କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ ଜାରି ରହିଛି। ଜାରି ରହିଥିବା ଏହି ରାଜନୈତିକ ବାଦବିବାଦ ଏବଂ ଦଳ ଭାଙ୍ଗିବା ଆଶଙ୍କା ମଧ୍ୟରେ ମମତା ବାନାର୍ଜୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଦଳ ଭିତରେ ଚାଲିଥିବା ‘ଅଭିଷେକ ବନାମ ଅନ୍ୟମାନେ’ ଲଢ଼େଇରେ ସବୁଠାରୁ ଅଧିକ ସ୍ୱର ଉତ୍ତୋଳନ କରିଥିବା ବରିଷ୍ଠ ନେତା କଲ୍ୟାଣ ବାନାର୍ଜୀ ହଠାତ ନିଜ ଆଭିମୁଖ୍ୟ ନରମ କରିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଅଭିଷେକ ବାନାର୍ଜୀଙ୍କୁ ନେଇ ତୀକ୍ଷ୍ଣ ବାଣ ମାରୁଥିବା କଲ୍ୟାଣ ବାନାର୍ଜୀ ଏବେ ବୁଝାମଣାର ସଙ୍କେତ ଦେଇଛନ୍ତି, ଯାହାଦ୍ୱାରା ମମତା ବାନାର୍ଜୀଙ୍କ ଉପରୁ ଏକ ବଡ଼ ସଙ୍କଟ ସଙ୍କଟ ଟଳିଯାଇଛି।
ଯେଉଁ କଲ୍ୟାଣ ବାନାର୍ଜୀ କିଛି ଦିନ ପୂର୍ୱରୁ ଅଭିଷେକ ବାନାର୍ଜୀଙ୍କୁ ଦଳ ପାଇଁ ବିପଦ ବୋଲି କହୁଥିଲେ, ସେହି କଲ୍ୟାଣ ବାନାର୍ଜୀ ଏବେ ତାଙ୍କ ସହ ପୁଣି ମିଶି କାମ କରିବାର ସଙ୍କେତ ଦେଇଛନ୍ତି। କଲ୍ୟାଣ କହିଛନ୍ତି, “ମୁଁ ଅଭିଷେକଙ୍କୁ ପିଲାଦିନରୁ ବଡ଼ ହେଉଥିବା ଦେଖିଛି। ସେ ନିଜେ କହିଛନ୍ତି ଯେ ମୁଁ ତାଙ୍କୁ ଯେକୌଣସି କଥା କହିପାରିବି, ତେଣୁ ଏବେ ସବୁ କିଛି ଠିକ ଅଛି।”
ଏହି ବୟାନ ଟିଏମସି ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। କଲ୍ୟାଣଙ୍କର ଏହି ୟୁ-ଟର୍ଣ୍ଣ (U-turn) ସେହି ସମୟରେ ଆସିଛି, ଯେତେବେଳେ ଦଳ ଭିତରେ ଅନେକ ନେତା ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରୁଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ଏବେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଏନଡିଏ (NDA) ବିରୋଧରେ ଲଢ଼େଇ କରିବା।
କଲ୍ୟାଣ ବାନାର୍ଜୀ ନିକଟରେ କେଉଁ ନେତାଙ୍କ ସହ ବୁଝାମଣା କରିବାର ସଙ୍କେତ ଦେଇଛନ୍ତି?
ମମତା ବାନାର୍ଜୀ
ସୁଧାଂଶୁ ତ୍ରିବେଦୀ
ଅଭିଷେକ ବାନାର୍ଜୀ
କାକୋଲି ଘୋଷ
କଲ୍ୟାଣ ବାନାର୍ଜୀ ଅଭିଷେକଙ୍କ ସହ ତ ବୁଝାମଣା କରିନେଲେ, କିନ୍ତୁ ସେ ଦଳର ସେହି ବିଦ୍ରୋହୀ ଏମପିମାନଙ୍କୁ ଛାଡ଼ି ନାହାନ୍ତି ଯେଉଁମାନେ ଏକ ଭିନ୍ନ ଗୋଷ୍ଠୀ ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ସେ କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଚାଲିଥିବା ଗୋଷ୍ଠୀ ଉପରେ ତୀବ୍ର ଆକ୍ରମଣ କରି ସେମାନଙ୍କୁ ‘ସୁବିଧାବାଦୀ’ ବୋଲି ଆଖ୍ୟା ଦେଇଛନ୍ତି। କଲ୍ୟାଣ ସାର୍ୱଜନୀନ ଭାବେ ପ୍ରଶ୍ନ କରିଛନ୍ତି ଯେ, ଏହି ବିଦ୍ରୋହୀ ନେତାମାନେ କେବେ ନିଜ ର୍ନିବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖକୁ ଯାଇଛନ୍ତି କି? କାକୋଲି ଘୋଷ ଦସ୍ତିଦାର ନିଜ ଅଞ୍ଚଳକୁ ନଯିବା ଉପରେ ମଧ୍ୟ ସେ ସୱର ଉତ୍ତୋଳନ କରିଛନ୍ତି ଏବଂ କହିଛନ୍ତି ଯେ ଯେଉଁମାନେ ବିଶ୍ୱସ୍ତ, ଦଳ କେବଳ ସେମାନଙ୍କ ସହ ମିଶି ଆଗାମୀ ରାଜନୈତିକ ଲଢ଼େଇ ଲଢ଼ିବ।
ରାଜନୈତିକ ସମୀକ୍ଷକମାନଙ୍କ ମତରେ, କଲ୍ୟାଣ ବାନାର୍ଜୀଙ୍କ ଏହି ପଦକ୍ଷେପ ମମତା ବାନାର୍ଜୀଙ୍କ ପାଇଁ ଏକ ସଞ୍ଜୀବନୀ ସଦୃଶ। ଗତ କିଛି ଦିନ ହେବ ଯେଭଳି ଭାବେ ଦଳର ବରିଷ୍ଠ ନେତାମାନଙ୍କ ବୟାନ ଯୋଗୁଁ ଟିଏମସି ଦୁର୍ୱଳ ହେଉଥିଲା, ସେଥିରେ ବିଜେପିକୁ ସୁଯୋଗ ମିଳୁଥିଲା। କଲ୍ୟାଣ ବାନାର୍ଜୀଙ୍କ ‘ଅଭିଷେକଙ୍କ ସହ ଆସିବା’ ବାର୍ତ୍ତା ପ୍ରମାଣ କରୁଛି ଯେ ମମତା ବାନାର୍ଜୀ ଏବେ ବି ଦଳର ସବୁଠାରୁ ବଡ଼ ଶକ୍ତି। କଲ୍ୟାଣ ସ୍ପଷ୍ଟ କରିଛନ୍ତି ଯେ ସେ ଯେକୌଣସି ପରିସ୍ଥିତିରେ ମମତାଙ୍କ ସହ ଠିଆ ହେବେ। ଏହି ଏକଜୁଟତା ଟିଏମସିର ସେହି ବଡ଼ ସଙ୍କଟକୁ ହ୍ରାସ କରୁଛି, ଯେଉଁଥିରେ ପ୍ରାୟ ୨୦ ଜଣ ସାଂସଦ ଏନଡିଏରେ ସାମିଲ ହେବା ନେଇ ଗୁଜବ ସୃଷ୍ଟି ହେଉଥିଲା।

