Posted inଜାତୀୟ

ହିମାଚଳ ପ୍ରଦେଶ ଭୋଟର୍‌ଙ୍କୁ ମୋଦିଙ୍କ ଚିଠି: ଆପଣଙ୍କ ଖଣ୍ଡିଏ ଭୋଟ ମୋ ଶକ୍ତି ବଢାଇବ

ନୂଆଦିଲ୍ଲୀ,୧୦।୧୧: ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ଭୋଟ ଗ୍ରହଣ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଭୋଟରଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଚିଠିକୁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ବଣ୍ଟନ କରାଯିବ, ଯାହାଫଳରେ ହିମାଚଳର ପ୍ରତ୍ୟେକ ଭୋଟର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଇପାରିବେ। ହିମାଚଳର ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ଭାଜପା ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଦେବଭୂମିର ଭବିଷ୍ୟତ ପାଇଁ ଆପଣ ଗୁରୁତ୍ୱପୂର୍ଣ୍ଣ ଭୋଟ ଦେବାକୁ ଯାଉଛନ୍ତି। ନିରନ୍ତର ଆଶୀର୍ବାଦ ଏବଂ ଭଲ ପାଇବା ପାଇଁ ଆପଣଙ୍କୁ ମୁଁ ପ୍ରଣାମ କରିବାକୁ ଚାହୁଁଛି। ହିମାଚଳ ଏପରି ଏକ ଅଲୌକିକ ଭୂମି, ଯିଏ ଥରେ ପରିଦର୍ଶନ କରେ ସାରା ଜୀବନ ପାଇଁ ଏହାର ଖୁସି ଅନୁଭବ କରେ। ମୁଁ ତୁମ ମଧ୍ୟରେ ଅନେକ ଥର ରହିବାର ସୌଭାଗ୍ୟ ପାଇଛି। ଏହି ଋଣ ପରିଶୋଧ କରିବାକୁ ହିମାଚଳବାସୀଙ୍କ ନିରନ୍ତର ସେବା କରିବା ମୋର ଆଜୀବନ ଦାୟିତ୍ୱ।
ପ୍ରଧାନମନ୍ତ୍ରୀ ଚିଠିରେ ଆହୁରି କହିଛନ୍ତି, ଭାଜପା ହିମାଚଳ ପ୍ରଦେଶକୁ ଭାରତର ବିଶ୍ୱାସ, ଆଧ୍ୟାତ୍ମିକତା ଏବଂ ସଂସ୍କୃତିର ମାଟି ବୋଲି ବିବେଚନା କରେ। ସେଥିପାଇଁ ହିମାଚଳ ସେବାରେ ଭାଜପା ସରକାରଙ୍କର ଅଦମ୍ୟ ବିଶ୍ୱାସ ରହିଛି। ଦେଶର ସେବାରେ ହିମାଚଳର ଯୁବକମାନେ ଅଦମ୍ୟ ସାହସ ଦେଖାଇଛନ୍ତି। ତେଣୁ ଭାଜପା ପାଇଁ ହିମାଚଳ ପ୍ରଦେଶର ସେବା ହେଉଛି ଭାରତ ମାତା ସେବା କରିବାର ଅନ୍ୟ ଏକ ମାଧ୍ୟମ।
ହିମାଚଳର ଭୋଟରଙ୍କୁ ଲେଖିଥିବା ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ଭାଜପାର ବିଜୟକୁ ନେଇ ନିଜର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଗତଥର ଭଳି ଭାଜପା ଆପଣଙ୍କ ଆଶୀର୍ବାଦ ପାଇବ ଏବଂ ହିମାଚଳରେ ପୁଣି ଥରେ ପଦ୍ମ ଫୁଲ ଫୁଟିବ। ପଦ୍ମ ଫୁଲକୁ ଦିଆଯାଇଥିବା ଆପଣଙ୍କ ପ୍ରତ୍ୟେକ ଭୋଟ ସିଧାସଳଖ ମୋର ଶକ୍ତି ବୃଦ୍ଧି କରିବ।
ସୂଚନାଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୨ରେ ଅନୁଷ୍ଠିତ ହେବ। ନଭେମ୍ବର ୮ରେ ଫଳାଫଳ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri