ନାବାଳକ ହତ୍ୟା ଘଟଣା: ନ୍ୟାୟ ପାଇଁ ଥାନାରେ ଶୋଇଲେ, ରାସ୍ତାରେ ବସିଲେ

ଭୁବନେଶ୍ୱର,୧୧।୧୧ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କ ହତ୍ୟା ଘଟଣାକୁ ୫ ମାସରୁ ଅଧିକ ଦିନ ବିତିଲାଣି, ହେଲେ ଏଯାଏ ପୋଲିସ ଚୁପ୍‌ ବସିଛି। ମୃତକଙ୍କ ପରିବାର ସଦସ୍ୟ ବାରମ୍ବାର ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ହତାଶ ହୋଇଛନ୍ତି। ପୋଲିସ ସହଯୋଗ ବଦଳରେ ନାନା ହଇରାଣ କରିବାରୁ ଶେଷରେ ପୂରା ପରିବାର ପିଲାଛୁଆ ଧରି ଗୁରୁବାର ଥାନାରେ ଧାରଣା ଦେଇଥିଲେ। ପୁଅ ମୃତ୍ୟୁରେ ଭାଙ୍ଗି ପଡିଥିବା ବାପା ଥାନାରେ ଶୋଇ ରହି ପ୍ରତିବାଦ କରିଥିବାବେଳେ ମା’ ଛୋଟ ପିଲାଙ୍କୁ ଧରି ଥାନା ସମ୍ମୁଖ ରାସ୍ତାରେ ଧାଡ଼ି ହୋଇ ଦୀର୍ଘ ସମୟ ଧରି ବସି ରହିଥିଲେ। ଏହି ଘଟଣା ଚନ୍ଦ୍ରଶେଖରପୁର ଥାନା ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ବହୁ ବୁଝାଶୁଝା ପରେ ସେମାନେ ଧାରଣାରୁ ଉଠିଥିଲେ।
ସୂଚନାନୁଯାୟୀ, ଗତ ୫ମାସ ତଳେ ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତିରେ ଦୈତରାଜ ନାୟକ (୧୭) ନାମକ ଜଣେ ନାବାଳକ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହାର ୩ଦିନ ପରେ ଭରତୁପର ଜଙ୍ଗଲ ପାର୍ଶ୍ୱ ଟ୍ରେଞ୍ଚ୍‌ ମଧ୍ୟରୁ ଉଲଗ୍ନ ଅବସ୍ଥାରେ ଦୈତରାଜଙ୍କ ଗଳିତ ମୃତଦେହ ଜବତ କରିଥିଲା ପୋଲିସ। ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହ ଏଥିରେ ୨ଜଣଙ୍କର ସମ୍ପୃକ୍ତି ଥିବା ନେଇ ପୋଲିସକୁ କହିଥିଲେ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାସହ ଉକ୍ତ ୨ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରି କୌଣସି ପ୍ରମାଣ ନ ମିଳିବାରୁ ଛାଡି ଦେଇଥିଲା। ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ପୋଲିସର ତଦନ୍ତକୁ ନେଇ ସନ୍ଦେହ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଏହି ଘଟଣା ପରଠାରୁ ମୃତକଙ୍କ ପରିବାର ଓ ଉକ୍ତ ୨ ବ୍ୟକ୍ତିଙ୍କ ପରିବାର ମଧ୍ୟରେ ଅନେକଥର ଗଣ୍ଡଗୋଳ ହେଲାଣି। ଏପରିକି ଗଣ୍ଡଗୋଳ ଘଟଣାରେ ପୋଲିସ ଉଭୟ ପକ୍ଷରୁ ଗିରଫ କରିଥିଲେ ମଧ୍ୟ ହତ୍ୟା ମାମଲାରେ ଚୁପ୍‌ ବସିଛି। ହତ୍ୟାର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ବି ସୂଚନା ଦେଇପାରୁନି ପୋଲିସ। ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଛାଡି ଦେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣି ପ୍ରତିବାଦରେ ଏଭଳି ଅଭିନବ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri