ଆକ୍ରମଣ ସ୍ଥଗିତ, ଟ୍ରମ୍ପ୍‌ ଅସ୍ପଷ୍ଟ

ଦୁବାଇ/ଓ୍ବାଶିଂଟନ/ପ୍ୟାରିସ୍‌ ,୧୩ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର ଶୁକ୍ରବାର ଗୋଟିଏ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏହା କହିଛି। ଚୁକ୍ତି ସ୍ବାକ୍ଷର ଜେନେଭାରେ ହୋଇପାରେ ବୋଲି ସୂଚନା ମିଳିଛି। ଲେବାନନ୍‌ରେ ମଧ୍ୟ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ ସର୍ତ୍ତରେ ତେହରାନ୍‌ ଅଟଳ ରହିଛି।
ବୁଝାମଣାର ଭାଷା କ’ଣ ରହିବ, ତାହା ଶନିବାର ସୁଦ୍ଧା ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେପରି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଇରାନ ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ବଘେର ଘଲିବାଫ୍‌ଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇପାରିବ।
ଚୁକ୍ତିନାମା ଏବେ ପ୍ରସ୍ତୁତ ହୋଇଥିବାରୁ ଇରାନ ଉପରେ ନୂଆ ଆକ୍ରମଣକୁ ସ୍ଥଗିତ ରଖାଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର କହିଥିଲେ। ପ୍ରସ୍ତାବିତ ଡିଲ୍‌ରେ ଇରାନ ବର୍ତ୍ତମାନ ସୁଦ୍ଧା ଏହାର ଅଧିକାଂଶ ଦାବି ହାସଲ କରିନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ଯାହା ଚାହୁଁଥିଲେ, ସେଥିରୁ ଗୋଟିଏ ସର୍ତ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଖୋଲିବା ବ୍ୟତୀତ ଅନ୍ୟ କିଛି ପୂରଣ ହୋଇ ନ ଥିବା ଜଣାପଡ଼ିଛି।
ଇରାନର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ରଏଟର୍ସକୁ ଦେଇଥିବା ସୂଚନା ଅନୁଯାୟୀ, ଇରାନ ତୈଳ ଉପରୁ କଟକଣା ହଟାଇ ଦିଆଯିବା ସହ ବ୍ୟାଙ୍କରେ ଅଟକି ରହିଥିବା ଏହାର ବହୁ କୋଟି ଟଙ୍କା ମୁକ୍ତ କରାଯିବ। ଏଥିସହିତ ଲେବାନନ୍‌ ସମେତ ସମସ୍ତ ଫ୍ରଣ୍ଟ ଉପରେ ଆକ୍ରମଣ ବନ୍ଦ ପାଇଁ ଦାବି କରାଯିବ। ଆଣବିକ ପ୍ରସଙ୍ଗ ବର୍ତ୍ତମାନରୁ ଚୁକ୍ତିରୁ ବାଦ୍‌ ଦିଆଯାଇ, ପରବର୍ତ୍ତୀ ଆଲୋଚନା ପାଇଁ ରହିବ। ଇରାନ କଦାପି ଅଣୁଅସ୍ତ୍ରର ବିକାଶ ନ କରୁ ଏହା ଓ୍ବାଶିଂଟନ ଚାହେଁ। ଇରାନ ମଧ୍ୟ କୌଣସି ଅଣୁଅସ୍ତ୍ର ଚାହୁଁ ନ ଥିବା କହିଛି। ତୈଳ ଉପରୁ ପ୍ରତିବନ୍ଧକ ହଟାଇବା, ବ୍ୟାଙ୍କରେ ଅଟକି ରହିଥିବା ଇରାନର ସମ୍ପତ୍ତିକୁ ମୁକ୍ତ କରାଯିବା ଏବଂ ଲେବାନନ୍‌ ଉପରେ ଇସ୍ରାଏଲୀ ଆକ୍ରମଣ ବନ୍ଦ ତେହରାନ୍‌ର ଜରୁରୀ ଦାବି ରହିଛି। ତେବେ ଏହା ବଦଳରେ ଇରାନ କ’ଣ ଦେବ, ସେ ନେଇ କୌଣସି ସୂଚନା ମିଳିନାହିଁ। ଆମେରିକା ମଧ୍ୟ ଏହା ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁି।
ଇରାନ ସହ ଯୁଦ୍ଧ ବନ୍ଦ ପାଇଁ ଚୁକ୍ତିନାମା ପାଖାପାଖି ଚୂଡ଼ାନ୍ତ ହେବା ସ୍ଥିତିରେ ରହିଛି ବୋଲି ଟ୍ରମ୍ପ୍‌ କହିବା ସହ ସପ୍ତାହାନ୍ତରେ ୟୁରୋପରେ ଏହା ସ୍ବାକ୍ଷର ହେବା ଆଶା କରାଯାଉଛି ବୋଲି ସୂଚନା ଦେଇଛନ୍ତି। ଇରାନର ତୈଳ ଶିଳ୍ପକୁ ନିୟନ୍ତ୍ରଣକୁ ନେବା ଲାଗି ଓ୍ବାଶିଂଟନ ଧମକ ଦେବାର କିଛି ଘଣ୍ଟା ପରେ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଉପରେ ଆକ୍ରମଣ ସ୍ଥଗିତ ରଖିଛି। ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଜେ.ଡି. ଭାନ୍ସ ଉପସ୍ଥିତ ରହିବା ଆଶା କରାଯାଉଛି ବୋଲି ଟ୍ରମ୍ପ୍‌ ଓଭାଲ ଅଫିସ୍‌ଠାରେ ଗଣମାଧ୍ୟମକୁ କହିଛନ୍ତି। ବୁଝାମଣାର ସଦ୍ୟତମ ପର୍ଯ୍ୟାୟ ସମ୍ପର୍କରେ ଟ୍ରମ୍ପ୍‌ କାତାର, ୟୁଏଇ, ସାଉଦି ଆରବ, ବାହାରିନ୍‌, କୁଏଟ୍‌ ଓ ପାକିସ୍ତାନ ଆଦି ମଧ୍ୟପ୍ରାଚ୍ୟ ଦେଶର ନେତାମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?