରପକ୍ଷରେ କୁକୁରକୁ ପାଖରେ ରଖିବା ପାଇଁ ମାଲିକ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ କୁକୁର କଲୋନୀଙ୍କୁ ନ ଆସି ଉକ୍ତ ସେଣ୍ଟରରେ ରହିବ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ରାଜଧାନୀ ସମେତ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି।

ସୂଚନାନୁସାରେ, ତପସ୍ବିନୀ କଲୋନୀରେ ଋତୁରାଜ ଖଟୋଇ, ସ୍ତ୍ରୀ ଶୁଚିସ୍ମିତା ଓ ପୁଅ ଅର୍ଜୁନ ରୁହନ୍ତି। ଉକ୍ତ କଲୋନୀରେ ରହୁଥିବା ଶ୍ରାବଣୀ ପଟ୍ଟନାୟକ ୪ବର୍ଷ ହେବ ଏକ କୁକୁର ପାଳିଛନ୍ତି। ଉକ୍ତ କୁକୁରଟି ପୂର୍ବରୁ ଅନେକ ଲୋକଙ୍କୁ କାମୁଡିବା ଅଭିଯୋଗ ହୋଇଥିଲା। କଲୋନୀବାସୀ ଉକ୍ତ କୁକୁରଟି କଲୋନୀରେ ନ ରଖିବାକୁ ଦାବି କରି ଆସୁଥିଲେ ମଧ୍ୟ ମାଲିକ କିଛି ଶୁଣୁ ନ ଥିଲେ। ଫଳରେ ଏହାକୁ ନେଇ କଲୋନୀବାସୀଙ୍କ ସହ ଶ୍ରାବଣୀଙ୍କର ବହୁଥର ପାଟିତୁଣ୍ଡ ହୋଇଥିଲା। ଗତ ୬ତାରିଖରେ ଅର୍ଜୁନ ସାଇକେଲ ଚଲାଉଥିବାବେଳେ ସେହି କୁକୁର ତାଙ୍କୁ କାମୁଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ଼ରେ ୧୨ଟି ଷ୍ଟିଚ୍‌ ପଡିଥିଲା। ଏହି ଘଟଣା ପରେ କଲୋନୀରେ ଭୟର ବାତାବରଣ ଦେଖାଯାଇଥିଲା। ଆହତ ଶିଶୁର ମା ଶୁଚିସ୍ମିତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଶ୍ରାବଣୀଙ୍କ ଘରକୁ ଯାଇ କୁକୁରଟି ଅନ୍ୟ କେଉଁଠି ଛାଡିଦେବାକୁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଆହତ ଶିଶୁର ପରିବାର ଓ କଲୋନୀବାସୀ ପୁଣି ଥରେ ଥାନାକୁ ଯାଇ କଲୋନୀରୁ କୁକୁର ବାହାର କରିବାକୁ ଦାବି କରିଥିଲେ।

ପୋଲିସ ପୁଣି ଶ୍ରାବଣୀଙ୍କ ଘରକୁ ଯାଇ କୁକୁରକୁ ଡଗ୍‌ କେୟାର ସେଣ୍ଟରରେ ଛାଡ଼ି ଦେବାକୁ କହିଥିଲେ। ହେଲେ ସେ ନିଜ ଜିଦ୍‌ରେ ଅଟଳ ରହିବାରୁ କଲୋନୀବାସୀ ତାତି ଯାଇଥିଲେ। ଦୀର୍ଘ ସମୟ ଧରି ଉତ୍ତେଜନା ଓ ବିରୋଧ ପରେ ଶେଷରେ କୁକୁରକୁ ଡଗ୍‌ କେୟାର ସେଣ୍ଟରକୁ ପଠାଇ ଦିଆଯାଇଥିବାରୁ କଲୋନୀବାସୀ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିଛନ୍ତି। ଆହତ ଶିଶୁର ବାପା ଋତୁରାଜ ଖଟୋଇ କହିଛନ୍ତି, କୁକୁର କାମୁଡ଼ିବା ପରଠାରୁ ପ୍ରତିଦିନ ମୋ ଛୁଆ କାନ୍ଦୁଛି, ଡରୁଛି। ମୋ ପିଲାକୁ ଟ୍ରମା କରିଛି, ଅନ୍ୟକେତେଜଣଙ୍କୁ କାମୁଡିଛି। ସେଇଟା ମାଲିକଙ୍କୁ ଦେଖାଯାଉନି। କୌଣସି ପରିସ୍ଥିତିରେ ବି ଉକ୍ତ କୁକୁରଟିକୁ କଲୋନୀରେ ରଖାଇ ଦିଆଯିବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

୨୦ ପରେ ସିବିଏସ୍‌ଇ ପରୀକ୍ଷାଫଳ

ଭୁବନେଶ୍ୱର, ୫।୫(ଅସମାପିକା ସାହୁ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ।...

ରାଜଧାନୀରୁ ନକଲି ଏନ୍‌ସିଇଆର୍‌ଟି ବହି ଜବତ

ଭୁବନେଶ୍ୱର,୫ା୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ନକଲି ଏନ୍‌ସିଇଆର୍‌ଟି ବହି ବିକ୍ରି କରୁଥିବା ବୁକ୍‌ ଷ୍ଟୋର ଠାବ ହୋଇଛି। ଏନ୍‌ସିଇଆର୍‌ଟିର ୨ଜଣିଆ ଟିମ୍‌ ଭୁବନେଶ୍ୱର ପୋଲିସ ସହାୟତାରେ ସହରର...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri