୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ

କେନ୍ଦୁଝର,୧୪ା୧୧(ସ୍ବ.ପ୍ର.): ବିଳମ୍ବରେ ସ୍କୁଲ ଆସିବାକୁ ନେଇ ୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ ହୋଇଛି। କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଶନିବାର ୨ ସ୍କୁଲ୍‌ ପରଦର୍ଶନ ସମୟରେ ଶିକ୍ଷକଙ୍କ ଅନୁପସ୍ଥିତି ଦେଖି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଖବର ପ୍ରଚାର ପରେ ଆଦୌ ସ୍କୁଲ ଯାଉ ନ ଥିବା ଶିକ୍ଷକଙ୍କ ମଧ୍ୟରେ ଛନକା ପଶିଛି। ସୂଚନା ମୁତାବକ, ଜିଲାର ଅନେକ ବିଦ୍ୟାଳୟରେ ପ୍ରତିଦିନ ଶିକ୍ଷକମାନେ ବିଳମ୍ବରେ ଆସି ଶୀଘ୍ର ଘରକୁ ଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏନେଇ ଶନିବାର ଜିଲା ଶିକ୍ଷା ଅଧିକାରୀ ଆନନ୍ଦପୁର ବ୍ଲକ୍‌ ଧକୋଠା ସରକାରୀ ହାଇସ୍କୁଲ ଏବଂ କୋଳିମାଟିସ୍ଥିତ ସ୍ବପ୍ନେଶ୍ୱର ଆଦିବାସୀ ହାଇସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲ୍‌ ସମୟ ସକାଳ ୬ଟା ୩୦ ହୋଇଥିଲେ ହେଁ ଧକୋଠା ସରକାରୀ ହାଇସ୍କୁଲର ଶିକ୍ଷୟିତ୍ରୀ ନିବେଦିତା ସାହୁ, ସୁଜାତା ଦଳେଇ ଏବଂ କୋଳିମାଟି ସ୍ବପ୍ନେଶ୍ୱର ଆଦିବାସୀ ହାଇସ୍କୁଲର ଶିକ୍ଷକ ତପନ ଚକ୍ର, ବିନୟ ଭୂଷଣ ମିଶ୍ର, ନିରଞ୍ଜନ ମିଶ୍ର, ଯୁଗଳ କିଶୋର ବାରିକ ଅନୁପସ୍ଥିତ ଥିଲେ। ଶିକ୍ଷାଧିକାରୀ ଦେଖିବା ପରେ ସମସ୍ତ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ଜିଲାର ଅନ୍ୟ ସମସ୍ତ ବିଦ୍ୟାଳୟରେ ଅଚାନକ ପରିଦର୍ଶନ କରାଯିବ ବୋଲି ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri