ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି ଡିସିପି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଡିସିପି କହିଛନ୍ତି, ଲାପଟପ, ଟାବଲେଟ ଜବତ ହୋଇଛି, ହ୍ବାଟସଆପ ତଥ୍ୟ ବି ମିଳିଛି। ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ କରିଥିଲେ, କିନ୍ତୁ ସେ ଫୋନ ଉଠାଇ ନ ଥିଲେ। ଅନ୍ୟ ଜଣଙ୍କ ନମ୍ବରରୁ ବି ଚନ୍ଦ୍ରିକା କଲ କରିଥିଲେ, କିନ୍ତୁ ତାହା ବି ଉଠାଇ ନଥିଲେ। ଆବଶ୍ୟକ ହେଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ।
ସୂଚନାଯୋଗ୍ୟ, ଫେରାର ଥିବା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଶୁକ୍ରବାର କମିଶନରେଟ୍‌ ପୋଲିସ ମୟୂରଭଞ୍ଜରୁ ଗିରଫ କରିଛି। ମୟୂରଭଞ୍ଜ ଜିଲାର ବିଶୋଇ ଥାନାରେ ଭୀମସେନ ପ୍ରଥମେ ଆତ୍ମସମର୍ପଣ କରିଥିଲେ। ପରେ କମିଶନରେଟ୍‌ ପୋଲିସ ତାଙ୍କୁ ଗିରଫ କରିଛି। ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ଦାୟୀ ବୋଲି ଚନ୍ଦ୍ରିକାଙ୍କ ମା’ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଭୀମସେନଙ୍କୁ ଗିରଫକରିବା ପାଇଁ ଖୋଜୁଥିବାବେଳେ ପାଉ ନ ଥିଲା। ଭୀମସେନ ଆଗୁଆ ଜାମିନ ପାଇବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

ଅନ୍ୟପକ୍ଷରେ ଭୀମସେନ ଓଏଏସ୍‌ ପ୍ରଶିକ୍ଷଣ ନେଉଥିବା ମଧୁସୂଦନ ଏକାଡେମୀର ୪ ଅଧିକାରୀଙ୍କୁ ଶୁକ୍ରବାର ପୋଲିସ ବାରଙ୍ଗ ଥାନାକୁ ଡକାଇ ଜେରା କରିଛି। ପୋଲିସ ସେମାନଙ୍କୁ ବିଭିନ୍ନ ଦିଗରୁ ପଚରାଉଚରା କରିଛି। ସେମାନଙ୍କ ମଧ୍ୟରେ ଜଣେ ଭୀମସେନଙ୍କ ବନ୍ଧୁ ଥିବା ଜଣାପଡ଼ିଛି। ଭୀମସେନ ଏକାଡେମୀ ଛାଡ଼ିବା ପୂର୍ବରୁ ସେ ବ୍ୟବହାର କରୁଥିବା ଲାପ୍‌ଟପ୍‌, ଟାବ୍‌ଲେଟ, ଜରୁରୀ କାଗଜପତ୍ର ଆଦିକୁ ଅଫିସ୍‌ରେ ଜମା କରିଥିଲେ। ପୋଲିସ ଏହିସବୁ ସାମଗ୍ରୀକୁ ଜବତକରି ଥାନାକୁ ଆଣି ଯାଞ୍ଚ କରୁଛି। ଏସବୁରୁ ଅନେକ କିଛି ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା ରଖିଛି।

ସୂଚନାନୁଯାୟୀ, ଚଳିତ ମାସ ୪ତାରିଖରେ ତ୍ରିଶୂଳିଆ ନେତାଜୀ ସୁଭାଷ ସେତୁ ତଳୁ କାଠଯୋଡ଼ି ନଦୀରୁ ଚନ୍ଦ୍ରିକାଙ୍କ ମୃତଦେହ ବାରଙ୍ଗ ପୋଲିସ ଜବତ କରିଥିଲା। ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଭୀମସେନ ଓ ତାଙ୍କ ନୂତନ ବାନ୍ଧବୀ ସ୍ବାତୀ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ନେଇ ଚନ୍ଦ୍ରିକାଙ୍କ ପରିବାର ଲୋକେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଇତିମଧ୍ୟରେ ଚନ୍ଦ୍ରିକାଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ଓ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି। ଚନ୍ଦ୍ରିକାଙ୍କ ମୃତ୍ୟୁ ପରଠାରୁ ଭୀମସେନ ଫେରାର ହୋଇଯାଇଥିଲେ। ଘଟଣାର ୮ଦିନ ପରେ ତାଙ୍କୁ ଗିରଫ କରାଯାଇଛି। ଭୀମସେନଙ୍କ ବାପା, ନୂତନ ବାନ୍ଧବୀ ସ୍ବାତୀ ଏବଂ ଘଟଣା ଦିନ ଯେଉଁ ଅଟୋରେ ଚନ୍ଦ୍ରିକା ଆସିଥିଲେ ସେହି ଅଟୋର ଚାଳକଙ୍କୁ ବାରଙ୍ଗ ପୋଲିସ ଜେରା କରିସାରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?