ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର ଶୁକ୍ରବାର ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏହା କହିଛି। ଚୁକ୍ତି ସ୍ୱାକ୍ଷର ଜେନେଭାରେ ହୋଇପାରେ ବୋଲି ମଧ୍ୟ ଉକ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ବୁଝାମଣାର ଭାଷା କ’ଣ ରହିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଲେବାନନ୍‌ରେ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ ସର୍ତ୍ତରେ ତେହରାନ୍‌ ଅଟଳ ରହିଛି। ଅନ୍ୟପକ୍ଷରେ ଇରାନ ସମର୍ଥତ୍ତ ହେଜବୋଲ୍ଲା ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି।
ବୁଝାମଣାର ଭାଷା କ’ଣ ରହିବ, ତାହା ଶନିବାର ସୁଦ୍ଧା ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେପରି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଇରାନ ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ବଘେର ଘଲିବାଫ୍‌ଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇପାରିବ। ଚୁକ୍ତିନାମା ସ୍ୱାକ୍ଷର ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିବାବେଳେ ଜେନେଭା ସମ୍ଭାବ୍ୟ ସ୍ଥଳ ବୋଲି କୁହାଯାଉଛି।
ଚୁକ୍ତିନାମା ଏବେ ପ୍ରସ୍ତୁତ ହୋଇଥିବାରୁ ଇରାନ ଉପରେ ନୂଆ ଆକ୍ରମଣକୁ ସ୍ଥଗିତ ରଖାଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର କହିଥିଲେ। ଇରାନ ଯୁଦ୍ଧକୁ ନେଇ ଆମେ ଏକ ବଡ଼ ସମାଧାନ କରିବାକୁ ଯାଉଛୁ ବୋଲି ହ୍ୱାଇଟ୍‌ ହାଉସ୍‌ଠାରେ ଟ୍ରମ୍ପ୍‌ ଖବରଦାତାମାନଙ୍କୁ କହିଛନ୍ତି। ପ୍ରସ୍ତାବିତ ଡିଲ୍‌ରେ ଇରାନ ବର୍ତ୍ତମାନ ସୁଦ୍ଧା ଏହାର ଅଧିକାଂଶ ଦାବି ହାସଲ କରିନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ଯାହା ଚାହୁଁଥିଲେ, ସେଥିରୁ ଗୋଟିଏ ସର୍ତ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଖୋଲିବା ବ୍ୟତୀତ ଅନ୍ୟ କିଛି ପୂରଣ ହୋଇଥିବା ଜଣାପଡ଼ିଛି। ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍‌ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ତେହରାନ୍‌ ଗୁରୁତ୍ୱପୂର୍ଣ୍ଣ ଜଳପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ବନ୍ଦ କରିଦେଇଥିଲା।

ଇରାନର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ରଏଟର୍ସକୁ ଦେଇଥିବା ସୂଚନା ଅନୁଯାୟୀ, ଇରାନ ତୈଳ ଉପରୁ କଟକଣା ହଟାଇ ଦିଆଯିବା ସହ ବ୍ୟାଙ୍କରେ ଅଟକି ରହିଥିବା ଏହାର ବହୁ କୋଟି ଟଙ୍କା ମୁକ୍ତ କରାଯିବ। ଏଥିସହିତ ଲେବାନନ୍‌ ସମେତ ସମସ୍ତ ଫ୍ରଣ୍ଟ ଉପରେ ଆକ୍ରମଣ ବନ୍ଦ ପାଇଁ ଦାବି କରାଯିବ। ଆଣବିକ ପ୍ରସଙ୍ଗ ବର୍ତ୍ତମାନରୁ ଚୁକ୍ତିରୁ ବାଦ୍‌ ଦିଆଯାଇ, ପରବର୍ତ୍ତୀ ଆଲୋଚନା ପାଇଁ ରହିବ। ଇରାନ କଦାପି ଅଣୁଅସ୍ତ୍ରର ବିକାଶ ନ କରୁ ଏହା ଓ୍ୱାଶିଂଟନ ଚାହେଁ। ଇରାନ ମଧ୍ୟ କୌଣସି ଅଣୁଅସ୍ତ୍ର ଚାହୁଁ ନ ଥିବା କହିଛି। ତୈଳ ଉପରୁ ପ୍ରତିବନ୍ଧକ ହଟାଇବା, ବ୍ୟାଙ୍କରେ ଅଟକି ରହିଥିବା ଇରାରନ ସମ୍ପତ୍ତିକୁ ମୁକ୍ତ କରାଯିବା ଏବଂ ଲେବାନନ୍‌ ଉପରେ ଇସ୍ରାଏଲୀ ଆକ୍ରମଣ ବନ୍ଦ ତେହରାନ୍‌ର ଜରୁରୀ ଦାବି ରହିଛି। ତେବେ ଏହା ବଦଳରେ ଇରାନ କ’ଣ ଦେବ, ସେ ନେଇ କୌଣସି ସୂଚନା ମିଳିନାହିଁ। ଆମେରିକା ମଧ୍ୟ ଏହା ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁି।
ଇରାନ ସହ ଯୁଦ୍ଧ ବନ୍ଦ ପାଇଁ ଚୁକ୍ତିନାମା ପାଖାପାଖି ଚୂଡ଼ାନ୍ତ ହେବା ସ୍ଥିତିରେ ରହିଛି ବୋଲି ଟ୍ରମ୍ପ୍‌ କହିବା ସହ ସପ୍ତାହାନ୍ତରେ ୟୁରୋପରେ ଏହା ସ୍ୱାକ୍ଷର ହେବା ଆଶା କରାଯାଉଛି ବୋଲି ସୂଚନା ଦେଇଛନ୍ତି। ଇରାନର ତୈଳ ଶିଳ୍ପକୁ ନିୟନ୍ତ୍ରଣକୁ ନେବା ଲାଗି ଓ୍ୱାଶିଂଟନ ଧମକ ଦେବାର କିଛି ଘଣ୍ଟା ପରେ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଉପରେ ଆକ୍ରମଣ ସ୍ଥଗିତ ରଖିଛି। ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ଜେ.ଡି. ଭାନ୍ସ ଉପସ୍ଥିତ ରହିବା ଆଶା କରାଯାଉଛି ବୋଲି ଟ୍ରମ୍ପ୍‌ ଓଭାଲ ଅଫିସ୍‌ଠାରେ ଗଣମାଧ୍ୟମକୁ କହିଛନ୍ତି। ବୁଝାମଣାର ସଦ୍ୟତମ ପର୍ଯ୍ୟାୟ ସମ୍ପର୍କରେ ଟ୍ରମ୍ପ୍‌ କାତାର, ୟୁଏଇ, ସାଉଦି ଆରବ, ବାହାରିନ୍‌, କୁଏଟ୍‌ ଓ ପାକିସ୍ତାନ ଆଦି ମଧ୍ୟପ୍ରାଚ୍ୟ ଦେଶର ନେତାମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?