ଜନବସତିରେ ମାତାଲ ହାତୀଙ୍କ ଉତ୍ପାତ

ପାଟଣା,୧୦ା୧୧(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ବୁଲୁଥିବା ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଜନବସତିମୁହଁା ହୋଇଛନ୍ତି। ଗତ ମଙ୍ଗଳବାର ଅପରାହ୍ନରେ ହାତୀ ମାତାଲ ହୋଇ କାଜୁ ଜଙ୍ଗଲରେ ପଡ଼ିଥିବା ବେଳେ ରାତିରେ ବିଷ୍ଣୁପୁର ଗାଁରେ ପଶି ଉତ୍ପାତ କରିଛନ୍ତି। ଏକ କଦଳୀ ବଗିଚାକୁ ନଷ୍ଟ କରିବା ସହ ୨୦ରୁ ଊର୍ଦ୍ଧ୍ୱ କଳଦୀ କାନ୍ଧି ଖାଇଯାଇଛନ୍ତି। ହାତୀପଲ ଗଁା ନିକଟରେ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ସୂଚନା ମୁତାବକ, ହାତୀପଲ ମଙ୍ଗଳବାର ରାତିରେ ବିଷ୍ଣୁପୁର ଗାଁର ଉଦୟ ନାଥ ମିଶ୍ରଙ୍କ କଦଳୀ ବଗିଚାରେ ପଶିଥିଲେ। ସେଠାରେ ୫୦ରୁ ଊର୍ଦ୍ଧ୍ୱ କଦଳୀ ଗଛ ଭାଙ୍ଗିବା ସହ ୨୦ଟି କାନ୍ଧି ଖାଇଦେଇଥିଲେ। ଏଥିସହ ଦୀନବନ୍ଧୁ ମିଶ୍ରଙ୍କ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ବୁଧବାର ସାରେ ପଲ ପରମେଶ୍ୱର ମନ୍ଦିର ସନ୍ନିକଟରେ ରହିଛନ୍ତି। ହାତୀପଲରେ ୯ ଦନ୍ତା, ୯ ଛୁଆ ଓ ୬ ମାଈହାତୀ ରହିଥିବା ବେଳେ ପାଟଣା ମୁଖ୍ୟାଳୟରେ ଘୂରି ବୁଲୁଥିବା ବନ ବିଭାଗ କହିଛି। ବନ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଘଟଣା ସ୍ଥଳରେ ରେଞ୍ଜର ଘାସିନାଥ ପାତ୍ର, ଫରେଷ୍ଟର ଚିତ୍ତରଞ୍ଜନ ପରିଡ଼ା ପାରା ଷ୍ଟାଫ୍‌ଙ୍କ ସହାୟତାରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ହାତୀପଲ ୪ ଦିନ ହେଲା ପାଟଣା ରେଞ୍ଜରେ ବୁଲୁଥିବା ବେଳେ ମଙ୍ଗଳବାର ରନ୍ଧା ମହୁଲୀ ପୋଚ ପିଇ ମାତାଲ ହୋଇ ଏକ କାଜୁ ଜଙ୍ଗଲରେ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ହୃଦଘାତରେ ଚାଲିଗଲା ଜେନେରାଲ ମ୍ୟାନେଜରଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୦।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri