ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଶୁକ୍ରବାର ଇ-ମେଲ୍‌ ଯୋଗେ ପଠାଇଛନ୍ତି। ଏଥିରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ବ୍ଲକ ଅଫିସ୍‌ ଯାଇଥିବା ସମୟରେ ଆକ୍ରମଣ ଘଟଣାକୁ ଉଲ୍ଲେଖ କରିବା ସହ ଏଥିରେ ବାଧକ ହୋଇଥିବା ସ୍ଥାନୀୟ ବିଧାୟକ ଓ ପ୍ରଶାସକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ୭ ଦିନ ମଧ୍ୟରେ ଭେଟିବାକୁ ସମୟ ମାଗିଛନ୍ତି। ଚିଠିରେ ସେ ଉଳ୍ଲେଖ କରିଛନ୍ତି, ୨୦୧୭ରୁ ସେ ଭାଜପାର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଦଳୀୟ କାର୍ଯ୍ୟକ୍ରମ ସହ ଦଳର ହିତକୁ ସର୍ବଦା ଆଗରେ ରଖିଛନ୍ତି। ତେବେ ଜଣେ ଝିଅ ଭାବେ ଦଳୀୟ କାର୍ଯ୍ୟ କରୁଥିବା ବେଳେ ମହାକାଳପଡା ବିଧାୟକ ତାଙ୍କଠାରୁ ଅନେକ କିଛି ପାଇବାକୁ ଆଶା କରିଥିଲେ। ମାତ୍ର ସମ୍ମାନକୁ ଦୃଷ୍ଟିରେ ରଖି ବିଧାୟକଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି। ସେଥିପାଇଁ ବିଧାୟକ ଓ ତାଙ୍କ ସମର୍ଥକମାନେ ନିର୍ଯାତନା ଦେଇ ଆସୁଛନ୍ତି। ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ପାଣ୍ଠିକୁ ବନ୍ଦ କରିଦିଆଯାଇଛି। ଏନେଇ ବ୍ଲକକୁ ଯାଇ ଆଲୋଚନା ସମୟରେ ବିଡିଓ ବାରମ୍ବାର ବିଧାୟକଙ୍କ କଥା ବୁଝ ବୋଲି କହୁଛନ୍ତି। ୧୧ ତାରିଖରେ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବ୍ଲକକୁ ଯାଇଥିବା ବେଳେ ବିଡିଓଙ୍କ ଇସାରାରେ ବିଧାୟକଙ୍କ ସମର୍ଥକମାନେ ଅଶ୍ଳୀଳ ଭାଷା କହିବା ସହ ଗଣବଳାତ୍କାର କରିବାକୁ ଧମକ ଦେଇଥିଲେ। ସେହିପରି ପୋଲିସ ଗାଡ଼ିରେ ଯାଉଥିବା ବେଳେ ପୋଲିସ କର୍ମଚାରୀ ମାଡ଼ ମାରିବା ସହ ମୋବାଇଲ ଫୋନ୍‌ ଛଡ଼ାଇ ନେଇଛନ୍ତି। ଥାନାରେ ମିଛ କେସ୍‌ ଦେଇ ଜେଲରେ ପୂରାଇ ଦେବାକୁ ଧମକ ଦେବା ସହ ବିଧାୟକଙ୍କ ସହ ମିଳିମିଶି କାମ କର ବୋଲି କହିଛନ୍ତି। ସମସ୍ତଙ୍କ କାର୍ଯ୍ୟକଳାପର ପ୍ରମାଣ ରଖିଥିବାରୁ ମୋବାଇଲ ଫୋନ୍‌ ଦେଇନାହାନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରପଞ୍ଚ ଓଝା ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଉଳ୍ଲେଖ କରିଛନ୍ତି।
ଥାନା ଅଧିକାରୀ ମାନସ ମଲ୍ଲିକ ସୂଚନା ଦେଇଛନ୍ତି, ବିଡିଓ ରବି ନାରାୟଣ ଆଚାର୍ଯ୍ୟ ସରକାରୀ କାର୍ଯ୍ୟ କରୁଥିବା ବେଳେ ସରପଞ୍ଚ ଓଝା ନିରନ୍ତର ଭିଡିଓ କରୁଥିଲେ। ଫଳରେ କାର୍ଯ୍ୟାଳୟରେ ଏକ ବିରକ୍ତିକର ପରିବେଶ ସୃଷ୍ଟି ହେବାରୁ ଥାନାରେ ଅଭିଯୋଗ ପତ୍ର ଦେଇଛନ୍ତି। ଥାନାରେ କୌଣସି ଥାର୍ଡ ଡିଗ୍ରୀ ହୋଇ ନଥିବା ସମ୍ପର୍କରେ ସେ ସିସିଟିଭି ଫୁଟେଜ ଜାରି କରିଛନ୍ତି । ଏହି ଘଟଣା ଏବେ ରାଜ୍ୟରେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଭିନ୍ନ ଅଞ୍ଚଳର ଜନନେତା, ବୁଦ୍ଧିଜୀବୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ମହିଳା ଜନପ୍ରତିନିଧିତ୍ୱକୁ ନେଇ ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି। ଗତ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ସରପଞ୍ଚ ଓଝାଙ୍କୁ ଚିକିତ୍ସାଳୟରେ ଭେଟିଥିଲେ। ଶୁକ୍ରବାର ପୂର୍ବାହ୍ନରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ଜିଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ସରକାରୀ ଶାସନ ବ୍ୟବସ୍ଥାକୁ ସେମାନେ କଟୁ ସମାଲୋଚନା କରିଛନ୍ତି। ସେହିପରି ଏହି ଘଟଣାକୁ ନେଇ ନ୍ୟାୟ ପାଇଁ ଲଢ଼େଇ ପରିବାର ସଙ୍ଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ଓଝାଙ୍କୁ ନ୍ୟାୟ ଦେବା ପାଇଁ ସେ ଅଭିଯୋଗ ପତ୍ର (ନଂ- ୧୩୩୯୬/୨୦୨୬) ଦେଇଛନ୍ତି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?