ପଟ୍ଟାଜମିରେ ଚାଲିଥିଲା ମାଇନିଂ ଗାଡ଼ି, ପ୍ରଶାସନର ପ୍ରତିଶ୍ରୁତି ପରେ ବି ମିଳିଲାନି ନ୍ୟାୟ, ଶେଷରେ…

ବଣାଇଁ,୧୩ା୬(ପ୍ରଦୀପ ତ୍ରିପାଠୀ): ଖଣି ସମୃଦ୍ଧ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଆସିଛି ପ୍ରଶାସନିକ ଅବହେଳା ଓ ଜନ ଅସନ୍ତୋଷର ଏକ ସାଂଘାତିକ ଚିତ୍ର। ନିଜ ପଟ୍ଟା ଜମି ଉପରେ ଦେଇ ଯାଇଛି ରାଜରାସ୍ତା, ଆଉ ସେହି ରାସ୍ତାରେ ଦିନରାତି ଚଳାଚଳ କରୁଛି ବିଭିନ୍ନ ଖଣି କମ୍ପାନୀର ଶହଶହ ଭାରୀଯାନ। ହେଲେ ଜମି ହରାଇଥିବା ନିରୀହ ଚାଷୀ ଓ ଜମିମାଲିକଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ କିମ୍ବା ସ୍ଥାୟୀ ସମାଧାନ। ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରି ଦୁଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଶେଷରେ ନିରାଶ ଓ ଅତିଷ୍ଠ ହୋଇ ନିଜ ଜମିକୁ ସବୁଦିନ ପାଇଁ ସୁରକ୍ଷିତ କରିବାକୁ ଯାଇ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ କାଟି ଦେଇଛନ୍ତି ସ୍ଥାନୀୟ ଜମି ମାଲିକ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋଇଡ଼ାର ସର୍ଗିଗଡ଼ ନିକଟରେ।

ସୂଚନାନୁଯାୟୀ, ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ, ନିକଟ ଅତୀତରେ ହାଇ ଟେକ୍‌ ସର୍ଭେ ଅନୁସାରେ ସମ୍ପୃକ୍ତ ରାସ୍ତାରେ ବ୍ୟକ୍ତିଗତ ପଟ୍ଟାଧାରୀଙ୍କ ନାମରେ ଜମି ରହିଛି। ପଟ୍ଟାଧାରୀ ଏହା ଜାଣିବା ପରେ ସମସ୍ୟାର ସମାଧାନ ପାଇଁ ଗତ ମେ’ ମାସ ୧୨ ତାରିଖରେ ବଣାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଅଭିଯୋଗ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଥିଲା। ସେହି ସମୟରେ ପ୍ରଶାସନ ତରଫରୁ ଜମି ପଟାଧାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ମାତ୍ର ୭ ଦିନର ସମୟ ମଗାଯାଇଥିଲା। କିନ୍ତୁ ଆଜି ପ୍ରଶାସନର ସେହି ପ୍ରତିଶ୍ରୁତିକୁ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଫଳାଫଳ ଶୂନ ରହିଛି। ପ୍ରଶାସନର ଏଭଳି ଉଦାସୀନ ମନୋଭାବକୁ ନେଇ କୋଇଡାର ସର୍ଗିଗଡ଼ ଓ ତେହେରେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି।
ଶେଷରେ କୌଣସି ସୁଫଳ ନ ମିଳିବାରୁ, ଜମି ମାଲିକମାନେ ନିଜ ହକ ପାଇଁ ଓ ପ୍ରଶାସନର ପ୍ରତାରଣା ବିରୋଧରେ ନିଜ ଜମି ଉପର ଦେଇ ଯାଇଥିବା ରାସ୍ତାକୁ ସବୁଦିନ ପାଇଁ କାଟି ଖୋଳି ଦେଇଛନ୍ତି, ଯାହା ଫଳରେ ଖଣି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସମ୍ପୃକ୍ତ ରାସ୍ତାଟି ତେହେରେଇରୁ ଗଣୁଆ ପର୍ଯ୍ୟନ୍ତ ଯାଇଥିବାରୁ ଅନେକ ଖଣି କମ୍ପାନୀର ପରିବହନ ଏବେ ବନ୍ଦ ରହିଛି। ଏବେ ଦେଖିବାକୁ ବାକି ରହିଲା, ଏହି ଖବର ପ୍ରସାରିତ ହେବା ପରେ ଏବଂ ସ୍ଥାନୀୟ ଲୋକେ ରାସ୍ତା କାଟିବା ପରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ଓ ବଣାଇଁ ଉପଜିଲାପାଳ କେବେ କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗୁଛନ୍ତି ଏବଂ ଏହି ନିରୀହ ଜମି ମାଲିକମାନଙ୍କୁ କେବେ ସ୍ଥାୟୀ ନ୍ୟାୟ ମିଳୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ/ଢାକା,୨୯।୭: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ବୁଧବାର କହିଛନ୍ତି ଯେ ଗିରଫ, ଜେଲ କିମ୍ବା ମୃତ୍ୟୁଦଣ୍ଡର ବିପଦ ସତ୍ତ୍ୱେ ସେ ଡିସେମ୍ବର ସୁଦ୍ଧା ତାଙ୍କ ଦେଶକୁ…

ସରକାରଙ୍କୁ ଚେତାବନୀ ଦେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ, କହିଲେ-କଙ୍ଗନାଙ୍କୁ…

ନୂଆଦିଲ୍ଲୀ, ୨୯।୭: ଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ‘ସିଜେପି’ (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେ ସଙ୍କେତ ଦେଇଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବି ଉପରେ…

ରାହୁଲ ଗାନ୍ଧୀଙ୍କ ‘ଇଡିଅଟ’ ଶବ୍ଦ ବ୍ୟବହାରକୁ ନେଇ ଲୋକ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ଆଲୋଚନା ଚାଲିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହକୁ ସମ୍ବୋଧିତ କରୁଛନ୍ତି। ତାଙ୍କ ଭାଷଣ…

CJP ପ୍ରଦର୍ଶନରେ ଲଠିଚାର୍ଜକୁ ନେଇ ଖାର୍ଗେ-ନଡ୍ଡା ମୁହାଁମୁହିଁ

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବୁଧବାର ରାଜ୍ୟ ସଭାରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ଅଗଷ୍ଟରେ ୧୦ଦିନ ସ୍କୁଲ-କଲେଜ ବନ୍ଦ, ଦେଖନ୍ତୁ ପୂରା ଛୁଟିଲିଷ୍ଟ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଜଣେ ଛାତ୍ର (କିମ୍ବା ଆପଣଙ୍କ ଘରେ ପିଲା ଅଛନ୍ତି), ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri