ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ ଓ ଶଳା ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିଲେ। କନଷ୍ଟେବଳ ଆଶୁତୋଷ ତାଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀରେ ଏନେଇ ଏମକେସିର୍ଜିଡ ମାଜିଷ୍ଟ୍ରେଟ , ଡାକ୍ତର ଓ ପୋଲିସ ଆଗରେ ବୟାନ ଦେଇଥିଲେ। ଏପରିକି ଏମ୍ସସ ହସ୍ପିଟାଲରେ ମଧ୍ୟ କହିଥିଲେ। ଦୀର୍ଘ ୮ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଶୁକ୍ରବାର ସକାଳେ ଯୁବନ ଯୁଦ୍ଧରେ ହାରି ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସତ୍ତ୍ୱେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି କାହିଁକି ଅନୁକମ୍ପା ଦେଖାଉଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ରାତ୍ର ଠାରୁ ଉକ୍ତ ମୃତଦେହ ପାଣ୍ଡ ନଗର ବାସଭବନ ମୁଖ୍ୟ ରାସ୍ତାରେ ରଖି ପରିବାର ଲୋକ ନ୍ୟାୟ ମାଗୁଛନ୍ତି । ରାସ୍ତାରେ ବସିଛନ୍ତି ଅଂଚଳର ଶତାଧିକା ମହିଳା ଓ ପୁରୁଷ । ଭାଇକୁ ତାର ସ୍ତ୍ରୀ ଓ ଶଳା ଜାଳି ଦେଇଛନ୍ତି । ଘଟଣାର ୮ଦିନରେ ତାର ଏମ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି ତାଙ୍କ ଭଉଣୀ ନିବେଦିତା ଓ ପରିବାର ଲୋକ । ୧୨ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଉପରେ ମୃତଦେହ ରଖି ଟାୟାର ଜାଳି ପରିବାରନ୍ୟାୟ ମାଗୁଛନ୍ତି । ସେଠାରେ ଲାଗିରହିଥିବା ଉତ୍ତେଜନାକୁ ପ୍ରତିହତ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି। ଅନ୍ୟପଟେ ଅସ୍ଥାୟୀ ନୂଆ ବସଷ୍ଟାଣ୍ଡକୁ ଟାଉନ ବସ ଯାତାୟାତ ପାଇଁ ଏକ ମାତ୍ର ଉକ୍ତ ରାସ୍ତାଟିରେ ଭାରିଯାନ ଓ ବସ୍ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି। ସାଧାରଣରେ ପ୍ରଶାସନର ଦୁର୍ବଳତାକୁ ନେଇ ଆଲୋଚନା ହେଉଛି।

